ସିଡିଏସଙ୍କ ମୃତ୍ୟୁରେ ଖୁସି ମନାଇଲେ କାର୍ଯ୍ୟାନୁଷ୍ଠାନ

ହାବେରୀ: ତାମିଲନାଡୁର ନୀଳଗିରି ଜିଲ୍ଲାର କୁନ୍ନୁରଠାରେ ବୁଧବାର ହେଲିକପ୍ଟର କ୍ରାଶରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗ୍ରୁପ୍ କ୍ୟାପଟେନ ବରୁଣ ସିଂ ଜୀବନ୍ତ ଅଛନ୍ତି। ବର୍ତ୍ତମାନ ସେ ବାଙ୍ଗାଲୋରର ମିଲିଟାରୀ ହସ୍ପିଟାଲରେ ଜୀବନ ସହ ଲଢ଼ୁଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମଇ ଆଜି ହସ୍ପିଟାଲ ଯାଇ ବରୁଣ ସିଂଙ୍କ ହାଲଚାଲ୍ ପଚାରି ବୁଝିଛନ୍ତି। ଏହାବ୍ୟତୀତ ସେ କହିଛନ୍ତି ଯେ ସିଡିଏସ୍ ବିପିନ ରାୱତଙ୍କ ମୃତ୍ୟୁରେ ଖୁସି ମନାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେ କହିଛନ୍ତି ଯେ […]

bommai

bommai

Ranjit Kumar Jena
  • Published: Friday, 10 December 2021
  • Updated: 10 December 2021, 05:59 PM IST

Sports

Latest News

ହାବେରୀ: ତାମିଲନାଡୁର ନୀଳଗିରି ଜିଲ୍ଲାର କୁନ୍ନୁରଠାରେ ବୁଧବାର ହେଲିକପ୍ଟର କ୍ରାଶରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗ୍ରୁପ୍ କ୍ୟାପଟେନ ବରୁଣ ସିଂ ଜୀବନ୍ତ ଅଛନ୍ତି। ବର୍ତ୍ତମାନ ସେ ବାଙ୍ଗାଲୋରର ମିଲିଟାରୀ ହସ୍ପିଟାଲରେ ଜୀବନ ସହ ଲଢ଼ୁଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମଇ ଆଜି ହସ୍ପିଟାଲ ଯାଇ ବରୁଣ ସିଂଙ୍କ ହାଲଚାଲ୍ ପଚାରି ବୁଝିଛନ୍ତି। ଏହାବ୍ୟତୀତ ସେ କହିଛନ୍ତି ଯେ ସିଡିଏସ୍ ବିପିନ ରାୱତଙ୍କ ମୃତ୍ୟୁରେ ଖୁସି ମନାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସେ କହିଛନ୍ତି ଯେ ପ୍ରତିରକ୍ଷା ମୁଖ୍ୟ ରାୱତଙ୍କ ସମ୍ବନ୍ଧରେ ଅପମାନଜନକ ଟୁଇଟ୍ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେ କହିଛନ୍ତି, ' କିଛି ବିକୃତ ମସ୍ତିସ୍କର ଲୋକ ସିଡିଏସ୍ ରାୱତଙ୍କ ମୃତ୍ୟୁକୁ ସମ୍ବନ୍ଧରେ ଅପମାନଜନକ ଏବଂ ଉତ୍ସବ ମନାଇବା ଭଳି ଟ୍ୱିଟ କରିଛନ୍ତି। ଏହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଭଳି ଲୋକଙ୍କ ବିରୋଧରେ ଅନ୍ୟ ରାଜ୍ୟ ଗୁଡ଼ିକରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ବାସ୍ତବରେ ଏହା ନିନ୍ଦନୀୟ ଓ କ୍ଷମା ଯୋଗ୍ୟ ନୁହେଁ। ଏମିତି ଲୋକଙ୍କୁ ନିଶ୍ଚିତ ଦଣ୍ଡିତ କରାଯିବା ଦରକାର।

ସେ କହିଛନ୍ତି, 'ହେଲିକପ୍ଟର ଦୁର୍ଘଟଣାରୁ ବଞ୍ଚିଯାଇଥିବା ଗ୍ରୁପ୍ କ୍ୟାପଟେନ ବରୁଣ ସିଂଙ୍କୁ ମୁଁ ବେଙ୍ଗାଲୁରୁର କମାଣ୍ଡ ହସ୍ପିଟାଲରେ ଭେଟିଥିଲି। ତାଙ୍କୁ ବିଶେଷଜ୍ଞ ଡାକ୍ତରଙ୍କଠାରୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦିଆଯାଉଛି। ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି।'

ସୂଚନାଯୋଗ୍ୟ, ତାମିଲନାଡୁର କୁନ୍ନୁର ନିକଟରେ ଗତ ୮ ତାରିଖରେ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ଜେନେରାଲ୍ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ବ୍ୟତୀତ ୧୧ ଅନ୍ୟ ଯବାନଙ୍କର ମୃତ୍ୟୁ ହୋଇଥିଲା। ଏମଆଇ ୧୭ ଭି୫ ହେଲିକପ୍ଟର ଦ୍ୱାରା ନୀଳଗିର ହିଲ୍ସରେ ଥିବା ୱେଲିଂଟନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଏଥିରେ ବ୍ୟତୀତ ୬ ଜଣ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ ୧୪ ଜଣ ଥିଲେ। କେବଳ ବାୟୁସେନାର ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂହ ଏହି ଦୁର୍ଘଟଣାରୁ ବଞ୍ଚି ଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story