ଏୟାର ଷ୍ଟ୍ରାଇକ କରି ଗାଜାରେ ଥିବା ମିଡିଆ ବିଲ୍ଡିଂ ଉଡାଇ ଦେଲା ଇସ୍ରାଏଲ

ଜେରୁଜେଲମ: ରବିବାର ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ବଢୁଥିବା ତିକ୍ତତାକୁ ନେଇ ଜାତିସଂଘ ନିରାପତ୍ତା ପରିଷଦର ଜରୁରୀ ବୈଠକ ବସିବ। ଏହା ପୂର୍ବରୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ କହିଛନ୍ତି ଯେ ବିବାଦର ସମାଧାନ ପାଇଁ ସମସ୍ତ ଦେଶ ଆଗେଇ ଆସିବା ଦରକାର। ହେଲେ ଏହା ପୂର୍ବରୁ ମିଳିଥିବା ସୂଚନା ଅନୁଯାୟୀ ଇସ୍ରାଏଲ ଗାଜାରେ ଥିବା ଜାଳା ଟାଓ୍ୱାର ଉପରେ ଏୟାର ଷ୍ଟ୍ରାଇକ କରି ଦୁଇଟି ମିଡିଆ ହାଉସର ଅଫିସକୁ ଧ୍ୱଂସ କରି ଦେଇଛି। ଅନ୍ତର୍ଜାତିଆ ମିଡିଆ ରିପୋର୍ଟ ଅନୁଯାୟୀ […]

gaza-building

gaza-building

Subhransu Sekhar
  • Published: Saturday, 15 May 2021
  • Updated: 15 May 2021, 07:12 PM IST

Sports

Latest News

ଜେରୁଜେଲମ: ରବିବାର ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ବଢୁଥିବା ତିକ୍ତତାକୁ ନେଇ ଜାତିସଂଘ ନିରାପତ୍ତା ପରିଷଦର ଜରୁରୀ ବୈଠକ ବସିବ। ଏହା ପୂର୍ବରୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ କହିଛନ୍ତି ଯେ ବିବାଦର ସମାଧାନ ପାଇଁ ସମସ୍ତ ଦେଶ ଆଗେଇ ଆସିବା ଦରକାର।

ହେଲେ ଏହା ପୂର୍ବରୁ ମିଳିଥିବା ସୂଚନା ଅନୁଯାୟୀ ଇସ୍ରାଏଲ ଗାଜାରେ ଥିବା ଜାଳା ଟାଓ୍ୱାର ଉପରେ ଏୟାର ଷ୍ଟ୍ରାଇକ କରି ଦୁଇଟି ମିଡିଆ ହାଉସର ଅଫିସକୁ ଧ୍ୱଂସ କରି ଦେଇଛି। ଅନ୍ତର୍ଜାତିଆ ମିଡିଆ ରିପୋର୍ଟ ଅନୁଯାୟୀ ଇସ୍ରାଏଲ ପାଲେଷ୍ଟାଇନର ଗାଜାରେ ଥିବା ଏକ ୧୩ ମହଲା କୋଠା ଉପରେ ଏୟାର ଷ୍ଟ୍ରାଇକ କରିଛି। ଏହି କୋଠାରେ କାତାରର ଅଲ-ଜଜିରା ଟିଭି ଚ୍ୟାନେଲ ଏବଂ ଗୋଟିଏ ଆମେରିକାନ ନ୍ୟୁଜ ଏଜେନ୍ସି ଥିଲା ବୋଲି ଖବର ସରବରାହ ସଂସ୍ଥା ଆସୋସିଏଟେଡ ପ୍ରେସ କହିଛି।

ଗାଜା ହେଉଛି ଏକ ସହର ଯାହାକି କଟ୍ଟରପନ୍ଥୀ ସଂଗଠନ ହମାସ ଦ୍ୱାରା କବଜା କରାଯାଇଥିବା ସହର। ଗାଜାରେ ଥିବା ଆତଙ୍କୀ ସଂଗଠନ ହମାସ ପକ୍ଷରୁ ଇସ୍ରାଏଲ ଉପରେ ମିସାଇଲ ମାଡ଼ ହେବା ପରେ ଇସ୍ରାଏଲ ମଧ୍ୟ ଘନ ଘନ ଆକ୍ରମଣ କରି ଗାଜାର ନିଦ ହଜାଇ ଦେଇଛି।

ଗତ ଶନିବାର ଇସ୍ରାଏଲର ରାଜଧାନୀ ଜେରୁଜେଲମ ଉପରେ ଗାଜା ପଟ୍ଟିରୁ ହମାସ ଆତଙ୍କୀ ସଂଗଠନ ଆକ୍ରମଣ କରିଥିଲା। ଇସ୍ରାଏଲ ହମାସକୁ ଆତଙ୍କବାଦୀ ସଂଗଠନ ବୋଲି ବିବେଚନା କରେ। ଏହି ସଂଗଠନ କଟ୍ଟରପନ୍ଥୀ ମୁସଲିମଙ୍କ ଦ୍ୱାରା ପରିଚାଳିତ। ଗାଜାରେ ଥିବା ଏହି ହମାସ ସଂଗଠନ ଇସ୍ରାଏଲ ଉପରେ ରକେଟ ମାଡ଼ କରିଥିଲା। ଯେଉଁଥିରେ କିଛି ସାଧାରଣ ଲୋକଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ପ୍ରତିଶୋଧ ନିଶାରେ ଥିବା ଇସ୍ରାଏଲ ଗାଜା ଉପରେ ଘନ ଘନ ଆକ୍ରମଣ କରୁଛି।

ଅନ୍ୟପଟେ ମୁସଲିମ ଦେଶଗୁଡିକର ସଂଗଠନ ଅର୍ଗାନାଇଜେସନ ଅଫ ଇସଲାମିକ କର୍ପୋରେସନ(ଓଆଇସି) ମେ ୧୬ରେ ଇସ୍ରାଏଲ-ପାଲେଷ୍ଟାଇନ୍‌ ସଂଘର୍ଷ ଉପରେ ଇସଲାମିକ ଦେଶର ବୈଦେଶିକ ମନ୍ତ୍ରୀଙ୍କ ଜରୁରୀକାଳୀନ ବୈଠକ ଡକାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story