୧୭ ହଜାର ଫୁଟ୍‌ ଉପରେ ଉଡ଼ିଲା ତ୍ରିରଙ୍ଗା

ନୂଆଦିଲ୍ଲୀ: ୧୪ରୁ ୧୭ ହଜାର ଫୁଟ ଉପରେ ଉଡ଼ିଲା ତ୍ରିରଙ୍ଗା। ‘ଭାରତ ମାତା କି ଜୟ’ ସ୍ଲୋଗାନରେ ଗୁଞ୍ଜରିତ ହେଲା ଆକାଶ ମାର୍ଗ। ଏଭଳି ଚିତ୍ର ସାମ୍ନାକୁ ଆସିଛି ଦେଶର ସୀମାନ୍ତ ଲଦାଖର ଉଚ୍ଚ ପାହାଡିଆ ଘାଟିରୁ। ସୀମା ସୁରକ୍ଷାରେ ମୁତୟନ ଥିବା ଆଇଟିବିପି ଯବାନମାନେ ଉଚ୍ଚ ଘାଟି ଉପରେ ପତାକା ଉଡାଇ ସ୍ୱାଧୀନତା ଦିବସ ପାଳନ କରିଛନ୍ତି। ଏହି ଅବସରରେ ବନ୍ଦେ ମାତରମ୍ ଆଉ ଭାରତ ମାତା କୀ ଜୟ ଧ୍ୱନିରେ କମ୍ପିଛି ଲଦାଖ ଅଞ୍ଚଳ […]

Flag hosting

Madhupriya Mistry
  • Published: Sunday, 15 August 2021
  • , Updated: 15 August 2021, 10:01 AM IST

ନୂଆଦିଲ୍ଲୀ: ୧୪ରୁ ୧୭ ହଜାର ଫୁଟ ଉପରେ ଉଡ଼ିଲା ତ୍ରିରଙ୍ଗା। 'ଭାରତ ମାତା କି ଜୟ' ସ୍ଲୋଗାନରେ ଗୁଞ୍ଜରିତ ହେଲା ଆକାଶ ମାର୍ଗ। ଏଭଳି ଚିତ୍ର ସାମ୍ନାକୁ ଆସିଛି ଦେଶର ସୀମାନ୍ତ ଲଦାଖର ଉଚ୍ଚ ପାହାଡିଆ ଘାଟିରୁ। ସୀମା ସୁରକ୍ଷାରେ ମୁତୟନ ଥିବା ଆଇଟିବିପି ଯବାନମାନେ ଉଚ୍ଚ ଘାଟି ଉପରେ ପତାକା ଉଡାଇ ସ୍ୱାଧୀନତା ଦିବସ ପାଳନ କରିଛନ୍ତି।

ଏହି ଅବସରରେ ବନ୍ଦେ ମାତରମ୍ ଆଉ ଭାରତ ମାତା କୀ ଜୟ ଧ୍ୱନିରେ କମ୍ପିଛି ଲଦାଖ ଅଞ୍ଚଳ । ସେହିପରି ପାଙ୍ଗଗଙ୍ଗ ହ୍ରଦ ଲଦାଖ ସୀମାରେ ମଧ୍ୟ ଯବାନମାନେ ୭୫ ତମ ସ୍ୱାଧୀନତା ଦିବସ ପାଳିଛନ୍ତି।

ସୂଚନା ମୁତାବକ ପୂର୍ବ ଲଦାଖର ପାଙ୍ଗଙ୍ଗ ହ୍ରଦ ହେଉଛି ସେହି ଅଞ୍ଚଳ ଯେଉଁଠାରେ ଗତ ବର୍ଷ ଏପ୍ରିଲ ଶେଷରେ ଭାରତ ଏବଂ ଚୀନ୍ ମଧ୍ୟରେ ବିବାଦ ହୋଇଥିଲା। ପୂର୍ବ ଲଦାଖରେ ଲାଇନ୍ ଅଫ୍ ଆକ୍‌ଚୁଆଲ୍ କଣ୍ଟ୍ରୋଲ୍ ଉପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା।

ସେପଟେ ଉତରାଖଣ୍ଡ ସୀମାର ୧୩ ହଜାର ଫୁଟ ଉଚ୍ଚରେ ଜାତୀୟ ପତାକା ଉଡାଇ ୭୫ ତମ ସ୍ୱାଧୀନତା ଦିବସ ପାଳିଛନ୍ତି ଦେଶର ସୁରକ୍ଷାରେ ମୁତୟନ ଥିବା ଆଇଟିବିପି ଯବାନମାନେ। ଯବାନମାନେ ଜାତୀୟ ପତାକା ଉତୋଳନ କରି ସ୍ୱାଧୀନତା ଦିବସ ପାଳନ କରିଛନ୍ତି।

https://twitter.com/ANI/status/1426727277325213701?s=20

Related story