ଶଶୀ ଥରୁରଙ୍କ ବିରୋଧରେ ଫେରାଦ ହେଲେ କଂଗ୍ରେସ ନେତା

ଥିରୁଅନନ୍ତପୁରମ: କେରଳ କଂଗ୍ରେସରେ କନ୍ଦଳ! ଥିରୁଅନ୍ତପୁରମ ସାଂସଦ ଶଶୀ ଥରୁର ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଥୋମାସଙ୍କ ବିରୋଧରେ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ପାଖରେ ଫେରାଦ ହୋଇଛନ୍ତି କେରଳର ଅନେକ କଂଗ୍ରେସ ନେତା। ସୋମବାର ସୋନିଆଙ୍କୁ ଭେଟି ଶଶୀ ଥରୁରଙ୍କ ବିରୋଧରେ ଲଗାମ କଷିବାକୁ ନିବେଦନ କରିଛନ୍ତି । ସେପଟେ ଶଶୀ ଥରୁର ଏବଂ ଥମାସ ସୋନିଆଙ୍କୁ ଭେଟି ନିଜର ଆଭିମୁଖ୍ୟ ରଖିବାକୁ ପ୍ରୟାସ କରୁଛନ୍ତି ବୋଲି ସୂଚନା ରହିଛି। ଏପ୍ରିଲ ୬ରୁ ୧୦ କନ୍ନୁର ଠାରେ […]

shashi-tharoor

shashi-tharoor

Madhupriya Mistry
  • Published: Tuesday, 22 March 2022
  • Updated: 22 March 2022, 03:17 PM IST

Sports

Latest News

ଥିରୁଅନନ୍ତପୁରମ: କେରଳ କଂଗ୍ରେସରେ କନ୍ଦଳ! ଥିରୁଅନ୍ତପୁରମ ସାଂସଦ ଶଶୀ ଥରୁର ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଥୋମାସଙ୍କ ବିରୋଧରେ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ପାଖରେ ଫେରାଦ ହୋଇଛନ୍ତି କେରଳର ଅନେକ କଂଗ୍ରେସ ନେତା। ସୋମବାର ସୋନିଆଙ୍କୁ ଭେଟି ଶଶୀ ଥରୁରଙ୍କ ବିରୋଧରେ ଲଗାମ କଷିବାକୁ ନିବେଦନ କରିଛନ୍ତି । ସେପଟେ ଶଶୀ ଥରୁର ଏବଂ ଥମାସ ସୋନିଆଙ୍କୁ ଭେଟି ନିଜର ଆଭିମୁଖ୍ୟ ରଖିବାକୁ ପ୍ରୟାସ କରୁଛନ୍ତି ବୋଲି ସୂଚନା ରହିଛି। ଏପ୍ରିଲ ୬ରୁ ୧୦ କନ୍ନୁର ଠାରେ ଅନୁଷ୍ଠିତ ହେବାକୁ ଥିବା ୨୩ ତମ ପାର୍ଟି କଂଗ୍ରେସ ସମ୍ମିଳନୀ ଆୟୋଜିତ ହେବ।

ସୋନିଆଙ୍କ ପାଖରେ କଂଗ୍ରେସ ନେତା ଫେରାଦ ହେବା ପଛର ମୂଳ କାରଣ ହେଉଛି, ସିପିଏମ୍ ଦ୍ୱାରା ଆୟୋଜିତ ପାର୍ଟି କଂଗ୍ରେସ ନାମରେ ଆୟୋଜିତ ଏକ ସମ୍ମିଳନୀରେ ଯୋଗ ଦେବାକୁ ଶଶୀ ଥରୁର ନିମନ୍ତ୍ରଣ ପତ୍ର ପାଇଛନ୍ତି। ଏହି ସଭାକୁ ଯିବା ପାଇଁ ମଧ୍ୟ ଶଶୀ ଥରୁର ସହମତି ପ୍ରକାଶ କରିଛନ୍ତି। କିନ୍ତୁ କେରଳରେ କଂଗ୍ରେସ ଏବଂ ସିପିଏମ୍ ପରସ୍ପର ବିରୋଧୀ। ତେଣୁ କେରଳ କଂଗ୍ରେସର କିଛି ନେତା ସୋନିଆଙ୍କ ପାଖରେ ଫେରାଦ ହୋଇଛନ୍ତି। ଆଉ ସୋନିଆ ମାମଲାର ବିଚାର କରିବେ ବୋଲି କହିଥିବା ସୂଚନା ରହିଛି।

