ପଲିଟିକ୍ସକୁ ଡାକିଲେ ଯୋଗୀ, ଚାକିରି ଛାଡ଼ିଲେ ଆଇପିଏସ

ଲକ୍ଷ୍ନୌ: ୟୁପି ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି । ସମସ୍ତ ଦଳ ଏହାକୁ ସ୍ୱାଗତ କରିଛନ୍ତି । ତେବେ ବିଗତ କିଛି ବର୍ଷ ହେଲା ପ୍ରଶାସକମାନେ ରାଜନୀତି ମୋହରେ ପଡ଼ିଥିବା ଦେଖିବାକୁ ମିଳୁଛି। ଏହିପରିପ୍ରେକ୍ଷୀରେ ଉତ୍ତରପ୍ରଦେଶର ଜଣେ ଆଇପିଏସ ଏହି ରେସ୍‌ରେ ସାମିଲ ହୋଇଛନ୍ତି। କାନପୁର ପୁଲିସ କମିଶନର ଅସୀମ ଅରୁଣ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଛନ୍ତି। ଏ ସମ୍ପର୍କରେ ସେ ଏକ ବିବୃତ୍ତି ଜାରି କରିଛନ୍ତି।  ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ […]

9091

Tapas Behera
  • Published: Saturday, 08 January 2022
  • , Updated: 08 January 2022, 09:56 PM IST

ଲକ୍ଷ୍ନୌ: ୟୁପି ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି । ସମସ୍ତ ଦଳ ଏହାକୁ ସ୍ୱାଗତ କରିଛନ୍ତି । ତେବେ ବିଗତ କିଛି ବର୍ଷ ହେଲା ପ୍ରଶାସକମାନେ ରାଜନୀତି ମୋହରେ ପଡ଼ିଥିବା ଦେଖିବାକୁ ମିଳୁଛି। ଏହିପରିପ୍ରେକ୍ଷୀରେ ଉତ୍ତରପ୍ରଦେଶର ଜଣେ ଆଇପିଏସ ଏହି ରେସ୍‌ରେ ସାମିଲ ହୋଇଛନ୍ତି। କାନପୁର ପୁଲିସ କମିଶନର ଅସୀମ ଅରୁଣ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଛନ୍ତି।

ଏ ସମ୍ପର୍କରେ ସେ ଏକ ବିବୃତ୍ତି ଜାରି କରିଛନ୍ତି।  ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ବିଜେପିରେ ଯୋଗଦେବାକୁ ପ୍ରସ୍ତାବ ଦେଇଥିଲେ। ତେଣୁ ସେ ପୁଲିସ ସେବାରୁ ଅବ୍ୟାହତି ନେବା ପାଇଁ  ନିଷ୍ପତ୍ତି ନେଇଛନ୍ତି। କିଛି ଦିନ ହେଲା ଅସୀମ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି କଳ୍ପନାଜଳ୍ପନା ଲାଗି ରହିଥିଲା। ଅସୀମ କହିଛନ୍ତି ଯେ, ମୁଁ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଛି।  କାରଣ ବର୍ତ୍ତମାନ ମୁଁ ଦେଶ ତଥା ସମାଜର ଏକ ନୂତନ ଉପାୟରେ ସେବା କରିବାକୁ ଚାହୁଁଛି। ମୁଁ ଅତ୍ୟଧିକ ଗର୍ବିତ ଅନୁଭବ କରୁଛି ଯେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୋତେ ବିଜେପିର ସଦସ୍ୟ ପାଇଁ ଯୋଗ୍ୟ ବିବେବଚନା କରିଛନ୍ତି।

ସେ କହିଛନ୍ତି ଯେ, ମୁଁ ପୁଲିସ ବିଭାଗରେ ପାଇଥିବା ଅଭିଜ୍ଞତା ବିକାଶ ରାଜନୀତିରେ ଉପଯୋଗୀ ହୋଇପାରିବ। ପାର୍ଟିରେ ରହି ସେବା କରିବାକୁ ଚେଷ୍ଟା କରିବି । ଦୁର୍ବଳ ଏବଂ ଗରିବ ବ୍ୟକ୍ତିଙ୍କ ସେବା କରିବାର ମହାତ୍ମାଗାନ୍ଧିଙ୍କ ନାରାକୁ ସଫଳ କରିବି।   ସେହିପରି ବାବାସାହେବ ଆମ୍ବେଦକରଙ୍କ ନୀତି ଆଦର୍ଶ ଅନୁସରଣ କରି, ମୁଁ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଏବଂ ସମସ୍ତ ଶ୍ରେଣୀର ଭାଇ ଓ ଭଉଣୀଙ୍କ ସମ୍ମାନ, ସୁରକ୍ଷା ଏବଂ ଉନ୍ନତି ପାଇଁ କାର୍ଯ୍ୟ କରିବି। ମୋ ପାଇଁ ସବୁଠାରୁ କଷ୍ଟକର ବିଷୟ ହେଉଛି ମୋ ଆଲମାରିରେ ରହୁଥିବା ସବୁଠାରୁ  ସୁନ୍ଦର ପୋଷାକ ପୁଲିସ ବର୍ଦ୍ଦିକୁ  ପିନ୍ଧିପାରିବି ନାହିଁ।  ମୋର ସାଥୀମାନଙ୍କଠାରୁ ବିଦାୟ ନେଉଛି।  ମୁଁ ପ୍ରତିଜ୍ଞା କରୁଛି ଯେ,  ୟୁନିଫର୍ମ ସମ୍ମାନ ପାଇଁ ମୁଁ ସର୍ବଦା ଆଗରେ ଛିଡା ହେବି। ମୋ ତରଫରୁ ଆପଣଙ୍କୁ ଏକ ବଡ଼ ସାଲ୍ୟୁଟ୍‌।

Related story