ଲାଲୁ ଗୁରୁତର, ଚିକିତ୍ସା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ପାଟନା: ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ତାଙ୍କୁ ପାଟନାର ପାରସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖୁବଶୀଘ୍ର ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଅଣାଯିବ। ଏନେଇ ପ୍ରସ୍ତୁତି ଚାଲିଛି। ଏହାରି ଭିତରେ ଆଜି ଲାଲୁଙ୍କୁ ହସ୍ପିଟାଲ ଯାଇ ଭେଟିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ରବିବାର ଦିନ ରାବଡି ଦେବୀଙ୍କ ସରକାରୀ ବାସ ଭବନରେ ଶିଡିରୁ ଗଳି ପଡିଥିଲେ ଲାଲୁ। ଏହାପରେ ତାଙ୍କ କାନ୍ଧ ହାଡ ଭାଙ୍ଗି ଯାଇଛି। ଶରୀରର ଅନ୍ୟ […]

lalu yadav

Madhupriya Mistry
  • Published: Wednesday, 06 July 2022
  • , Updated: 06 July 2022, 04:48 PM IST

ପାଟନା: ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ତାଙ୍କୁ ପାଟନାର ପାରସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖୁବଶୀଘ୍ର ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଅଣାଯିବ। ଏନେଇ ପ୍ରସ୍ତୁତି ଚାଲିଛି। ଏହାରି ଭିତରେ ଆଜି ଲାଲୁଙ୍କୁ ହସ୍ପିଟାଲ ଯାଇ ଭେଟିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର।

ରବିବାର ଦିନ ରାବଡି ଦେବୀଙ୍କ ସରକାରୀ ବାସ ଭବନରେ ଶିଡିରୁ ଗଳି ପଡିଥିଲେ ଲାଲୁ। ଏହାପରେ ତାଙ୍କ କାନ୍ଧ ହାଡ ଭାଙ୍ଗି ଯାଇଛି। ଶରୀରର ଅନ୍ୟ ଭାଗରେ ମଧ୍ୟ ତାଙ୍କୁ ଗୁରୁତର ଆଘାତ ଲାଗିଛି। ପୂର୍ବରୁ ସେ ଅନେକ ରୋଗରେ ପୀଡିତ ଅଛନ୍ତି। ସୋମବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ପାଟନାର ପାରସ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଆଜି ନୀତୀଶ କୁମାର ହସ୍ପିଟାଲ ଯାଇ ଲାଲୁଙ୍କୁ ଭେଟି ଡାକ୍ତର ଓ ତେଜସ୍ୱୀ ଯାଦବଙ୍କ ଠାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

ଏହି ଅବସରରେ ନୀତୀଶ କହିଛନ୍ତି, 'ଡାକ୍ତରଙ୍କ ସୂଚନା ମୁତାବକ ଏବେ ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି , ତାଙ୍କୁ ଦିଲ୍ଲୀ ନିଆଯାଇ ସେଠାରେ ସମସ୍ତ ପ୍ରକାର ପରୀକ୍ଷା କରାଯିବ। ଏନେଇ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ନିତୀଶ କୁମାର କହିଛନ୍ତି । ଏହାସହ ସେ ଲାଲୁଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।'

ନୀତୀଶ କୁମାରଙ୍କ ପୂର୍ବରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି  ଓ କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ଫୋନ୍ ଯୋଗେ ଲାଲୁଙ୍କ ସ୍ୱାସ୍ଥ୍ୟା ବସ୍ଥା ପଚାରି ବୁଝିଥିଲେ। ଏଥିସହ ତାଙ୍କୁ ଦିଲ୍ଲୀ ଆଣିବା ପାଇଁ ପରାମର୍ଶ ଦେଇଥିଲେ।

Related story