କଂଗ୍ରେସର କେରଳ ୟୁନିଟ୍ ମୁଖ୍ୟ କେ ସୁଧାକରନ୍ କହିଛନ୍ତି ଯେ ପ୍ରସ୍ତାବିତ କେରେଳ ପ୍ରକଳ୍ପକୁ ନେଇ ରାଜ୍ୟରେ ସିପିଆଇ (ଏମ୍) ସରକାର ବିରୋଧରେ କଂଗ୍ରେସ ଜୋରଦାର ଲଢେଇ କରୁଛି। ଏପରି ସ୍ଥିତିରେ ଶଶୀ ଥରୁର ସିପିଆଇ(ଏମ୍)ର ସଭାକୁ ଯିବା ଦଳର ଦୋମୁହାଁ ଆଭିମୁଖ୍ୟକୁ ପଦାରେ ପକାଇବ। ତେଣୁ ଥିରୁଅନନ୍ତପୁରମ ସାଂସଦ ନଯିବା ଠିକ୍ ହେବ।

ସେପଟେ ଥରୁର କହିଛନ୍ତି ଯେ ଯେଉଁ ସମ୍ମିଳନୀ ପାଇଁ ତାଙ୍କୁ ନିମନ୍ତ୍ରଣ କରାଯାଇଛି ତାହା କେରଳ କିମ୍ବା କେ-ରେଳ ସହ ଜଡିତ ନୁହେଁ। ସେ ମତେ ନିମନ୍ତ୍ରଣ କରିଥିଲେ ଏବଂ ମୁଁ ଏହାକୁ ଗ୍ରହଣ କରିଛି। ଏଥର ସେ ମତେ 'ପାର୍ଟି କଂଗ୍ରେସ'ର ଏକ ଅଂଶ ଭାବରେ ଆୟୋଜିତ ସମ୍ମିଳନୀରେ ଭାଗ ନେବାକୁ ଆମନ୍ତ୍ରଣ କରିଛନ୍ତି। ରାଜନୈତିକ କଥାବାର୍ତ୍ତା କରିବାରେ କିଛି ଭୁଲ୍ ନାହିଁ ଏବଂ ସେମିନାରର ବିଷୟ କେରେଳ କିମ୍ବା କେରଳ ସହ ଜଡିତ ନୁହେଁ। ସେହିପରି କଂଗ୍ରେସର ଅନ୍ୟତମ ନେତା କେ.ଭି ଥୋମାସ ମଧ୍ୟ ସିପିଆଇ (ଏମ୍)ର ନିମନ୍ତ୍ରଣ ଗ୍ରହଣ କରିଛନ୍ତି।

ସିପିଆଇଏମ୍ ରାଜ୍ୟ ସଚିବ କେ ବାଲାକ୍ରିଷ୍ଣନ୍ କହିଛନ୍ତି ଯେ ବାମପନ୍ଥୀମାନେ ବିଭିନ୍ନ ସେମିନାର ପାଇଁ କଂଗ୍ରେସ ନେତାମାନଙ୍କୁ ଆମନ୍ତ୍ରଣ କରିଛନ୍ତି, କିନ୍ତୁ ସେମାନଙ୍କ ଦଳର ନେତୃତ୍ୱ ସେମାନଙ୍କୁ ଯୋଗଦେବାକୁ ମନା କରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story