ଦୁଇ ଭାଗ ହେଲା ଜମ୍ମୁ-କଶ୍ମୀର, ଆଜିଠୁ ଲାଗୁ ହେଲା ଏସବୁ ନିୟମ

ନୂଆଦିଲ୍ଲୀ: ଅଗଷ୍ଟ ୫ରେ ଭାରତ ସରକାର ଜମ୍ମୁ-କଶ୍ମୀରରୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରି ଏହାକୁ ଦୁଇ ଭାଗରେ ବିଭକ୍ତ କରିଥିଲେ। ଗୁରୁବାର ଠାରୁ ବିଧିବଦ୍ଧ ଭାବେ ଜମ୍ମୁ-କଶ୍ମୀରରୁ ଲଦାଖ ଅଲଗା ହୋଇଯାଇଛି। ଏବେ ଭାରତର ରାଜ୍ୟ ସଂଖ୍ୟା ୨୮ ହୋଇଥିବା ବେଳେ କେନ୍ଦ୍ର ଶାସିତ ଅଞ୍ଚଳ ସଂଖ୍ୟା ୭ ହୋଇଯାଇଛି। ଆଜି ଜମ୍ମୁ-କଶ୍ମୀରର ପ୍ରଥମ ରାଜ୍ୟପାଳ ଭାବେ ଓଡ଼ିଆ ଆଇଏଏସ୍‌ ଗିରୀଶ ଚନ୍ଦ୍ର ମୁର୍ମୁ ଶପଥ ମଧ୍ୟ ନେଇଛନ୍ତି। ଲଦାଖର ଉପରାଜ୍ୟପାଳ ଭାବେ ରାଧାକୃଷ୍ଣ ମାଥୁର […]

xcxz

xcxz

Hemant Lenka
  • Published: Thursday, 31 October 2019
  • Updated: 31 October 2019, 07:05 PM IST

Sports

Latest News

ନୂଆଦିଲ୍ଲୀ: ଅଗଷ୍ଟ ୫ରେ ଭାରତ ସରକାର ଜମ୍ମୁ-କଶ୍ମୀରରୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରି ଏହାକୁ ଦୁଇ ଭାଗରେ ବିଭକ୍ତ କରିଥିଲେ। ଗୁରୁବାର ଠାରୁ ବିଧିବଦ୍ଧ ଭାବେ ଜମ୍ମୁ-କଶ୍ମୀରରୁ ଲଦାଖ ଅଲଗା ହୋଇଯାଇଛି। ଏବେ ଭାରତର ରାଜ୍ୟ ସଂଖ୍ୟା ୨୮ ହୋଇଥିବା ବେଳେ କେନ୍ଦ୍ର ଶାସିତ ଅଞ୍ଚଳ ସଂଖ୍ୟା ୭ ହୋଇଯାଇଛି।

ଆଜି ଜମ୍ମୁ-କଶ୍ମୀରର ପ୍ରଥମ ରାଜ୍ୟପାଳ ଭାବେ ଓଡ଼ିଆ ଆଇଏଏସ୍‌ ଗିରୀଶ ଚନ୍ଦ୍ର ମୁର୍ମୁ ଶପଥ ମଧ୍ୟ ନେଇଛନ୍ତି। ଲଦାଖର ଉପରାଜ୍ୟପାଳ ଭାବେ ରାଧାକୃଷ୍ଣ ମାଥୁର ମଧ୍ୟ ଦାୟିତ୍ୱ ସମ୍ଭାଳିଛନ୍ତି।

ଜମ୍ମୁ-କଶ୍ମୀରର ଆୟତନ: ନୂଆ କରି କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଗଠିତ ହୋଇଥିବା ଜମ୍ମୁ-କଶ୍ମୀରର ଆୟତନ ହେଉଛି ୪୨,୦୦୦ ବର୍ଗ କିଲୋମିଟି। ଏଠାରେ ୧୨.୨୬ ମିଲିୟନ ଲୋକ ରହିଛନ୍ତି। ଏହାର ଗୋଟିଏ ପ୍ରାନ୍ତ ଜମ୍ମୁ ହୋଇଥିବା ବେଳେ ଆଉ ଗୋଟିଏ ପ୍ରାନ୍ତ ହେଉଛି କଶ୍ମୀର। ୧୨.୨୬ ମିଲିୟନ ଲୋକଙ୍କ ମଧ୍ୟରୁ ୮.୪୪ ମିଲିୟନ ହେଉଛନ୍ତି ମୁସଲିମ। ଅର୍ଥାତ ସମୁଦାୟ ଜନସଂଖ୍ୟାର ୬୮.୮% ହେଉଛନ୍ତି ମୁସଲିମ।

