ବାହା ହେବେ ଅଳ୍ପ ବୟସର ମେୟର, ପ୍ରେମ ଥିଲା ପିଲା ଦିନର

ଥିରୁଭନନ୍ତପୁରମ: ରାଜନୀତିରେ ଲାଗିଲା ପ୍ରେମର ରଙ୍ଗ। ସାଥୀ ହୋଇ ରାଜନୀତି କରୁଥିଲେ। ଏବେ ପରସ୍ପର ସାଥୀ ହୋଇ ବାଟ ଚାଲିବାକୁ ନିଷ୍ପତ୍ତି ନେଇଛନ୍ତି। ସବୁଠୁ ରୋଚକ ହେଉଛି ପ୍ରେମିକା ଜଣକ ଭାରତର ସବୁଠୁ ଅଳ୍ପ ବୟସର ମେୟର ହୋଇଥିବା ବେଳେ ତାଙ୍କ ଭାବି ସ୍ୱାମୀ ମଧ୍ୟ ଜଣେ ତରୁଣ ବିଧାୟକ। ତେବେ କେରଳର ଏହି ତରୁଣୀ ମେୟର ଜଣକ ହେଉଛନ୍ତି ଆର୍ଯ୍ୟ ରାଜେନ୍ଦ୍ରନ୍‌। କେରଳର ବାଲୁସ୍‌ସେରିୟ ଆସନରୁ ବିଧାୟକ ଥିବା ସଚ୍ଚିନ୍‌ ଦେଭଙ୍କ ସହ ତାଙ୍କର ନିର୍ବନ୍ଧ […]

790

Tapas Behera
  • Published: Sunday, 06 March 2022
  • , Updated: 06 March 2022, 04:04 PM IST

ଥିରୁଭନନ୍ତପୁରମ: ରାଜନୀତିରେ ଲାଗିଲା ପ୍ରେମର ରଙ୍ଗ। ସାଥୀ ହୋଇ ରାଜନୀତି କରୁଥିଲେ। ଏବେ ପରସ୍ପର ସାଥୀ ହୋଇ ବାଟ ଚାଲିବାକୁ ନିଷ୍ପତ୍ତି ନେଇଛନ୍ତି। ସବୁଠୁ ରୋଚକ ହେଉଛି ପ୍ରେମିକା ଜଣକ ଭାରତର ସବୁଠୁ ଅଳ୍ପ ବୟସର ମେୟର ହୋଇଥିବା ବେଳେ ତାଙ୍କ ଭାବି ସ୍ୱାମୀ ମଧ୍ୟ ଜଣେ ତରୁଣ ବିଧାୟକ। ତେବେ କେରଳର ଏହି ତରୁଣୀ ମେୟର ଜଣକ ହେଉଛନ୍ତି ଆର୍ଯ୍ୟ ରାଜେନ୍ଦ୍ରନ୍‌। କେରଳର ବାଲୁସ୍‌ସେରିୟ ଆସନରୁ ବିଧାୟକ ଥିବା ସଚ୍ଚିନ୍‌ ଦେଭଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଛି। ରବିବାର ଥରୁଭନ୍ନନ୍ତପୁରମର ଏକେଜି ସେଣ୍ଟରରେ ଉଭୟଙ୍କର ନିର୍ବନ୍ଧ ଉତ୍ସବ ସରିଛି ।

ଏହି କାର୍ଯ୍ୟକ୍ରମରେ ଉଭୟଙ୍କର ପରିବାର ସଦସ୍ୟଙ୍କ ସହ ସମ୍ପର୍କୀୟ ଏବଂ ଦଳୀୟ କର୍ମୀମାନେ ଯୋଗ ଦେଇଥିଲେ। ରାଜନୀତୀରେ ପାଦ ଥାପି ଭାରତର ସବୁଠାରୁ କମ୍‌ ବୟସର ମେୟର ହେବାରେ ଗୌରବ ଲାଭ କରିଛନ୍ତି  ଆର୍ଯ୍ୟ ରାଜେନ୍ଦ୍ରନ୍‌।  ସେହିପରି ସଚ୍ଚିନ୍‌ ଦେବ ହେଉଛନ୍ତି କେରଳର ସବୁଠାରୁ କମ୍‌ ବୟସର ଯୁବ ବିଧାୟକ। ମାତ୍ର ୨୧ ୧ବର୍ଷ ବୟସରେ ମେୟର ଦାୟିତ୍ୱ ନେଇଥିଲେ ଆର୍ଯ୍ୟ ରାଜେନ୍ଦ୍ରନ୍‌। ଏହି ପଲିଟିକାଲ ଯୋଡ଼ି ଗତ ମାସରେ ବିବାହ ପାଇଁ ଘୋଷଣା କରିଥିଲେ।

କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ(ସିପିଆଇ)ରେ ବାଳସଙ୍ଗଠନରେ କାମ କରୁଥିବା ବେଳେ ଉଭୟ ପରିଚିତ ହୋଇଥିଲେ। ଛାତ୍ର ଜୀବନରେ ଉଭୟେ ଗୋଟିଏ ରାଜନୈତିକ ଦଳରେ ଯୋଡ଼ି ହୋଇ ପ୍ରେମ ସମ୍ପର୍କରେ ବାନ୍ଧି ହୋଇ ଥିଲେ। ରାଜନୀତି କ୍ୟାରିଅରରେ ସଫଳ  ହୋଇଥିବା ଏହି ଯୋଡ଼ି ଏବେ ସାତଜନମର ସାଥୀ ହୋଇ ଚାଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି।  ଉଭୟଙ୍କ ବିବାହ ଆସନ୍ତା ମାସରେ ହେବ। ଏହି ଯୋଡ଼ିଙ୍କୁ ସିପିଆଇ ଦଳ ପକ୍ଷରୁ  ଶୁଭେଚ୍ଛା ଓ ଶୁଭକାମନା ଜଣାଯାଇଛି।

Related story