ଭାରତର ବେକାରୀ ସମସ୍ୟା ସୁଧୁରୁଛି!

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ଉତ୍କଟ ସ୍ଥିତିରେ ପହଞ୍ଚିଥିବା ଦେଶର ବେକାରୀ ସମସ୍ୟାରେ ସାମାନ୍ୟ ସୁଧାର ଆସିଛି। ଜୁଲାଇ ମାସରେ ବେକାରୀ ହାରରେ ସୁଧାର ଆସିଛି। ୪ ମାସ ମଧ୍ୟରେ ଭାରତର ବେକାରୀ ସମସ୍ୟା ସବୁଠାରୁ ଭଲ ସ୍ଥିତିରେ ରହିଛି। ଏହାର ଅର୍ଥ କିଛି ସାମଗ୍ରୀର ବିକ୍ରି ଓ ଚାହିଦା ବର୍ତ୍ତମାନ ବୃଦ୍ଧି ପାଇଛି। କରୋନା ପାଇଁ ଏସବୁ ଧିମା ହୋଇଯାଇଥିଲା। ଟିକସ ସଂଗ୍ରହ ମଧ୍ୟ ହ୍ରାସ ପାଇଥିବାରୁ ନିଯୁକ୍ତିହାନୀ ଘଟିଥିଲା। ହେଲେ ଏବେ ଭଲ ଖବର […]

Job

Hemant Lenka
  • Published: Monday, 02 August 2021
  • , Updated: 02 August 2021, 03:24 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ଉତ୍କଟ ସ୍ଥିତିରେ ପହଞ୍ଚିଥିବା ଦେଶର ବେକାରୀ ସମସ୍ୟାରେ ସାମାନ୍ୟ ସୁଧାର ଆସିଛି। ଜୁଲାଇ ମାସରେ ବେକାରୀ ହାରରେ ସୁଧାର ଆସିଛି। ୪ ମାସ ମଧ୍ୟରେ ଭାରତର ବେକାରୀ ସମସ୍ୟା ସବୁଠାରୁ ଭଲ ସ୍ଥିତିରେ ରହିଛି।

ଏହାର ଅର୍ଥ କିଛି ସାମଗ୍ରୀର ବିକ୍ରି ଓ ଚାହିଦା ବର୍ତ୍ତମାନ ବୃଦ୍ଧି ପାଇଛି। କରୋନା ପାଇଁ ଏସବୁ ଧିମା ହୋଇଯାଇଥିଲା। ଟିକସ ସଂଗ୍ରହ ମଧ୍ୟ ହ୍ରାସ ପାଇଥିବାରୁ ନିଯୁକ୍ତିହାନୀ ଘଟିଥିଲା। ହେଲେ ଏବେ ଭଲ ଖବର ସାମ୍ନାକୁ ଆସିଛି।

ଜୁଲାଇ ମାସରେ ବେକାରୀ ହାର ୬.୯୫% ରହିଥିବା ବେଳେ ପୂର୍ବ ମାସରେ ଏହା ୯.୧୭% ରହିଥିଲା। ଘରୋଇ ରିସର୍ଚ୍ଚ ଫାର୍ମ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି ପ୍ରାଇଭେଟ ପକ୍ଷରୁ ଏଭଳି ତଥ୍ୟ ପ୍ରକାଶ କରାଯାଇଛି। ରିପୋର୍ଟ ଅନୁସାରେ, ଗ୍ରାମାଞ୍ଚଳରେ ବେକାରୀ ହାର ୬.୩% ଥିବା ବେଳେ ସହାରାଞ୍ଚଳରେ ଏହା ୮% ଉପରେ ରହିଛି। ମେ’ ମାସରେ ଦେଶରେ ବେକାରୀ ହାର ପ୍ରାୟ ୧୨% ଥିବା ବେଳେ ଜୁନ୍‌ ମାସରେ ଏହା ୯.୧୭%କୁ ଖସିଥିଲା। କିନ୍ତୁ ଜୁଲାଇ ମାସରେ ଏଥିରେ ଆହୁରି ସୁଧାର ଆସିଛି। ଜୁଲାଇ ମାସରେ ବେକାରୀ ହାର ୬.୯୫% ରହିଛି।

ବେକାରୀ ହାରରେ ସୁଧାର ଆସିବା ଦେଶର ଅର୍ଥନୀତି ପାଇଁ ଭଲ ଖବର। କାରଣ ଦେଶର ଜିଡିପିରେ ଘରୋଇ ଖର୍ଚ୍ଚର ଯୋଗଦାନ ପ୍ରାୟ ୬୦% ରହିଥାଏ। ଏହା ଗତ ଆର୍ଥିକ ବର୍ଷ ତୁଳନାରେ ଏବେ ଦେଶର ଅର୍ଥନୀତି  ଆଶାତୀତ ଭାବେ ଭଲ ପ୍ରଦର୍ଶନ କରିବାରେ ଲାଗିଛି।

ଅନ୍ୟପକ୍ଷରେ ଜୁନ ମାସ ତୁଳନାରେ ଜୁଲାଇ ମାସରେ ଜିଏସ୍‌ଟି ସଂଗ୍ରହ ମଧ୍ୟ ବୃଦ୍ଧି ପାଇଛି। ଭାରତର ଫ୍ୟାକ୍ଟ୍ରୀ କାର୍ଯ୍ୟକଳାପ ମଧ୍ୟ ଗତ ମାସ ତୁଳନାରେ ଜୁଲାଇରେ ଅଧିକ ଭଲ ପ୍ରଦର୍ଶନ କରିଛି। କରୋନା ସଂକ୍ରମଣକୁ ରୋକିବାକୁ ଜାରି କଟକଣା ପାଇଁ ଏଗୁଡ଼ିକ ଧିମା ପଡ଼ି ଯାଇଥିଲା। ହେଲେ କଟକଣା କୋହଳ ହେବା କ୍ଷଣି ଏସବୁ କ୍ଷେତ୍ରରେ ମଧ୍ୟ ଉନ୍ନତି ପରିଲ୍ଲିଖିତ ହୋଇଛି।

Related story