କୋଭିଡ୍‌ ନିୟମ ଉଲ୍ଲଙ୍ଘନ କରି ଗିରଫ ହେଲେ ପପୁ ଯାଦବ

ପଟନା: ବିହାରର ପୂର୍ବତନ ସାଂସଦ ଓ ଜନ ଅଧିକାରୀ ପାର୍ଟିର ନେତା ପପୁ ଯାଦବଙ୍କୁ ପଟନାରେ ପୁଲିସ୍ ଗିରଫ କରିଛି । କୋଭିଡ୍ ନିୟମ ଉଲ୍ଲଙ୍ଘନ ମାମଲାରେ ଶନିବାର ପପୁ ଯାଦବଙ୍କ ବିରୋଧରେ ଅମନୌର ଥାନାରେ ଏଫଆଇଆର୍ ଦାୟର କରାଯାଇଥିଲା । ଖୋଦ୍ ପପୁ ଯାଦବ ଟ୍ୱିଟ୍ କରି ନିଜର ଗିରଫଦାରୀର ସୂଚନା ଦେଇଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି, ମୋତେ ପଟନାର ଗାନ୍ଧି ମଇଦାନ ଥାନାକୁ ନିଆଯାଇଛି । ଆଉଏକ ଟ୍ୱିଟରେ ସେ ଲେଖିଛନ୍ତି, […]

pappu-yadav

Ranjit Kumar Jena
  • Published: Tuesday, 11 May 2021
  • , Updated: 11 May 2021, 11:44 AM IST

ପଟନା: ବିହାରର ପୂର୍ବତନ ସାଂସଦ ଓ ଜନ ଅଧିକାରୀ ପାର୍ଟିର ନେତା ପପୁ ଯାଦବଙ୍କୁ ପଟନାରେ ପୁଲିସ୍ ଗିରଫ କରିଛି । କୋଭିଡ୍ ନିୟମ ଉଲ୍ଲଙ୍ଘନ ମାମଲାରେ ଶନିବାର ପପୁ ଯାଦବଙ୍କ ବିରୋଧରେ ଅମନୌର ଥାନାରେ ଏଫଆଇଆର୍ ଦାୟର କରାଯାଇଥିଲା । ଖୋଦ୍ ପପୁ ଯାଦବ ଟ୍ୱିଟ୍ କରି ନିଜର ଗିରଫଦାରୀର ସୂଚନା ଦେଇଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି, ମୋତେ ପଟନାର ଗାନ୍ଧି ମଇଦାନ ଥାନାକୁ ନିଆଯାଇଛି ।

ଆଉଏକ ଟ୍ୱିଟରେ ସେ ଲେଖିଛନ୍ତି, କରୋନା କାଳରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇବା ଯଦି ଅପରାଧ, ତାହେଲେ ହଁ ମୁଁ ଅପରାଧୀ । ପିଏମ୍ ସାହେବ, ସିଏମ୍ ସାହେବ ମୋତେ ଫାଶୀ ଦେଇ ଦିଅ, ନହେଲେ ଜେଲ୍ ପଠାଇ ଦିଅ । ମୁଁ ମୁଣ୍ଡ ନୁଆଁଇବି ନାହିଁ, ଅଟକିବି ନାହିଁ । ଲୋକଙ୍କୁ ବଞ୍ଚାଇବି । ବେଇମାନଙ୍କ ମୁଖା ଖୋଲିବା ଜାରି ରଖିବି ।

https://twitter.com/pappuyadavjapl/status/1391972925599752192?s=20

https://twitter.com/pappuyadavjapl/status/1391976705133223936?s=20

ଅମନୌରର ସିଏ କୋଭିଡ୍‌-୧୯ ଉଲ୍ଲଙ୍ଘନ କରିବା ମାମଲାରେ ଶନିବାର ଦିନ ପପୁ ଯାଦବଙ୍କ ବିରୋଧରେ ଏଫଆଇଆର୍ ଦାୟର କରିଥିଲେ । ପପୁଙ୍କ ବିରୋଧରେ ବିହାରରେ ଜାରି ରହିଥିବା ଲକଡାଉନର ଉଲ୍ଲଙ୍ଘନ କରିଥିବା ଅଭିଯୋଗ ରହିଛି । ମିଳିଥିବା ସୂଚନା ଅନୁସାରେ, ତାଙ୍କ ବିରୋଧରେ ସରକାରୀ କାମରେ ବାଧା ସୃଷ୍ଟି କରିବା ଏବଂ ଲକଡାଉନ୍ ନିୟମର ଉଲ୍ଲଙ୍ଘନ କରିବା ଭଳି ଅଭିଯୋଗ ରହିଛି ।

ଏହାସହ ମଧେପୁରା ସହ ଜଡିତ ଅନ୍ୟ କିଛି ମାମଲା ମଧ୍ୟ ରହିଛି । ପପୁ ଯାଦବ ବିନା ପାସରେ ମଙ୍ଗଳବାର ସକାଳେ ପିଏମସିଏଚର କୋଭିଡ୍ ୱାର୍ଡରେ ପଶି ଯାଇଥିଲେ। ଏହାସହ ସେ ନିଜ ଅଞ୍ଚଳ ମଧେପୁର ଯିବା ପାଇଁ ମଧ୍ୟ କାର୍ଯ୍ୟକ୍ରମ କରିଥିଲେ ।

Related story