ଲଦାଖର ଆୟତନ: ଜମ୍ମୁ-କଶ୍ମୀରରୁ ଅଲଗା ହୋଇ ଆଉ ଏକ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଥିବା ଲଦାଖର ଆୟତନ ହେଉଛି ୫୯ ହଜାର ବର୍ଗ କିଲୋମିଟର। ଲଦାଖରେ ଲେହ ଓ କାର୍ଗିଲ ଜିଲ୍ଲା ରହିଛି। ଏଠାରେ ରହୁଥିବା ୨୭୪,୨୮୯ ଜଣ ଲୋକଙ୍କ ମଧ୍ୟରୁ ୧୨୭,୨୯୬ ଜଣ ହେଉଛନ୍ତି ମୁସଲିମ। ଅର୍ଥାତ ମୋଟ ଜନସଂଖ୍ୟାର ୪୬.୪% ଲୋକ ହେଉଛନ୍ତି ମୁସଲିମ।

କ’ଣ ସବୁ ନୂଆ ନିୟମ

-ଜମ୍ମୁ-କଶ୍ମୀରରେ ପୂର୍ବରୁ ଲାଗୁ ହେଉଥିବା ପ୍ରାୟ ୧୫୩ଟି ସ୍ୱତନ୍ତ୍ର ଆଇନ୍‌ ଆଜିଠାରୁ ଅକାମୀ ହୋଇଯାଇଛି। ତେବେ ଏବେ ବି ୧୬୬ଟି ସ୍ୱତନ୍ତ୍ର ଆଇନ୍‌ ଜମ୍ମୁ-କଶ୍ମୀର ଓ ଲଦାଖରେ କାର୍ଯ୍ୟକାରୀ ହେବ। ଏହି ୧୫୩ଟି ଆଇନ୍‌କୁ ଜମ୍ମୁ-କଶ୍ମୀର ବିଧାନସଭା ପ୍ରଣୟନ କରିଥିଲା।

-ଜମ୍ମୁ-କଶ୍ମୀର ପାଇଁ ବିଧାନସଭା ରହିଥିଲେ ହେଁ ଲଦାଖରେ କୌଣସି ବିଧାନସଭା ରହିବ ନାହିଁ। ବିଧାନସଭାରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଛି।
-ପୂର୍ବରୁ ଜମ୍ମୁ-କଶ୍ମୀରରେ ୨୪ ଜଣ ମନ୍ତ୍ରୀ ହୋଇପାରୁ ଥିଲେ। ହେଲେ ଏବେ ବିଧାନସଭାର ଆସନ ସଂଖ୍ୟାର ୧୦%ରୁ ଅଧିକ ବିଧାୟକ ମନ୍ତ୍ରୀ ହୋଇପାରିବେ ନାହିଁ।

-ଜମ୍ମୁ-କଶ୍ମୀରରୁ ୫ ଜଣ ଓ ଲଦାଖରୁ ଜଣେ ଲୋକସଭାକୁ ନିର୍ବାଚିତ ହେବେ। ଜମ୍ମୁ-କଶ୍ମୀରରୁ ୪ ଜଣ ରାଜ୍ୟସଭାକୁ ନିର୍ବାଚିତ ହୋଇପାରିବେ।

-ଆଜିଠାରୁ ବିଧିବଦ୍ଧ ଭାବେ ଧାରା ୩୭୦ ଧାରା ଉଚ୍ଛେଦ ହୋଇଥିବାରୁ ଏବେ ଦେଶର ଯେ କୌଣସି ନାଗରିକ, ସେଠାରେ ସମ୍ପତ୍ତି କିଣି ପାରିବେ।
-ଜମ୍ମୁ-କଶ୍ମୀରରେ ଏବେ ଆଉ ନିଜର ସ୍ୱତନ୍ତ୍ର ପତକା ବ୍ୟବହାର ବା ଉତ୍ତୋଳନ କରାଯାଇ ପାରିବ ନାହିଁ। ଅର୍ଥାତ ଦେଶର ପତାକା ତ୍ରିରଙ୍ଗା ହିଁ ସେଠାରେ ଉଡ଼ିବ।

-ଜମ୍ମୁ-କଶ୍ମୀରରେ ଏବେ ଦ୍ୱୈତ ନାଗରିକତା ରହିବ ନାହିଁ। ଧାରା ୩୭୦ ଯୋଗୁ ଜମ୍ମୁ-କଶ୍ମୀରରେ ଭୋଟ ଦେବାର ଅଧିକାର କେବଳ ସେଠାକାର ଅଧିବାସୀଙ୍କ ନିକଟରେ ରହିଥିଲା। ଏଥିସହ ବାହାର ରାଜ୍ୟର ଲୋକ ସେଠାରେ ପ୍ରାର୍ଥୀ ହୋଇପାରୁ ନଥିଲେ। ୩୭୦ ଧାରା ହଟିଥିବାରୁ ଏବେ ଦେଶର ଯେକୌଣସି ଲୋକ ଜମ୍ମୁ-କଶ୍ମୀର ଓ ଲଦାଖରେ ପ୍ରାର୍ଥୀ ଭାବେ ଲଢ଼ିପାରିବେ ଏବଂ ଭୋଟ ଦେଇପାରିବେ।

ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍‌ ଅନୁଯାୟୀ, ଏବେ ଜମ୍ମୁ-କଶ୍ମୀର ବିଧାନସଭାର କାର୍ଯ୍ୟକାଳ ୬ ବର୍ଷ ବଦଳରେ ୫ ବର୍ଷ ହୋଇଛି। ଦିଲ୍ଲୀ ଭଳି ସମସ୍ତ ପ୍ରକାରର ନିୟମ ଜମ୍ମୁ-କଶ୍ମୀରରେ ପାଳନ କରାଯିବ।

ଏହାର ବିଧାନସଭା ସଂଖ୍ୟା ୧୦୭ (ପିଓକେକୁ ମିଶାଇ) ରହିଥିବା ବେଳେ ଏଥିରେ ଆଉ ୭ଟି ଆସନ ଯୋଡ଼ା ଯିବ। ପୂର୍ବଭଳି ପିଓକେ ପାଇଁ ୨୪ଟି ଆସନ ଫାଙ୍କା ପଡ଼ିବ। ପୂର୍ବରୁ ଲଦାଖର ୪ଟି ଆସନକୁ ମିଶାଇ ଜମ୍ମୁ-କଶ୍ମୀର ବିଧାନସଭାର ଆସନ ସଂଖ୍ୟା ୮୭(ପିଓକେର ୨୪ଟି ଆସନକୁ ବାଦ ଦେଇ) ରହିଥିଲା। ଲଦାଖ ଅଲଗା ହୋଇଥିବାରୁ ଜମ୍ମୁ-କଶ୍ମୀରର ବିଧାନସଭା ସଂଖ୍ୟା ୮୩ ହୋଇଛି। କିନ୍ତୁ ଏବେ ଆଉ ୭ଟି ଆସନ ଯୋଡ଼ିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

-ଏଠାରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ କେନ୍ଦ୍ର ସରକାର ଦେଶର ଯେ କୌଣସି ରାଜ୍ୟକୁ ବଦଳି କରିପାରିବେ।

-ପୂର୍ବରୁ ଏଠାରେ ଅଫିସିଆଲ ଭାଷା ଉର୍ଦ୍ଦ୍ୱ ରହିଥିଲା। ହେଲେ ଏବେ ଏଠାରେ ଲୋକମାନେ ହିନ୍ଦୀ ଭାଷାକୁ ନିଜର ଅଫିସିଆଲ ଭାଷା କରିବେ।

ଧାରା ୩୭୦ ହଟିଥିବାରୁ ଏକେ ଜମ୍ମୁ-କଶ୍ମୀରରେ ଆରଟିଆଇ ଓ ସିଏଜି ବ୍ୟବସ୍ଥା ଲାଗୁ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos