ସୀମା ନିର୍ଦ୍ଧାରଣ ଡ୍ରାଫ୍ଟକୁ ନେଇ ବିବାଦ, ଜମ୍ମୁକୁ ୬ ଓ କଶ୍ମୀରକୁ ୧

ଶ୍ରୀନଗର: ଜମ୍ମୁ-କଶ୍ମୀର ସୀମା ନିର୍ଦ୍ଧାରଣ ପାଇଁ ପ୍ରସ୍ତୁତ ହୋଇଥିବା ଡ୍ରାଫ୍ଟକୁ ନେଇ ରାଜନୀତିକ ବିବାଦ ଦେଖାଯାଇଛି। ଏହି ଡ୍ରାଫ୍ଟରେ ଜମ୍ମୁରେ ନୂଆ କରି ୬ଟି ବିଧାନସଭା ଆସନ ସୃଷ୍ଟି କରାଯାଇଥିବା ବେଳେ କଶ୍ମୀର ପାଇଁ ଗୋଟିଏ ଆସନ ରହିଛି। ଏହାକୁ ଆଞ୍ଚଳିକ ଦଳଗୁଡ଼ିକ ଜୋରଦାର ବିରୋଧ କରିଛନ୍ତି। ଜମ୍ମୁ ଓ କଶ୍ମୀର ମଧ୍ୟରେ ଠିକ୍‌ ଭାବେ ଆସନ ସୃଷ୍ଟି କରାଯାଉ ବୋଲି ସେମାନେ ଦାବି କରିଛନ୍ତି। କେନ୍ଦ୍ର ସରକାର ପ୍ରସ୍ତୁତ କରିଥିବା ସୀମା ନିର୍ଦ୍ଧାରଣ ଡ୍ରାଫ୍ଟକୁ ଜମ୍ମୁ-କଶ୍ମୀରର […]

Kashmir

Hemant Lenka
  • Published: Monday, 20 December 2021
  • , Updated: 20 December 2021, 06:28 PM IST

ଶ୍ରୀନଗର: ଜମ୍ମୁ-କଶ୍ମୀର ସୀମା ନିର୍ଦ୍ଧାରଣ ପାଇଁ ପ୍ରସ୍ତୁତ ହୋଇଥିବା ଡ୍ରାଫ୍ଟକୁ ନେଇ ରାଜନୀତିକ ବିବାଦ ଦେଖାଯାଇଛି। ଏହି ଡ୍ରାଫ୍ଟରେ ଜମ୍ମୁରେ ନୂଆ କରି ୬ଟି ବିଧାନସଭା ଆସନ ସୃଷ୍ଟି କରାଯାଇଥିବା ବେଳେ କଶ୍ମୀର ପାଇଁ ଗୋଟିଏ ଆସନ ରହିଛି। ଏହାକୁ ଆଞ୍ଚଳିକ ଦଳଗୁଡ଼ିକ ଜୋରଦାର ବିରୋଧ କରିଛନ୍ତି। ଜମ୍ମୁ ଓ କଶ୍ମୀର ମଧ୍ୟରେ ଠିକ୍‌ ଭାବେ ଆସନ ସୃଷ୍ଟି କରାଯାଉ ବୋଲି ସେମାନେ ଦାବି କରିଛନ୍ତି।

କେନ୍ଦ୍ର ସରକାର ପ୍ରସ୍ତୁତ କରିଥିବା ସୀମା ନିର୍ଦ୍ଧାରଣ ଡ୍ରାଫ୍ଟକୁ ଜମ୍ମୁ-କଶ୍ମୀରର ୫ ଜଣ ସାଂସଦଙ୍କୁ ଦିଆଯାଇଛି। ଏମାନେ ଦିଲ୍ଲୀରେ ଅନୁଷ୍ଠିତ ସୀମା ନିର୍ଦ୍ଧାରଣ ବୈଠକରେ ଯୋଗଦେଇଥିଲେ। ତେଣୁ ସେମାନଙ୍କୁ ଏହି ଡ୍ରାଫ୍ଟ ହସ୍ତାନ୍ତର କରାଯାଇଛି। କିନ୍ତୁ ସେମାନେ ଏହି ଡ୍ରାଫ୍ଟକୁ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି।

ବୈଠକରେ ଯୋଗଦେଇଥିବା ନ୍ୟାଶନାଲ କନଫରେନ୍ସ ସୁପ୍ରିମୋ ଫାରୁକ ଅବଦୁଲ୍ଲା ଡ୍ରାଫ୍ଟ ପାଇଥିବା କହିଛନ୍ତି। ଏହାର ଜବାବ ସେ ଡିସେମ୍ବର ୩୧ରେ ଇ-ମେଲ ଦ୍ୱାରା ଦେବେ। ସେହିପରି ତାଙ୍କ ପୁଅ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ମଧ୍ୟ କେନ୍ଦ୍ର ସରକାରଙ୍କ ଡ୍ରାଫ୍ଟକୁ ବିରୋଧ କରିଛନ୍ତି।

ସେ କହିଛନ୍ତି, “ଜମ୍ମୁ-କଶ୍ମୀର କମିଶନ ସୀମା ନିର୍ଦ୍ଧାରଣ ପାଇଁ ଦେଇଥିବା ଡ୍ରାଫ୍ଟ କେବେ ହେଲେ ଗ୍ରହଣୀୟ ନୁହେଁ। ଏଥିରେ ଜମ୍ମୁକୁ ନୂଆ କରି ୬ଟି ଆସନ ମିଳିଥିବା ବେଳେ କଶ୍ମୀରକୁ ଗୋଟିଏ ଆସନ ଦିଆଯାଇଛି। ୨୦୧୧ ଜନଗଣନା ଅନୁସାରେ, ଏହା ଆଦୌ ଯୁକ୍ତିଯୁକ୍ତ ନୁହେଁ।

କମିଶନ ବିଜେପିର ରାଜନୀତିକ ଏଜେଣ୍ଡା ପାଇଁ ଏପରି ଡ୍ରାଫ୍ଟ ପ୍ରସ୍ତୁତ କରିବା ଅତ୍ୟନ୍ତ ଦୁଃଖଦାୟକ। ପୂର୍ବରୁ ତଥ୍ୟ ଓ ବୈଷୟିକ ଦୃଷ୍ଟିକୋଣରୁ ସୀମା ନିର୍ଦ୍ଧାରଣ ହେବ ବୋଲି କୁହାଯାଇଥିଲା। କିନ୍ତୁ ଏବେ ଏହା ରାଜନୀତିକ ଦୃଷ୍ଟି କୋଣରୁ କରାଯାଇଥିବା ସ୍ପଷ୍ଟ ହୋଇଛି।”


କମିଶନଙ୍କ କହିବା ଅନୁଯାୟୀ, ୨୦୧୧ ଜନଗଣନାକୁ ଦୃଷ୍ଟିରେ ରଖି ସୀମା ନିର୍ଦ୍ଧାରଣ କରାଯାଉଛି। ଜନସଂଖ୍ୟା ହିଁ ଏହାର ମୂଳ ଆଧାର। ୨୦୧୧ ଜନଗଣନା ଅନୁଯାୟୀ, କଶ୍ମୀରର ଜନସଂଖ୍ୟା ୬୮.୮ ଲକ୍ଷ ଥିବା ବେଳେ ଜମ୍ମୁର ଜନସଂଖ୍ୟା ୫୩.୫ ଲକ୍ଷ ଥିଲା। ଏଥିପାଇଁ ବିଧାନସଭାରେ ଜମ୍ମୁ ପାଇଁ ୩୭ଟି, କଶ୍ମୀର ପାଇଁ ୪୭ଟି ଓ ଲଦାଖ ପାଇଁ ୪ଟି ଆସନ ସୃଷ୍ଟି କରାଯାଇଥିଲା।

ହେଲେ ଏବେ କମିଶନ ପ୍ରସ୍ତୁତ କରିଥିବା ଡ୍ରାଫ୍ଟ କାର୍ଯ୍ୟକାରୀ ହେଲେ ଜମ୍ମୁର ଆସନ ସଂଖ୍ୟା ୪୩ ଓ କଶ୍ମୀରର ଆସନ ସଂଖ୍ୟା ୪୭ ହେବ। କେନ୍ଦ୍ର ସରକାର ୨୦୧୯ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଇବା ସହ ଏହାକୁ ଦୁଇ ଭାଗରେ ବିଭକ୍ତ କରିଦେଇଥିଲେ। ଗୋଟିଏ ପଟେ ଜମ୍ମୁ-କଶ୍ମୀର ରହିଥିବା ବେଳେ ଅନ୍ୟପଟେ ଲଦାଖ ରହିଛି। ଏଥିପାଇଁ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରର ସୀମା ପୁନଃ ନିର୍ଦ୍ଧାରଣ କରୁଛନ୍ତି।

Related story