ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ଅକ୍ସିଜେନ ମାଗିଲେ କେଜ୍ରିୱାଲ

ନୂଆଦିଲ୍ଲୀ: କରୋନା ସହ ଲଢ଼େଇ କରୁଥିବା ଦିଲ୍ଲୀରେ ବର୍ତ୍ତମାନ ଘୋର ଅକ୍ସିଜେନର ଅଭାବ ଦେଖାଯାଇଛି। ଅକ୍ସିଜେନ ଅଭାବରୁ ରୋଗୀମାନେ ମଧ୍ୟ ପ୍ରାଣ ହରାଇବା ଆରମ୍ଭ କରିଛନ୍ତି। ଏସବୁ ଭିତରେ ଆଜି ଦିଲ୍ଲୀବାସୀଙ୍କ ପାଇଁ ଅକ୍ସିଜେନ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଛନ୍ତି। ଉଭୟ ମେଡିକାଲ ଅକ୍ସିଜେନ ଓ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦେବାକୁ ସେ ସବୁ ମୁଖ୍ୟମନ୍ତ୍ରୀମାନଙ୍କୁ ନିବେଦଦନ କରିଛନ୍ତି। ଅକ୍ସିଜେନ ଅଭାବରୁ ଏକାଧିକ ହସ୍ପିଟାଲ ରୋଗୀଙ୍କୁ ଫେରାଇ […]

Delhi1

Hemant Lenka
  • Published: Saturday, 24 April 2021
  • , Updated: 24 April 2021, 07:21 PM IST

ନୂଆଦିଲ୍ଲୀ: କରୋନା ସହ ଲଢ଼େଇ କରୁଥିବା ଦିଲ୍ଲୀରେ ବର୍ତ୍ତମାନ ଘୋର ଅକ୍ସିଜେନର ଅଭାବ ଦେଖାଯାଇଛି। ଅକ୍ସିଜେନ ଅଭାବରୁ ରୋଗୀମାନେ ମଧ୍ୟ ପ୍ରାଣ ହରାଇବା ଆରମ୍ଭ କରିଛନ୍ତି। ଏସବୁ ଭିତରେ ଆଜି ଦିଲ୍ଲୀବାସୀଙ୍କ ପାଇଁ ଅକ୍ସିଜେନ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଛନ୍ତି।

ଉଭୟ ମେଡିକାଲ ଅକ୍ସିଜେନ ଓ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦେବାକୁ ସେ ସବୁ ମୁଖ୍ୟମନ୍ତ୍ରୀମାନଙ୍କୁ ନିବେଦଦନ କରିଛନ୍ତି। ଅକ୍ସିଜେନ ଅଭାବରୁ ଏକାଧିକ ହସ୍ପିଟାଲ ରୋଗୀଙ୍କୁ ଫେରାଇ ଦେଉଥିବାରୁ କେଜ୍ରିୱାଲ ଏପରି ଚିଠି ଲେଖିଛନ୍ତି।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି କହିଛନ୍ତି, “ମୁଁ ଦେଶର ସବୁ ମୁଖ୍ୟମନ୍ତ୍ରୀମାନଙ୍କୁ ଅକ୍ସିଜେନ ଦେବାକୁ ଚିଠି ଲେଖିଛି। ସେମାନଙ୍କ ପାଖରେ ଯଦି କିଛି ବଳକା ଅକ୍ସିଜେନ ରହିଛି, ତା’ହେଲେ ସେମାନେ ସେଗୁଡ଼ିକ ଦିଲ୍ଲୀକୁ ପଠାନ୍ତୁ। କେନ୍ଦ୍ର ସରକାର ଆମକୁ ଅକ୍ସିଜେନ ଯୋଗାଣରେ ସହାୟତା କରୁଛନ୍ତି। ହେଲେ ଦିଲ୍ଲୀର କରୋନା ସ୍ଥିତି ଯେଉଁଭଳି ଉତ୍କଟ ହେଉଛି, କେନ୍ଦ୍ରର ଅକ୍ସିଜେନ ସେଥିପାଇଁ ପର୍ଯ୍ୟାପ୍ତ ହେଉନାହିଁ। ତେଣୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସେମାନଙ୍କ ପାଖରେ ବଳକା ହେଉଥିବା ଅକ୍ସିଜେନକୁ ଦିଲ୍ଲୀ ପାଇଁ ପଠାନ୍ତୁ।”

ସେ ଆହୁରି କହିଛନ୍ତି, ଦିଲ୍ଲୀରେ ମେଡିକାଲ ଅକ୍ସିଜେନର ଉତ୍ପାଦନ ହେଉନାହିଁ ଓ ଦିଲ୍ଲୀରେ ସେଭଳି କୌଣସି ଫ୍ୟାକ୍ଟ୍ରୀ ନାହିଁ। ଏଭଳି ସ୍ଥିତିରେ ଆପଣମାନେ ଯେକୌଣସି ଉପାୟରେ ହେଉ ପଛେ ଦୟା କରି ଆମକୁ ସହଯୋଗ କରନ୍ତୁ। ଏହାଦ୍ୱାରା ଦିଲ୍ଲୀବାସୀଙ୍କ ଜୀବନ ବଞ୍ଚିଯିବ ବୋଲି ମଧ୍ୟ କେଜ୍ରିୱାଲ କହିଛନ୍ତି।

ଅକ୍ସିଜେନ ସଙ୍କଟ ଯୋଗୁ ରାଜବୀ ଗାନ୍ଧି ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରାୟ ୩୦୦ଟି ବେଡ୍‌ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ଏହାର ଅର୍ଥ ଏବେ ଏହି ହସ୍ପିଟାଲରେ ମାତ୍ର ୩୫୦ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହୋଇପାରିବେ। ସେହିପରି ଦିଲ୍ଲୀର ସବୁଠାରୁ ବଡ଼ କୋଭିଡ ହସ୍ପିଟାଲ ଭାବେ ଜଣାଶୁଣା ଜିଟିବି ମଧ୍ୟ ସମାନ ପଦକ୍ଷେପ ନେଇଛି।

ପୂର୍ବରୁ ଏଠାରେ ୧୫ଶହ କରୋନା ରୋଗୀଙ୍କ ପାଇଁ ବେଡ୍‌ ରହିଥିଲା। ଏବେ ହସ୍ପିଟାଲ କର୍ତ୍ତୃପକ୍ଷ ଅକ୍ସିଜେନ ଅଭାବରୁ ୮୦୦ଟି ବେଡ୍‌ ହଟାଇ ଦେଇଛି। ଏହାର ଅର୍ଥ ଏଠାରେ ସର୍ବାଧିକ ୭୦୦ କରୋନା ରୋଗୀଙ୍କ ପାଇଁ ବେଡ୍‌ ଖୋଲା ରହିଛି।

Related story