ହାଇଦ୍ରାବାଦ: ଜାଲିକାଟୁ ଖେଳି ଜଖମ। ୩୦ ଜଣଙ୍କୁ କଚାଡ଼ି ଦେଲା ଷଣ୍ଢ। ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାରେ ଆୟୋଜିତ ଜାଲିକାଟୁ ପ୍ରତିଯୋଗିତାରେ ୩୦ ଜଣ ଆହତ ହୋଇଛନ୍ତି। ଗତ ୧୬ ତାରିଖରେ ହୋଇଥିବା ଜାଲିକାଟୁ ଖେଳରେ ଅଂଶଗ୍ରହଣ କରିଥିବା ୩୦ ଜଣ ପ୍ରତିଯୋଗୀ ଗୁରୁତର ହୋଇଛନ୍ତି। ଉକ୍ତ ଉତ୍ସବ ପାଇଁ ପଡ଼ିଶା ନେଲୋର ଏବଂ କାଡ଼ା ଜିଲ୍ଲାରୁ ଶତାଧିକ ଲୋକ ଆସିଥିଲେ। ଏହି ଜାଲିକାଟୁ ସ୍ଥାନୀୟ ଅଞ୍ଚଳରେ ପାଶୁଭୁଲା ପାଣ୍ଡୁଗା ନାମରେ ପଚଚିତ।
ଏହି ଖେଳରେ ୫୦୦ ଷଣ୍ଢଙ୍କୁ ସାମିଲ କରାଯାଇଥିଲା। କୋଭିଡ୍ ଗାଇଡଲାଇନକୁ ଉଲ୍ଲଂଘନ କରି ଏହି ଉତ୍ସବ ଆୟୋଜନ କରାଯାଇଥିଲା। ଏଥିରେ ବହୁ ଲୋକ ଅଂଶଗ୍ରହଣ କରିଥିଲେ । ତେବେ ଖେଳ ବେଳେ ୩୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ମେଡିକାଲାରେ ଭର୍ତ୍ତି କରାଯାଇଛି।
ପ୍ରତିବର୍ଷ ପୋଙ୍ଗଲ ଅବସରରେ ଏହି ଖେଳ ଆୟୋଜିତ ହୋଇଥାଏ। ରବିବାର ଚିତ୍ତୋର ଜିଲ୍ଲାରୁ ୧୧୨୪ଟି କରୋନା ମାମଲା ରେକର୍ଡ଼ ହୋଇଛି। ତେବେ ସମଗ୍ର ଆନ୍ଦ୍ରପ୍ରଦେଶରେ ୪,୫୭୦ ଜଣ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି।