୨ କିଲୋଗ୍ରାମ ମାଛର ଦାମ ୨ ଲକ୍ଷ ୬୦ ହଜାର

ବିଶାଖାପାଟଣା (ଯଶୋବନ୍ତ ପାଢ଼ୀ): ଗୋଟିଏ ୨ କିଲୋ ମାଛର ଦାମ କେତେ ହୋଇପାରେ? ଯଦି ଏବେର ବଜାର ଦରକୁ ଦେଖିବା ତାହେଲେ ଏହାର ଦାମ ସର୍ବାଧିକ ୧ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇପାରେ ବୋଲି ଆଶା କରିବା। କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଗୋଟିଏ ୨ କିଲୋ ଗ୍ରାମ ମାଛର ଦାମ ଅଢ଼େଇ ଲକ୍ଷ ଟଙ୍କା। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ମଧ୍ୟ ଖବରଟି ସତ। ଏଭଳି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାର କାକିନାଡ଼ା […]

fish

Subhransu Sekhar
  • Published: Wednesday, 23 June 2021
  • , Updated: 24 June 2021, 12:29 PM IST

ବିଶାଖାପାଟଣା (ଯଶୋବନ୍ତ ପାଢ଼ୀ): ଗୋଟିଏ ୨ କିଲୋ ମାଛର ଦାମ କେତେ ହୋଇପାରେ? ଯଦି ଏବେର ବଜାର ଦରକୁ ଦେଖିବା ତାହେଲେ ଏହାର ଦାମ ସର୍ବାଧିକ ୧ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇପାରେ ବୋଲି ଆଶା କରିବା। କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଗୋଟିଏ ୨ କିଲୋ ଗ୍ରାମ ମାଛର ଦାମ ଅଢ଼େଇ ଲକ୍ଷ ଟଙ୍କା। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ମଧ୍ୟ ଖବରଟି ସତ। ଏଭଳି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାର କାକିନାଡ଼ା ଠାରେ।

କାରୋନା କଟକଣା ଯୋଗୁଁ ଗତ ୮ ମାସ ଧରି ସମୁଦ୍ରରେ ମାଛ ଧରିବା ପାଇଁ ଆନ୍ଧ୍ରପ୍ରଦେଶ ସରକାର ରୋକ୍ ଲଗାଇଥିଲେ। କିନ୍ତୁ ଗତ ୨ ଦିନ ହେବ ମାଛ ଧରିବା ପାଇଁ ରାଜ୍ୟ ସରକାର ଅନୁମତି ଦେବା ପରେ କାକିନାଡ଼ାରା ୨ ଜଣ ମାଛ ଧରାଳୀଙ୍କ ଭାଗ୍ୟ ଯେ ସଂପୂର୍ଣ୍ଣ ବଦଳି ଯାଇଛି ଓ ସେମାନେ ଲକ୍ଷ୍ୟପତି ହୋଇଯାଇଛନ୍ତି। ଯାହାକି ତାଙ୍କ ପାଇଁ ଏକଦା ସ୍ୱପ୍ନ ଥିଲା। ଏହି ମାଛ ଚାଷୀମାନେ କହିଛନ୍ତି ଯେ ସମୁଦ୍ରରେ ସମସ୍ତେ ମାଛ ଧରନ୍ତି କିନ୍ତୁ ଯଦି ତୁମେ ଭାଗ୍ୟବାନ ତାହା ହେଲେ ତୁମ ଜାଲରେ 'କାଚିଲି ମାଛ' ପଡ଼ିବ। କାଚିଲି ମାଛ,  ଯାହା ଦେଖିବା ପାଇଁ ସାଧାରଣ ମାଛ ଭଳି କିନ୍ତୁ ଏହା ସଂପୂର୍ଣ୍ଣ ରୂପେ ସୁନା ଭଳି କଲର ଓ ସୁନା ଭଳି ଝଟକୁ ଥାଏ। ଏହା ବହୁତ କମ ଜାଲରେ ପଡେ ଓ ଯାହା ଜାଲରେ ପଡେ ତାର ଭାଗ୍ୟ ସଂପୂର୍ଣ୍ଣ ବଦଳି ଯାଏ।

ଏହି ମାଛ ଗଭୀର ସମୁଦ୍ର ଜଳରେ ମିଳିଥାଏ। ସିଙ୍ଗାରାଜୁ ନାମକ ଜଣେ ସ୍ଥାନୀୟ ମତ୍ସ୍ୟଜୀବୀ ସମୁଦ୍ରରେ ମାଛ ଧରୁଥିବା ବେଳେ ତାଙ୍କ ଜାଲରେ ଏହି ମାଛ ପଡ଼ିଥିଲା। ଏହାକୁ ବନ୍ଦରକୁ ଅଣାଯାଇ ନିଲାମ କରାଯାଇଥିଲା ଜଣେ ବ୍ୟକ୍ତି ଏହାକୁ ୨.୬୦ ଲକ୍ଷରେ କିଣିଥିଲେ। ଅନ୍ୟ ଜଣେ ମତ୍ସ୍ୟଜୀବୀ ଜଗନ୍ନାଥ ତାଙ୍କ ଜାଲରେ ଫସି ରହିଥିବା ଏକ କାଚିଲି ମାଛକୁ  ୨.୪୦ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ।

ମତ୍ସ୍ୟଜୀବୀମାନେ କହିଛନ୍ତି ଯେ ଏହି ମାଛ ଖାଇବା ପାଇଁ ସ୍ଵାଦିଷ୍ଟ ନଥିଲେ ବି ଅଧିକ ମୂଲ୍ୟରେ ବିକ୍ରି ହୁଏ, କାରଣ ଏହି ମାଛଗୁଡ଼ିକର ପେଟରେ ଥିବା 'ପୁଟି' ଦ୍ଵାରା ଶ୍ୱାସ ରୋଗ ଭଲ ହୋଇଥାଏ ଓ ଧଳା ପଦାର୍ଥ ବିଭିନ୍ନ ଔଷଧ ତିଆରିରେ ବ୍ୟବହୃତ ହୁଏ। ସେଥିପାଇଁ ଏହି ମାଛର ଅଧିକ ଦରରେ ବିକ୍ରି ହୁଏ। ଧରାପଡ଼ିଥିବା ଗୋଟିଏ ଗୋଟିଏ ମାଛର ଓଜନ ୨ କିଲୋଗ୍ରାମ ଥିବା ଜଣାପଡିଛି ଓ ପ୍ରାୟ ୪ ବର୍ଷ ପରେ ଏହି ମାଛକୁ କାକିନାଡ଼ା ବନ୍ଦରରେ ଅଞ୍ଚଳରେ ଦେଖିବାକୁ ମିଳିଥିବା ମତ୍ସ୍ୟଜୀବୀମାନେ କହିଛନ୍ତି।

Related story