ସରକାରଙ୍କ ବଡ଼ ଘୋଷଣା: ଏପ୍ରିଲ ୨୨ରୁ ପୂରା ରାଜ୍ୟ ହେବ ଲକଡାଉନ

ରାଞ୍ଚି: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଝାରଖଣ୍ଡ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ, ମହାରାଷ୍ଟ୍ର ଓ ରାଜସ୍ଥାନ ପରେ ଝାରଖଣ୍ଡ ସରକାର ପୂରା ରାଜ୍ୟକୁ ଲକଡାଉନ କରିବାକୁ ଘୋଷଣା କରିଛନ୍ତି। କରୋନା ସଂକ୍ରମଣର ଚେନ୍‌କୁ ଭାଙ୍ଗିବା ପାଇଁ ଆସନ୍ତା ୨୨ ତାରିଖରୁ ୨୯ ତାରିଖ ଯାଏ ପୂରା ରାଜ୍ୟ ଲକଡାଉନ ହେବ। ଏହି ୮ ଦିନିଆ ଲକଡାଉନ ସମୟରେ କେବଳ ଜରୁରୀ ସେବାକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିବ। ଲକଡାଉନ […]

Lockdown

Hemant Lenka
  • Published: Tuesday, 20 April 2021
  • , Updated: 20 April 2021, 04:50 PM IST

ରାଞ୍ଚି: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଝାରଖଣ୍ଡ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ, ମହାରାଷ୍ଟ୍ର ଓ ରାଜସ୍ଥାନ ପରେ ଝାରଖଣ୍ଡ ସରକାର ପୂରା ରାଜ୍ୟକୁ ଲକଡାଉନ କରିବାକୁ ଘୋଷଣା କରିଛନ୍ତି।

କରୋନା ସଂକ୍ରମଣର ଚେନ୍‌କୁ ଭାଙ୍ଗିବା ପାଇଁ ଆସନ୍ତା ୨୨ ତାରିଖରୁ ୨୯ ତାରିଖ ଯାଏ ପୂରା ରାଜ୍ୟ ଲକଡାଉନ ହେବ। ଏହି ୮ ଦିନିଆ ଲକଡାଉନ ସମୟରେ କେବଳ ଜରୁରୀ ସେବାକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିବ।

ଲକଡାଉନ ସମୟରେ ଧର୍ମପୀଠ ଗୁଡ଼ିକ ଖୋଲା ରହିବେ। ହେଲେ କୌଣସି ଧର୍ମାନୁଷ୍ଠାନକୁ ଶ୍ରଦ୍ଧାଳୁ ପ୍ରବେଶ କରିପାରିବେ ନାହିଁ। କେବଳ ନୀତିକାନ୍ତି ପାଇଁ ଧର୍ମପୀଠ ଖୋଲା ରହିବ। ସେହପରି ମାଇନିଂ, କୃଷି ଓ ଶିଳ୍ପସଂସ୍ଥାଗୁଡ଼ିକ ଲକଡାଉନ ସମୟରେ କାର୍ଯ୍ୟକ୍ଷମ ରହିବ।

ଲୋକମାନେ ସେମାନଙ୍କ ପରିଚୟ ପତ୍ର ଦେଖାଇ ଯିବା ଆସିବା କରିପାରିବେ। ବସ୍‌ ଷ୍ଟାଣ୍ଡ, ରେଳ ଷ୍ଟେସନ ଓ ବିମାନ ବନ୍ଦରକୁ ଯାଉଥିବା ଲୋକମାନେ ବୈଧ ଟିକେଟ୍‌ ଦେଖାଇଲେ ଲକଡାଉନ କଟକଣାରୁ ଛାଡ଼ ପାଇବେ ବୋଲି ଝାରଖଣ୍ଡ ସରକାର କହିଛନ୍ତି।

ଦେଶର ଅନ୍ୟ ପ୍ରାନ୍ତ ଗୁଡ଼ିକ ଭଳି ଝାରଖଣ୍ଡରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଉଛି। ଏପ୍ରିଲ ୧୯ରେ ଝାରଖଣ୍ଡରେ ୩,୯୯୨ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ସେହିପରି ୫୦ ଜଣଙ୍କ ଜୀବନ ଯାଇଥିଲା। ଏବେ ରାଜ୍ୟରେ ଆକ୍ଟିଭ କେସ୍‌ ସଂଖ୍ୟା ୨୮,୦୧୦ ରହିଛି। ସ୍ଥିତି ଦିନକୁ ଦିନ ବିଗୁଡ଼ୁଥିବାରୁ ସରକାର ପୂରା ରାଜ୍ୟକୁ ଲକଡାଉନ କରିଥିବା ଜଣାପଡ଼ିଛି।

Related story