ନବୋଦୟ ବିଦ୍ୟାଳୟରେ ଫୁଟିଲା କରୋନା ବୋମା, ବାହାରିଲେ ୮୨ ପଜିଟିଭ

ଡେରାଡୁନ: ଦେଶରେ ଆରମ୍ଭ ହୋଇସାରିଛି କରୋନାର ତୃତୀୟ ଲହର। ଏନେଇ ଅଧକାରୀ ସ୍ତରରେ କୌଣସି ଘୋଷଣା ହୋଇ ନଥିଲେ ବି ଦୈନିକ ବଢୁଥିବା କରୋନା ସଂକ୍ରମଣରୁ ତାହା ସ୍ପଷ୍ଟ ହେବାରେ ଲାଗିଛି । ଏହି କ୍ରମରେ ଏବେ ବିଭିନ୍ନ ରାଜ୍ୟ ସରକାରମାନେ ପୁଣି ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ଘୋଷଣା କରୁଛନ୍ତି। ଏହାରି ଭିତରେ ସ୍କୁଲ ବନ୍ଦ କରିବା ପୂର୍ବରୁ ନବୋଦୟ ବିଦ୍ୟାଳୟରେ ଫୁଟିଛି କରେନା ବୋମା। ଏଠି ଏକାଥରକେ ୮୨ ଜଣ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। […]

Corona positive in Student

Corona positive in Student

Madhupriya Mistry
  • Published: Sunday, 02 January 2022
  • Updated: 02 January 2022, 02:09 PM IST

Sports

Latest News

ଡେରାଡୁନ: ଦେଶରେ ଆରମ୍ଭ ହୋଇସାରିଛି କରୋନାର ତୃତୀୟ ଲହର। ଏନେଇ ଅଧକାରୀ ସ୍ତରରେ କୌଣସି ଘୋଷଣା ହୋଇ ନଥିଲେ ବି ଦୈନିକ ବଢୁଥିବା କରୋନା ସଂକ୍ରମଣରୁ ତାହା ସ୍ପଷ୍ଟ ହେବାରେ ଲାଗିଛି । ଏହି କ୍ରମରେ ଏବେ ବିଭିନ୍ନ ରାଜ୍ୟ ସରକାରମାନେ ପୁଣି ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ଘୋଷଣା କରୁଛନ୍ତି। ଏହାରି ଭିତରେ ସ୍କୁଲ ବନ୍ଦ କରିବା ପୂର୍ବରୁ ନବୋଦୟ ବିଦ୍ୟାଳୟରେ ଫୁଟିଛି କରେନା ବୋମା। ଏଠି ଏକାଥରକେ ୮୨ ଜଣ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଉତ୍ତରାଖଣ୍ଡର ନୈନିତାଲର ଜବାହର ନବୋଦୟ ବିଦ୍ୟାଳୟରୁ ଆସିଛି ଏହି ଭୟାନକ ଖବର।

ଏହି ନବୋଦୟ ବିଦ୍ୟାଳୟରୁ ଏକାଥରେ ୮୨ ଜଣ ଛାତ୍ର ଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଚାରିଆଡେ ଏହାକୁ ନେଇ ଆତଙ୍କ ଖେଳିଯାଇଛି। ଗତ ୩୦ ତାରିଖରେ ସ୍କୁଲର ପ୍ରଧାନଶିକ୍ଷକଙ୍କ ସମେତ ୮ଜଣ ଛାତ୍ରଛାତ୍ରୀଙ୍କ କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରେ ସମସ୍ତ ସ୍କୁଲ ପିଲା ଏବଂ ଶିକ୍ଷକଙ୍କ କରୋନା ଟେଷ୍ଟ କରାଯାଇଥିଲା। ଏଥିରୁ ଏବେ ୮୨ ପଜିଟିଭ ବାହାରିଛନ୍ତି। ଏହାସହ ଅନେକ ପିଲାଙ୍କର ଟେଷ୍ଟ ରିପୋର୍ଟ ଆସିବାକୁ ବାକି ରହିଛି।

ଉଲ୍ଲେଖଯୋଗ୍ୟ ଯେ, ସ୍କୁଲରେ ଥିବା ୪୮୮ ଜଣଙ୍କର କୋଭିଡ ଟେଷ୍ଟ କରାଯାଇଥିଲା। ଏଥିରୁ ସ୍କୁଲର ଅଧ୍ୟକ୍ଷ ଓ ଅନ୍ୟ କର୍ମଚାରୀଙ୍କ ସହ ୮୨ ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି। ସଂକ୍ରମିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଭିନ୍ନ ଭିନ୍ନ ହଷ୍ଟେଲରେ ଅଇସୋଲେଟ୍‌ କରାଯାଇଛି। ସୂଚନା ମୁତାବକ, ସ୍କୁଲରେ ୭୦ ପ୍ରତିଶତରୁ ଅଧିକ ପିଲାଙ୍କୁ ଜ୍ୱର, ଥଣ୍ଡା, କାଶରେ ପୀଡିତ ଅଛନ୍ତି।

ଦେଶରେ ଗଲା ଦୁଇ ସପ୍ତାହ ହେଲା କରୋନା ମାମଲା ପୁଣି ବଢ଼ିବାରେ ଲାଗିଛି। ସ୍କୁଲରେ କରୋନା ବ୍ୟାପିବା ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଛି। ଅଧିକାଂଶ ରାଜ୍ୟରେ ଏହାକୁ ଦୃଷ୍ଟିରେ ରଖି ସ୍କୁଲ-କଲେଜ ବନ୍ଦ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଏବେବି ଅନେକ ରାଜ୍ୟରେ ସ୍କୁଲ ଖୋଲା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos