ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏଥିରେ ସବୁ ବର୍ଗ ଉପରେ ଫୋକସ କରାଯାଇଥିବା ଭାରତ ସରକାର କହୁଛନ୍ତି। ହେଲେ ବିରୋଧୀ ଚଳିତ ବଜେଟରେ ସାଧାରଣ ଲୋକ, ମଧ୍ୟବିତ୍ତ, ଗରିବ ଓ ଚାଷୀଙ୍କ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇ ନଥିବା କହିଛନ୍ତି।
ତେବେ ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ ବେଳେ କୃଷି କ୍ଷେତ୍ର ପାଇଁ କିଛି ଘୋଷଣା କରିଛନ୍ତି। ବଜେଟରେ ଧାନ ଓ ଗହମ କିଣିବା ପରିମାଣକୁ ବୃଦ୍ଧି କରାଯିବ ବୋଲି ବ୍ୟବସ୍ଥା ହୋଇଛି। ସରକାର କୃଷି କ୍ଷେତ୍ରରେ କିଷାନ ଡ୍ରୋନର ବ୍ୟବହାର କରିବେ। ସେହିପରି ବୁନ୍ଦେଲଖଣ୍ଡ ପାଇଁ କେନ-ବେଟୱା ନଦୀ ସଂଯୋଗକରଣ ପାଇଁ ୪୪,୬୦୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
କ’ଣ ସବୁ ବ୍ୟବସ୍ଥା ହୋଇଛି
୧- ସରକାର ରବି ଫସଲ ସମୟରେ ୧୬୩ ଲକ୍ଷ ଚାଷୀଙ୍କ ଠାରୁ ୧୨୦୮ ମେଟ୍ରିକ ଟନ୍ ଗହମ ଓ ଧାନ କିଣିବେ।
୨-ଏମଏସ୍ପି ବାଦରେ ରେକର୍ଡ ୨.୩୭ ଲକ୍ଷ କୋଟି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଯିବ।
୩-ଚାଷ କ୍ଷେତ୍ରରେ ରସାୟନିକ ସାମଗ୍ରୀର ବ୍ୟବହାର କମ କରାଯିବ। ଜମିର ଆକଳନ, ଡିଜିଟାଲ ତଥ୍ୟ ସଂରକ୍ଷଣ ଓ କୀଟନାଶକ ସ୍ପ୍ରେ ପାଇଁ ସମଗ୍ର ଦେଶରେ କିଷାନ ଡ୍ରୋନର ବ୍ୟବହାର ହେବ।
୪-ରାଜ୍ୟଗୁଡ଼ିକର ବିଶ୍ୱବିଦ୍ୟାଳୟରେ କୃଷି ପାଠ୍ୟକ୍ରମରେ ପରିବର୍ତ୍ତନ କରାଯିବ। ବିଶ୍ୱବିଦ୍ୟାଳୟରେ ଶିକ୍ଷାର୍ଥୀମାନେ ଜିରୋ ବଜେଟ ଓ ଅତ୍ୟାଧୁନିକ ଚାଷ କାମ ଉପରେ ପାଠପଢ଼ିବେ।
୫-୨୦୨୧-୨୨ ବର୍ଷରେ ୧ ହଜାର ମେଟ୍ରିକ ଟନ୍ ଧାନ କିଣାଯିବ। ଏହାଦ୍ୱାରା ୧ କୋଟି ଚାଷୀ ଲାଭବାନ ହେବେ।
୬-କେନ-ବେଟୱା ନଦୀ ସଂଯୋଗୀକରଣ ପାଇଁ ମୋଟ ୪୪,୬୦୫ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଏହାଦ୍ୱାରା ୯ .୦ ଲକ୍ଷ ହେକ୍ଟରକୁ ଜଳ ସେଚନ ହୋଇପାରିବ। ଏହାବାଦ ୬୨ ଲକ୍ଷ ଲୋକଙ୍କୁ ପିଇବା ପାଣି ଓ ୧୦୩ ମେଗାୱାଟ ହାଇଡ୍ରୋ ପାୱାର ଉତ୍ପାଦନ ହୋଇପାରିବ। ଏଥିସହ ୨୭ ମେଗା ୱାଟ ସୋଲାର ପାୱାର ମଧ୍ୟ ମିଳିବ।
୭- ଚାଷୀଙ୍କୁ ପ୍ରାକୃତିକ ଚାଷ କାମ ପାଇଁ ରାଜ୍ୟ ସରକାର ଓ ଏମଏସ୍ଏମଇ ସହ ମିଶି ସରକାର ସ୍ୱତନ୍ତ୍ର ଆର୍ଥିକ ବ୍ୟବସ୍ଥା କରିବେ।
୮- ଅଏଲସିଡ୍ ଆମାଦାନୀକୁ ହ୍ରାସ କରାଯିବ। ଦେଶ ଭିତରେ ଏହାର ଉତ୍ପାଦନ ବୃଦ୍ଧି କରିବାକୁ ବ୍ୟବସ୍ଥା ହେବ।
୯-ଗଙ୍ଗା ନଦୀ କୂଳର ୫ କିମି ଭିତରେ ସ୍ୱତନ୍ତ୍ର କରିଡର ତିଆରି କରି ରାସାୟନିକ ବିହୀନ ଚାଷ ପାଇଁ ପ୍ରୋତ୍ସାହିକ କରାଯିବ।
୧୦- ହାଇଟେକ ଓ ଡିଜିଟାଲ ଚାଷ ପାଇଁ ପିପିପି ମୋଡରେ ଚାଷୀଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜନା ପ୍ରଣୟନ କରାଯିବ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।