ହାଜତ ମୃତ୍ୟୁ ମାମଲା: ବାପ-ପୁଅଙ୍କୁ ୬ ଘଣ୍ଟା ଧରି ନିର୍ଯାତନା ଦେଇଥିଲା ପୁଲିସ୍‌, କାନ୍ଥରେ ଲାଗିଥିଲା ରକ୍ତଛିଟା

ଚେନ୍ନାଇ: ତାମିଲନାଡୁର ବହୁ ଚର୍ଚ୍ଚିତ ତୁତିକରନ ହାଜତ ମୃତ୍ୟୁ ମାମଲାରେ ସିବିଆଇ ଲୋମଟାଙ୍କୁରା ତଥ୍ୟ ପ୍ରଦାନ କରିଛି। ସିବିଆଇ କହିଛି ଯେ ବ୍ୟବସାୟୀ ଜୟରାଜ ଓ ତାଙ୍କ ପୁଅ ବେନିକ୍‌ସଙ୍କୁ ପୁଲିସ୍ ୬ ଘଣ୍ଟା ଧରି ନିର୍ଯାତନା ଦେଇଥିଲା। ସେମାନଙ୍କୁ ବାଡ଼ିରେ ଏତେ ନିର୍ମମ ଭାବେ ପୁଲିସ୍ ପିଟିଥିଲା ଯେ ରକ୍ତ ଛିଟିକି କାନ୍ଥରେ ପଡ଼ିଥିଲା। ଫୋରେନ୍‌ସିକ୍ ତଦନ୍ତରୁ ଏହା ପ୍ରମାଣିତ ହୋଇଛି ବୋଲି ସିବିଆଇ କହିଛି। ଲକ୍‌ଡାଉନ୍ କଟକଣା ଭାଙ୍ଗି ମୋବାଇଲ୍ ଦୋକାନ ଖୋଲା ରଖିବା […]

tamilnadu1

tamilnadu1

Jitendra Garnayak
  • Published: Tuesday, 27 October 2020
  • Updated: 27 October 2020, 01:17 PM IST

Sports

Latest News

ଚେନ୍ନାଇ: ତାମିଲନାଡୁର ବହୁ ଚର୍ଚ୍ଚିତ ତୁତିକରନ ହାଜତ ମୃତ୍ୟୁ ମାମଲାରେ ସିବିଆଇ ଲୋମଟାଙ୍କୁରା ତଥ୍ୟ ପ୍ରଦାନ କରିଛି। ସିବିଆଇ କହିଛି ଯେ ବ୍ୟବସାୟୀ ଜୟରାଜ ଓ ତାଙ୍କ ପୁଅ ବେନିକ୍‌ସଙ୍କୁ ପୁଲିସ୍ ୬ ଘଣ୍ଟା ଧରି ନିର୍ଯାତନା ଦେଇଥିଲା। ସେମାନଙ୍କୁ ବାଡ଼ିରେ ଏତେ ନିର୍ମମ ଭାବେ ପୁଲିସ୍ ପିଟିଥିଲା ଯେ ରକ୍ତ ଛିଟିକି କାନ୍ଥରେ ପଡ଼ିଥିଲା। ଫୋରେନ୍‌ସିକ୍ ତଦନ୍ତରୁ ଏହା ପ୍ରମାଣିତ ହୋଇଛି ବୋଲି ସିବିଆଇ କହିଛି।

ଲକ୍‌ଡାଉନ୍ କଟକଣା ଭାଙ୍ଗି ମୋବାଇଲ୍ ଦୋକାନ ଖୋଲା ରଖିବା ଅଭିଯୋଗରେ ଜୁନ୍ ୧୯ ତାରିଖରେ ପୁଲିସ୍ ଜୟରାଜ ଓ ବେନିକ୍‌ସଙ୍କୁ ଗିରଫ କରିଥିଲା। ପୁଲିସ୍ ପ୍ରଥମେ ଜୟରାଜଙ୍କୁ ଉଠାଇ ନେଇଥିଲା। ତାଙ୍କ ପୁଅ ବେନିକ୍‌ସ ପରେ ଥାନାରେ ପହଞ୍ଚିଥିଲେ। ତେବେ ପୁଲିସ୍ ତାଙ୍କୁ ମଧ୍ୟ ଗିରଫ କରିଥିଲା।

ସିବିଆଇ ତା’ ଚାର୍ଜସିଟ୍‌ରେ ଦର୍ଶାଇଛି ଯେ ସେଦିନ ସନ୍ଧ୍ୟା ୭ଟା ୪୫ରୁ ରାତି ୩ଟା ମଧ୍ୟରେ ସେମାନଙ୍କୁ ଏକାଧିକ ପର୍ଯ୍ୟାୟରେ ନିର୍ଯାତନା ଦିଆଯାଇଥିଲା। ବାପ-ପୁଅଙ୍କୁ ପୁଲିସ୍ ବାଡ଼ିରେ ପିଟିଥିଲା। ସେମାନଙ୍କ ଠାରୁ ରକ୍ତ ବାହାରି ଥାନା ହାଜତର କାନ୍ଥରେ ଲାଗିଥିଲା। ଏପରିକି ବେନିକ୍‌ସଙ୍କୁ ତାଙ୍କ ଗଞ୍ଜିରେ ପଡ଼ିଥିବା ରକ୍ତ ପୋଛିବାକୁ ପୁଲିସ୍ କର୍ମଚାରୀମାନେ କହିଥିଲେ ବୋଲି ସିବିଆଇ କହିଛି।

ସିବିଆଇ ତା’ ଚାର୍ଜସିଟ୍‌ରେ ଆହୁରି ଉଲ୍ଲେଖ କରିଛି ଯେ ପୁଲିସ୍ ନିଜ ଅପରାଧ ଲୁଚାଇବା ପାଇଁ ଜୟରାଜ ଓ ବେନିକ୍‌ସଙ୍କ ନାଁରେ ମିଛ ମାମଲା ରୁଜୁ କରିଥିଲା। ତଦନ୍ତରୁ ଏହା ଜଣାପଡ଼ିଛି ଯେ ଏହି ବାପ-ପୁଅ ଲକ୍‌ଡାଉନ୍ ନିୟମ ଭାଙ୍ଗି ନଥିଲେ। ପୁଲିସ୍ ପ୍ରମାଣ ନଷ୍ଟ କରିଥିଲା। ଜୟରାଜ ଓ ବେନିକ୍‌ସଙ୍କ ପୋଷାକକୁ ଏକ ସରକାରୀ ହସ୍‌ପିଟାଲ୍‌ର ଡଷ୍ଟବିନ୍‌ରେ ଫୋପାଡ଼ି ଦିଆଯାଇଥିଲା।

ଜୁନ୍ ୨୨ ତାରିଖରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଅଭିଯୁକ୍ତ ପୁଲିସ୍ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାରା ଦେଶରେ ଅଭିଯାନ ଆରମ୍ଭ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story