ୟୁଏଇରୁ ଫେରି ଯୁବକଙ୍କ ମୃତ୍ୟୁ, ଥିଲେ ମଙ୍କିପକ୍ସ ଆକ୍ରାନ୍ତ !

ତ୍ରିସୁର: ୟୁଏଇରୁ କେରଳ ଫେରିଥିବା ଜଣେ ଯୁବକଙ୍କ ମୃତ୍ୟୁର କାରଣ ମଙ୍କିପକ୍ସ ବୋଲି ପୂର୍ବରୁ ସନ୍ଦେହ କରାଯାଉଥିଲା। ତାହା ସତ୍ୟ ବୋଲି ସୂଚନା ମିଳିଛି। ୨୨ ବର୍ଷିୟ ଏହି ଯୁବକ ୟୁଏଇ(ସଂଯୁକ୍ତ ଆରବ ଏମିନେଟ)ରେ ହିଁ ଟେଷ୍ଟ କରିବା ବେଳେ ମଙ୍କିପକ୍ସ ପଜେଟିଭ ଥିବା ଜଣାପଡ଼ିଥିଲା। ତେବେ କେରଳ ସରକାର ପୁନେରେ ଏହାର ଚୂଡ଼ାନ୍ତ ଯାଞ୍ଚ କରୁଥିବାରୁ ରିପୋର୍ଟକୁ ସମସ୍ତଙ୍କର ଅପେକ୍ଷା ରହିଛି। ଏନେଇ କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ବିଣା ଜାଁର୍ଜ କହିଛନ୍ତି, ମଙ୍କିପକ୍ସ ଯୋଗୁ ଏହି […]

Monkey-pox

Monkey-pox

Niranjan Mishra
  • Published: Sunday, 31 July 2022
  • Updated: 31 July 2022, 10:34 PM IST

Sports

Latest News

ତ୍ରିସୁର: ୟୁଏଇରୁ କେରଳ ଫେରିଥିବା ଜଣେ ଯୁବକଙ୍କ ମୃତ୍ୟୁର କାରଣ ମଙ୍କିପକ୍ସ ବୋଲି ପୂର୍ବରୁ ସନ୍ଦେହ କରାଯାଉଥିଲା। ତାହା ସତ୍ୟ ବୋଲି ସୂଚନା ମିଳିଛି। ୨୨ ବର୍ଷିୟ ଏହି ଯୁବକ ୟୁଏଇ(ସଂଯୁକ୍ତ ଆରବ ଏମିନେଟ)ରେ ହିଁ ଟେଷ୍ଟ କରିବା ବେଳେ ମଙ୍କିପକ୍ସ ପଜେଟିଭ ଥିବା ଜଣାପଡ଼ିଥିଲା। ତେବେ କେରଳ ସରକାର ପୁନେରେ ଏହାର ଚୂଡ଼ାନ୍ତ ଯାଞ୍ଚ କରୁଥିବାରୁ ରିପୋର୍ଟକୁ ସମସ୍ତଙ୍କର ଅପେକ୍ଷା ରହିଛି।

ଏନେଇ କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ବିଣା ଜାଁର୍ଜ କହିଛନ୍ତି, ମଙ୍କିପକ୍ସ ଯୋଗୁ ଏହି ଯୁବକର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। କାରଣ ୟୁଏଇରେ ସେ ମଙ୍କିପକ୍ସ ପଜେଟିଭ ଥିଲେ। ସେ ଚଳିତ ମାସ ୨୧ ଜୁଲାଇରେ ଭାରତ ପହଞ୍ଚି ଥିଲେ। ଯେତେବେଳେ କି ସେ ୟୁଏଇ ଛାଡ଼ିବାର ଗୋଟିଏ ଦିନ ପୂର୍ବରୁ ସେଠାରେ ମଙ୍କିପକ୍ସ ପଜେଟିଭ ଥିବା ରିପୋର୍ଟ ବାହାରିଥିଲା।

ତାଙ୍କୁ ୨୭ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କାଲି ଏହି ଟେଷ୍ଟ ରିପୋର୍ଟ ଜମା କରାଯାଇଛି। ସେ ତାଙ୍କ ପରିବାର ସହ ରହୁଥିଲେ। ତେବେ ପୁଣି ରକ୍ତ ନମୁନା ଯାଞ୍ଚ କରାଯିବ। ଏହାଛଡ଼ା ଉକ୍ତ ଯୁବକ କାହିଁକି ବିଳମ୍ବରେ ଏହି ରୋଗର ଚିକିତ୍ସା କରିଲେ ତାହାର ମଧ୍ୟ ତଦନ୍ତ ହେବ। ରାଷ୍ଟ୍ରୀୟ ବାୟୋଲଜି ସଂସ୍ଥା ରିପୋର୍ଟ ଦେବା ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।

ସୂଚନା ଥାଉକି, ଦେଶରେ ଏହି ରୋଗ ବ୍ୟାପୀବା ଜଣାପଡ଼ିବା ପରେ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ଏବେ ସୁଦ୍ଧା କେରଳ, ତାମିଲନାଡ଼ୁ ଓ ଦିଲ୍ଲୀରେ ଏଭଳି ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି। କେରଳରେ ମଙ୍କିପକ୍ସରେ ଆକ୍ରାନ୍ତ ୩ ରୋଗୀ ଚିହ୍ନଟ ହୋଇଛନ୍ତି। ଚଳିତ ମାସ ୧୪, ୧୮ ଓ ୨୨ ତାରିଖରେ ଏହି ମାମଲାଗୁଡ଼ିକ ନଜରକୁ ଆସିଛି। ଏମାନେ ସମସ୍ତେ ୟୁଏଇରୁ ଆସିଥିଲେ। ସେଠାରେ କୌଣସି ସଂକ୍ରମିତଙ୍କ ସମ୍ପର୍କରେ ଆସି ରୋଗରେ ପଡ଼ିଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos