ଝିଅଙ୍କ ପ୍ରବେଶ ଉପରେ ଲାଗିଥିବା କଟକଣା ହଟାଇଲା ଜାମା ମସଜିଦ

ନୂଆଦିଲ୍ଲୀ: ଜାମା ମସଜିଦରେ ଝିଅ ଓ ଝିଅମାନଙ୍କ ପ୍ରବେଶ ଉପରେ ଲାଗିଥିବା କଟକଣାକୁ ହଟାଇ ଦିଆଯାଇଛି। ଜାମା ମସଜିଦର ଶାହି ଇମାମ ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରିବାକୁ ରାଜି ହେବା ପରେ ନୋଟିସକୁ ପ୍ରତ୍ୟାହାର କରି ନିଆଯାଇଛି। ଜାମା ମସଜିଦ କର୍ତ୍ତୃପକ୍ଷଙ୍କ ଝିଅମାନଙ୍କ ପ୍ରବେଶ ଉପରେ କଟକଣା ଲଗାଇବା ପରେ ଏହାକୁ ବିଭିନ୍ନ ମହଲରେ ନିନ୍ଦା ଓ ପ୍ରଶଂସା କରାଯାଇଥିଲା। ଏସବୁ ଭିତରେ ଦିଲ୍ଲୀର ଉପ ରାଜ୍ୟପାଳ ଭିକେ ସକ୍ସେନା ଜାମା ମସଜିଦର ଶାହି ଇମାମଙ୍କ ସହ କଥା […]

jama-masjid.jpg1

  • Published: Thursday, 24 November 2022
  • , Updated: 24 November 2022, 08:10 PM IST

ନୂଆଦିଲ୍ଲୀ: ଜାମା ମସଜିଦରେ ଝିଅ ଓ ଝିଅମାନଙ୍କ ପ୍ରବେଶ ଉପରେ ଲାଗିଥିବା କଟକଣାକୁ ହଟାଇ ଦିଆଯାଇଛି। ଜାମା ମସଜିଦର ଶାହି ଇମାମ ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରିବାକୁ ରାଜି ହେବା ପରେ ନୋଟିସକୁ ପ୍ରତ୍ୟାହାର କରି ନିଆଯାଇଛି।

ଜାମା ମସଜିଦ କର୍ତ୍ତୃପକ୍ଷଙ୍କ ଝିଅମାନଙ୍କ ପ୍ରବେଶ ଉପରେ କଟକଣା ଲଗାଇବା ପରେ ଏହାକୁ ବିଭିନ୍ନ ମହଲରେ ନିନ୍ଦା ଓ ପ୍ରଶଂସା କରାଯାଇଥିଲା। ଏସବୁ ଭିତରେ ଦିଲ୍ଲୀର ଉପ ରାଜ୍ୟପାଳ ଭିକେ ସକ୍ସେନା ଜାମା ମସଜିଦର ଶାହି ଇମାମଙ୍କ ସହ କଥା ହୋଇଥିଲେ। ଏଥିସହ ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ। ତାଙ୍କ ଅନୁରୋଧକ୍ରମେ ଶାହି ଇମାମ ଏପରି ପଦକ୍ଷେପ ନେଇଛନ୍ତି।

ତେବେ ଜମା ମସଜିଦକୁ ଆସୁଥିବା ଝିଅମାନେ ଏହାର ମର୍ଯ୍ୟାଦାକୁ ସମ୍ମାନ ଦେବେ ଓ ମସଜିଦର ପବିତ୍ରତାକୁ ଅକ୍ଷୁଣ୍ଣ ରଖିବା ସର୍ତ୍ତରେ ଇମାମ ବୁଖାରୀ କଟକଣା ହଟାଇବାକୁ ରାଜି ହୋଇଥିବା ରାଜଭବନ ସୂତ୍ରରୁ ଖବର ମିଳିଛି।

ଦିଲ୍ଲୀର ପ୍ରସିଦ୍ଧ ଜାମା ମସଜିଦର ମୁଖ୍ୟ ଗେଟ୍‌ଗୁଡ଼ିକରେ କର୍ତ୍ତୃପକ୍ଷ ଗୋଟିଏ ନୋଟିସ ଦ୍ୱାରା ଝିଅମାନଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିବା ସମସ୍ତଙ୍କୁ ଜଣାଇ ଦେଇଥିଲେ। ସେହିପରି ମସିଜିଦ ପରିସରରେ କୌଣସି ଭିଡିଓ ମ୍ୟୁଜିକ ସହ କେହି ବି ଶୁଟିଂ କରିପାରିବେ ନାହିଁ ବୋଲି କହିଥିଲେ। ଏହାକୁ ନେଇ ବିବାଦ ବଢ଼ିବାରୁ ମସଜିଦର ଶାହି ଇମାମ କହିଥିଲେ ଯେ ଏହି ନିର୍ଦ୍ଦେଶନାମା ଏଠାକୁ ପ୍ରାର୍ଥନା କରିବାକୁ ଆସୁଥିବା ଝିଅମାନଙ୍କ ଉପରେ ଲାଗୁ ହେବନି।

ତଥାପି କିଛି ମହିଳା ସଂଗଠନ ଓ ଦିଲ୍ଲୀର ମହିଳା କମିଶନ ଅଧ୍ୟକ୍ଷ ସ୍ୱାତି ମାଲିୱାଲ ଏପରି କଟକଣାକୁ ଜୋରଦାର ବିରୋଧ କରିଥିଲେ। ବିରୋଧ ବଢ଼ୁଥିବାରୁ ମସଜିଦର ପିଆରଓ ସବିଉଲ୍ଲା ଖାନ ନିଷ୍ପତ୍ତିକୁ ଯର୍ଥାର୍ଥ ଦର୍ଶାଇବାକୁ ଚେଷ୍ଟା କରିଥିଲେ। ସେ କହିଥିଲେ, ଝିଅମାନେ ଯେତେବେଳେ ଏକାକୀ ଆସୁଛନ୍ତି ସେତେବେଳେ ଏହି ଧାର୍ମିକ ସ୍ଥାନରେ ଅଶୋଭନୀୟ ଘଟଣା ଘଟୁଛି। ସେହି କାମକୁ ବନ୍ଦ କରିବା ପାଇଁ ବ୍ୟାନ ଲଗାଇଯାଇଛି।

ମସିଜିଦରେ ମହିଳାଙ୍କ ପ୍ରବେଶ ଉପରେ କୌଣସି ରୋକ ଲଗା ଯାଇନାହିଁ। ମହିଳାମାନେ ଏକାକୀ ଆସିବା ବେଳେ ଅସହଜ ଘଟଣା ଘଟିବାର ନଜିର ରହିଛି। ମସିଜିଦ ପରିସରରେ ଭିଡିଓ ଶୁଟିଂ ମଧ୍ୟ କରାଯାଉଛି। ପରିବାର ସହ ଆସୁଥିବା ଝିଅ ଓ ଦମ୍ପତିଙ୍କ ମସଜିଦ ପ୍ରବେଶ ଉପରେ କୌଣସି ରୋକ ଲାଗିନି ବୋଲି ସେ କହିଥିଲେ।

Related story