Advertisment

ଜାତିସଂଘରେ ଆତଙ୍କବାଦ ପ୍ରସଙ୍ଗ ଉଠାଇ ବର୍ଷିଲେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର

ମିଳିତ ଜାତିସଂଘ: ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ଘଣ୍ଟ ଘୋଡ଼ାଉଥିବା ଦେଶମାନଙ୍କୁ ମିଳିତ ଜାତିସଂଘରେ ଟାର୍ଗେଟ କରିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର। କୌଣସି ଲୋକ ଦେଖାଣିଆ ବୟାନ ଓ ପଦକ୍ଷେପ କେବେ ହେଲେ ରକ୍ତ ଛିଟାକୁ ଲୁଚାଇ ପାରିବ ନାହିଁ। ଯେଉଁ ଦେଶଗୁଡ଼ିକ ନିଜର ସ୍ୱାର୍ଥ ଓ ରାଜନୀତିକ ସ୍ୱାର୍ଥ ପାଇଁ ଆତଙ୍କବାଦୀଙ୍କୁ ଜାତିସଂଘରେ ସମର୍ଥନ କରୁଛନ୍ତି। ନିଜ ପ୍ରତି ବିପଦ ରହିଥିଲେ ମଧ୍ୟ ସେମାନେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛନ୍ତି। ସେପରି କିଛି ଦେଶ ଆତଙ୍କବାଦ […]

ଅଦ୍ୟତନ ହୋଇଛି
ଜାତିସଂଘରେ ଆତଙ୍କବାଦ ପ୍ରସଙ୍ଗ ଉଠାଇ ବର୍ଷିଲେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର

jaishankar

Advertisment

ମିଳିତ ଜାତିସଂଘ: ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ଘଣ୍ଟ ଘୋଡ଼ାଉଥିବା ଦେଶମାନଙ୍କୁ ମିଳିତ ଜାତିସଂଘରେ ଟାର୍ଗେଟ କରିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର। କୌଣସି ଲୋକ ଦେଖାଣିଆ ବୟାନ ଓ ପଦକ୍ଷେପ କେବେ ହେଲେ ରକ୍ତ ଛିଟାକୁ ଲୁଚାଇ ପାରିବ ନାହିଁ। ଯେଉଁ ଦେଶଗୁଡ଼ିକ ନିଜର ସ୍ୱାର୍ଥ ଓ ରାଜନୀତିକ ସ୍ୱାର୍ଥ ପାଇଁ ଆତଙ୍କବାଦୀଙ୍କୁ ଜାତିସଂଘରେ ସମର୍ଥନ କରୁଛନ୍ତି। ନିଜ ପ୍ରତି ବିପଦ ରହିଥିଲେ ମଧ୍ୟ ସେମାନେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛନ୍ତି। ସେପରି କିଛି ଦେଶ ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ଭିନ୍ନଭିନ୍ନ ଯୁକ୍ତି ଉପସ୍ଥାପନ କରୁଛନ୍ତି ବୋଲି ଜୟଶଙ୍କର କହିଛନ୍ତି।

Advertisment

ମିଳିତ ଜାତିସଂଘର ସାଧାରଣ ମହାସଭାକୁ ସମ୍ବୋଧନ କରି ଜୟଶଙ୍କର ପାକିସ୍ତାନ ଓ ଚାଇନାକୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଭାରତ ସୀମାପାର ଆତଙ୍କବାଦର ଶିକାର ହୋଇ ଆସୁଛି। ଆମେ କୌଣସି ବି ସ୍ଥିତିରେ ଆତଙ୍କବାଦକୁ ବରଦାସ୍ତ କରିବୁ ନାହିଁ। ଆତଙ୍କବାଦ ପ୍ରାୟୋଜିତ ଦେଶ ତଥା ଯେଉଁମାନେ ଏହାକୁ ସୁରକ୍ଷା ଯୋଗାଇ ଦେଉଛନ୍ତି, ସେମାନଙ୍କ ବିରୋଧରେ ମିଳିତ ଜାତିସଂଘ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର। କିଛି ଦେଶ ଜାତିସଂଘ ସୁରକ୍ଷା ପରିଷଦର ୧୨୬୭ କଟକଣାକୁ ରାଜନୀତିକରଣ କରି ଆତଙ୍କବାଦୀଙ୍କୁ ସୁରକ୍ଷା ଯୋଗାଇ ଦେଉଛନ୍ତି। ଏପରି ପଦକ୍ଷେପ ନେଇ ସେମାନେ କେବଳ ନିଜ ସ୍ୱାର୍ଥ ସାଧନ କରିବାକୁ ଚେଷ୍ଟା କରୁଛନ୍ତି।

ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଦେଶଗୁଡ଼ିକୁ ମିଳିତ ଜାତିସଂଘ ବ୍ୟାନ କରିବା ଦରକାର। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାର ସପକ୍ଷରେ ଭାରତ ରହିଛି। ଭାରତ ସବୁବେଳେ ଶାନ୍ତି ସପକ୍ଷରେ ମତ ରଖି ଆସିଛି। ଆମେ ଜାତିସଂଘ ଚାର୍ଟର ସପକ୍ଷରେ ଅଛୁ। ସବୁ ବିବାଦର ସମାଧାନ ଆଲୋଚନା ଓ କୂଟନୀତିକ ସମ୍ପର୍କ ଦ୍ୱାରା ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି।

Advertisment

ନିଜର ୧୬ ମିନିଟର ଭାଷଣରେ ଜୟଶଙ୍କର ଆହୁରି କହିଛନ୍ତି, “ଆତଙ୍କବାଦ ଓ ବିଭିନ୍ନ ପ୍ରସଙ୍ଗରେ ଭାରତ ବଡ଼ ଦାୟିତ୍ୱ ନେବାକୁ ପ୍ରସ୍ତୁତ ରହିଛି। ଭାରତ ଆତଙ୍କବାଦ ମୁକାବିଲା ପାଇଁ କମିଟି ଓ ଜି -୨୦ର ଅଧ୍ୟକ୍ଷତା କରିବାକୁ ଯାଉଛି। ମୁଁ ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ଦେଶର ୧୩୦ କୋଟି ଲୋକଙ୍କ ଶୁଭେଚ୍ଛା ନେଇ ଏଠାକୁ ଆସିଛି।

ଆମ ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନୂଆ ଭାରତ ଏହାର ବିକାଶ ପାଇଁ ପ୍ରତିବଦ୍ଧ। ଆମେ ବିଶ୍ୱକୁ କରୋନା ଟିକା ଦେଇଥିଲୁ। ଲୋକଙ୍କୁ ନିରାପଦରେ ରହିବାର ବ୍ୟବସ୍ଥା କରିଥିଲୁ। ଆଜି ଆମର ଫୋକସ ସବୁଜ ଅଭିବୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ ଉପରେ ରହିଛି। କରୋନା ମହାମାରୀ ପରେ ବିଶ୍ୱ ଏକ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଇନ୍ଧନ, ସାର ଓ ଖାଦ୍ୟ କ୍ଷେତ୍ରରେ ସଙ୍କଟ ଦେଖାଦେଇଛି। ୟୁକ୍ରେନ ସଙ୍କଟ ମଧ୍ୟ ପୂରା ବିଶ୍ୱରେ ସମସ୍ୟା ସୃଷ୍ଟି କରିଛି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe