Advertisment

ସରିଲା ସର୍ବଦଳୀୟ ବୈଠକ, ଜମ୍ମୁ-କଶ୍ମୀରକୁ ପୁଣି ମିଳିବ ପୂର୍ଣ୍ଣ ରାଜ୍ୟ ମାନ୍ୟତା!

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ସବୁ ଦଳର ନେତାମାନଙ୍କୁ କହିଥିବା ଜଣାପଡ଼ିଛି। ତେବେ ଠିକ୍‌ ସମୟରେ ଉପତ୍ୟକାକୁ ପୁଣି ପୂର୍ଣ୍ଣ ରାଜ୍ୟର ମାନ୍ୟତା ମିଳିବ ବୋଲି ସେ କହିଛନ୍ତି। ଏଥିସହ ଦିଲ୍ଲୀ ଓ ଦିଲ୍‌ ମଧ୍ୟରେ ଦୂରତା କମାଇବାକୁ ମଧ୍ୟ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି। ସେହିପରି କଂଗ୍ରେସ ପକ୍ଷରୁ […]

ଅଦ୍ୟତନ ହୋଇଛି
ସରିଲା ସର୍ବଦଳୀୟ ବୈଠକ, ଜମ୍ମୁ-କଶ୍ମୀରକୁ ପୁଣି ମିଳିବ ପୂର୍ଣ୍ଣ ରାଜ୍ୟ ମାନ୍ୟତା!

PM

Advertisment

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ସବୁ ଦଳର ନେତାମାନଙ୍କୁ କହିଥିବା ଜଣାପଡ଼ିଛି। ତେବେ ଠିକ୍‌ ସମୟରେ ଉପତ୍ୟକାକୁ ପୁଣି ପୂର୍ଣ୍ଣ ରାଜ୍ୟର ମାନ୍ୟତା ମିଳିବ ବୋଲି ସେ କହିଛନ୍ତି। ଏଥିସହ ଦିଲ୍ଲୀ ଓ ଦିଲ୍‌ ମଧ୍ୟରେ ଦୂରତା କମାଇବାକୁ ମଧ୍ୟ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି।

Advertisment

ସେହିପରି କଂଗ୍ରେସ ପକ୍ଷରୁ ସର୍ବଦଳୀୟ ବୈଠକରେ ୫ଟି ଦାବି ଉପସ୍ଥାପନ କରାଯାଇଛି। ବୈଠକରେ କୌଣସି ନେତା ପାକିସ୍ତାନ ସହ ଆଲୋଚନା କରିବାର ପ୍ରସ୍ତାବ ଦେଇ ନଥିବା ବିଶେଷ ସୂତ୍ରରୁ ସାମ୍ନାକୁ ଆସିଛି।

୨୦୧୮ରୁ ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ସେହିପରି ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଉପତ୍ୟକାକୁ ଦୁଇ ଭାଗରେ ବିଭକ୍ତ କରିବା ସହ ଧାରା ୩୭୦ ଧାରା ଉଚ୍ଛେଦ କରିଥିଲେ। ଏହାପରେ ଆଜି ପ୍ରଥମଥର ପାଇଁ ଜମ୍ମୁ-କଶ୍ମୀରର ୧୪ ଜଣ ନେତାଙ୍କ ସହ ମୋଦି ବୈଠକ କରିଛନ୍ତି। ଏଥିରେ ଉପତ୍ୟକାର ୪ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ରହିଥିଲେ।

Advertisment

ମୋଦି ବୈଠକରେ ସୀମା ପୁନଃ ନିର୍ଦ୍ଧାରଣ, ପୂର୍ଣ୍ଣ ରାଜ୍ୟ ମାନ୍ୟତା ଓ ନିର୍ବାଚନ ପ୍ରସଙ୍ଗରେ ସବୁ ଦଳର ନେତାମାନଙ୍କ ସହ କଥା ହୋଇଛନ୍ତି। ବୈଠକ ବେଳେ ସରକାରଙ୍କ ପକ୍ଷରୁ ଜମ୍ମୁ-କଶ୍ମୀରରେ କରାଯାଇଥିବା ବିକାଶମୂଳକ ଯୋଜନା ଓ ପଦକ୍ଷେପ ଗୁଡ଼ିକ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ।

ମୋଦି ଉପତ୍ୟକାରେ କରୁଥିବା ବିକାଶମୂଳକ କାର୍ଯ୍ୟକ୍ରମକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ବିକାଶ ଜମ୍ମୁ-କଶ୍ମୀରବାସୀଙ୍କ ମନରେ ନୂଆ ଆଶା ଓ ସମ୍ଭାବନା ସୃଷ୍ଟି କରିବାରେ ସହାୟକ ହେବ। ରାଜନୀତିକ ମତପାର୍ଥକ୍ୟ ସୃଷ୍ଟି ହେବା ସ୍ୱାଭାବିକ। କିନ୍ତୁ ଜାତୀୟ ସ୍ୱାର୍ଥ ପାଇଁ ସମସ୍ତେ ଏକାଠି କାମ କରିବା ଦରକାର।

ଜମ୍ମୁ-କଶ୍ମୀରବାସୀ କେମିତି ଲାଭ ପାଇବେ, ତା’ର ବ୍ୟବସ୍ଥା ଆମ ସମସ୍ତଙ୍କୁ କରିବାକୁ ପଡ଼ିବ। ଜମ୍ମୁ-କଶ୍ମୀରର ସମସ୍ତ ବର୍ଗର ସୁରକ୍ଷା ପାଇଁ ଉପଯୁକ୍ତ ପରିବେଶ ଦରକାର ବୋଲି ମୋଦି ବୈଠକରେ କହିଥିବା ସରକାରୀ ସୂତ୍ରରେ କୁହାଯାଇଛି।

ସୂଚନା ଅନୁସାରେ, ସୀମା ପୁନଃ ନିର୍ଦ୍ଧାରଣ ସରିବା ମାତ୍ରେ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବ। ଉପତ୍ୟକାରେ ଗଣତାନ୍ତ୍ରି ପ୍ରକ୍ରିୟା ଆରମ୍ଭ କରିବାକୁ ସମସ୍ତେ ଗୁରୁତ୍ୱ ଦେଇଛନ୍ତି। କଂଗ୍ରେସ ପକ୍ଷରୁ ବୈଠକରେ ଯୋଗଦେଇଥିବା ଗୁଲାମ ନବୀ ଆଜାଦ ମୋଦିଙ୍କ ଆଗରେ ୫ଟି ଦାବି ଉପସ୍ଥାପନ କରିଛନ୍ତି।

ଉକ୍ତ ଦାବି ଗୁଡ଼ିକ ମଧ୍ୟରେ ଜମ୍ମୁ-କଶ୍ମୀରକୁ ତୁରନ୍ତ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା, ଯଥା ଶୀଘ୍ର ବିଧାନସଭା ନିର୍ବାଚନ କରିବା, କଶ୍ମୀର ପଣ୍ଡିତଙ୍କୁ ଉପତ୍ୟକାକୁ ଫେରାଇ ଆଣି ସେମାନଙ୍କୁ ସୁରକ୍ଷିତ ଭାବେ ଅବସ୍ଥାପିତ କରିବା, ୨୦୧୯ ଅଗଷ୍ଟ ୫ ଠାରୁ ଅଟକ କିମ୍ବା ଗିରଫ ହୋଇଥିବା ସମସ୍ତ ରାଜନୀତିକ ଓ ସାମାଜିକ କର୍ମୀଙ୍କୁ ମୁକ୍ତ କରିବା ଏବଂ ଜମି ଉପରେ ଅଧିକାର ଓ ସରକାରୀ ଚାକିରି କ୍ଷେତ୍ରରେ ସ୍ଥାନୀୟ ବାସୀଙ୍କୁ ଅଗ୍ରାଧିକାର ଦେବା ପାଇଁ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ କଂଗ୍ରେସ ନେତା ଗୁଲାମ ନବୀ ଆଜଦ ଦାବି କରିଛନ୍ତି।

ବୈଠକରେ ଯୋଗଦେଇଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି, ଜମ୍ମୁ-କଶ୍ମୀରର ସର୍ବାଙ୍ଗିନ ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଜମ୍ମୁ-କଶ୍ମୀରର ଭବିଷ୍ୟତକୁ ନେଇ ଆଲୋଚନା ହୋଇଛି। ସୀମା ପୁନଃ ନିର୍ଦ୍ଧାରଣ ଓ ଶାନ୍ତିପୂର୍ଣ୍ଣ ବିଧାନସଭା ନିର୍ବାଚନ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏହାଦ୍ୱାରା ହିଁ ସଂସଦରେ ପ୍ରତିଶ୍ରୁତି ମୁତାବକ ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ସହଜ ହେବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ପିଡିପି ମୁଖ୍ୟ ମେହବୁବା ମୁଫତି ଧାରା ୩୭୦ ଲାଗୁ କରିବା ଜରୁରୀ ଓ ଉପତ୍ୟକାର ପରିଚୟ ବୋଲି କହିଛନ୍ତି। ଏଥିପାଇଁ ଶାନ୍ତିପୂର୍ଣ୍ଣ ସଂଘର୍ଷ ଜାରି ରହିବ ବୋଲି ମଧ୍ୟ ମୁଫତି ବୈଠକ ପରେ ଗଣମାଧ୍ୟମକୁ ଅବଗତ କରାଇଛନ୍ତି।

Narendra Modi Jammu Kashmir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe