ଘର ଛାଡ଼ିଦେଲେ ଶେଷ କଶ୍ମୀର ପଣ୍ଡିତ

ଜମ୍ମୁ: ଜମ୍ମୁ କଶ୍ମୀରିର ଆତଙ୍କବାଦୀ ପ୍ରଭାବିତ ଏକ ଅଞ୍ଚଳର ଜଣେ ଶେଷ କଶ୍ମୀର ପଣ୍ଡିତ ନିଜ ଭିଟାମାଟି ଛାଡ଼ି ପଳାୟନ କରିଛନ୍ତି। ଶୋଫିଆନ୍ ଜିଲ୍ଲାର ଚୌଧୁରୀ ଗୁଣ୍ଡ ଗାଁରେ ଡଲି କୁମାରୀ ଶେଷ କଶ୍ମୀର ପଣ୍ଡିତ ଥିଲେ। ଗତ ସନ୍ଧ୍ୟାରେ ସେ ଭ୍ୟାଲି ଛାଡି ଜମ୍ମୁକୁ ଚାଲିଯାଇଛନ୍ତି। ନିକଟରେ ଭ୍ୟାଲି ଅଞ୍ଚଳରେ ପଣ୍ଡିତମାନେ ବାରମ୍ବାର  ଟାର୍ଗେଟରେ ଶିକାର ହେବା ପରେ ଉକ୍ତ ଅଞ୍ଚଳରେ ରହୁଥିବା ୭ ଜଣ ଘର ଛାଡ଼ି ପଳାୟନ କରିଥିଲେ। ଏହା ପରେ ଉକ୍ତ […]

kashimir

kashimir

Tapas Behera
  • Published: Friday, 28 October 2022
  • Updated: 28 October 2022, 04:07 PM IST

ଜମ୍ମୁ: ଜମ୍ମୁ କଶ୍ମୀରିର ଆତଙ୍କବାଦୀ ପ୍ରଭାବିତ ଏକ ଅଞ୍ଚଳର ଜଣେ ଶେଷ କଶ୍ମୀର ପଣ୍ଡିତ ନିଜ ଭିଟାମାଟି ଛାଡ଼ି ପଳାୟନ କରିଛନ୍ତି। ଶୋଫିଆନ୍ ଜିଲ୍ଲାର ଚୌଧୁରୀ ଗୁଣ୍ଡ ଗାଁରେ ଡଲି କୁମାରୀ ଶେଷ କଶ୍ମୀର ପଣ୍ଡିତ ଥିଲେ। ଗତ ସନ୍ଧ୍ୟାରେ ସେ ଭ୍ୟାଲି ଛାଡି ଜମ୍ମୁକୁ ଚାଲିଯାଇଛନ୍ତି। ନିକଟରେ ଭ୍ୟାଲି ଅଞ୍ଚଳରେ ପଣ୍ଡିତମାନେ ବାରମ୍ବାର  ଟାର୍ଗେଟରେ ଶିକାର ହେବା ପରେ ଉକ୍ତ ଅଞ୍ଚଳରେ ରହୁଥିବା ୭ ଜଣ ଘର ଛାଡ଼ି ପଳାୟନ କରିଥିଲେ। ଏହା ପରେ ଉକ୍ତ ଅଞ୍ଚଳରେ ଏକମାତ୍ର ରହୁଥିବା ଡଲି କୁମାରୀ ଶେଷରେ ଘର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ଡଲି କୁମାରୀ କହିଛନ୍ତି ଯେ, ସେଠାରେ ଭୟର ବାତାବରଣ ଅଛି। ମୁଁ ଆଉ କ’ଣ କରିପାରିଥାନ୍ତି। ଅନ୍ୟ ସମସ୍ତ କଶ୍ମୀର ପଣ୍ଡିତମାନେ ଗାଁ ଛାଡିବା ପରେ ସାହସ ବାନ୍ଧି ଏକା ରହିଥିଲି।

କିନ୍ତୁ ମୋ ନିଷ୍ପତ୍ତି ବଦଳେଇବାକୁ ପଡ଼ିଲା। ଯଦି  ପରିସ୍ଥିତି ସୁଧାର ଆସେ ତେବେ ଫେରିବେ ବୋଲି ସେ କହିଛନ୍ତି। ଡଲି କହିଛନ୍ତି ଯେ, ଯଦି ସ୍ଥିତିରେ ସୁଧାର ଆସେ ତେବେ ମୁଁ ଫେରି ଆସିବି। ଏହା ମୋର ଘର। କିଏ କଣ ନିଜ ଘର ଛାଡିବାକୁ ଚାହେଁ ? ସମସ୍ତେ ଘରକୁ ଭଲ ପାଆନ୍ତି। ବହୁତ ଦୁଃଖ ଲାଗୁଛି ମୋତେ ମୋ ଘର ଛାଡିବାକୁ ପଡିଲା ବୋଲି ଶ୍ରୀମତୀ ଡଲି କହିଛନ୍ତି। ଗତ ଅକ୍ଟୋବର ୧୫ ତାରିଖରେ କଶ୍ମୀର ପଣ୍ଡିତ ପୁରାଣ କୃଷ୍ଣ ଭଟ୍ଟଙ୍କୁ ତାଙ୍କ ଘର ବାହାରେ ହତ୍ୟା କରାଯାଇଥିଲା। ଏହାର ଦୁଇମାସ ପୂର୍ବରୁ ଶୋଫିଆନ୍‌ର ଛୋଟିଗାମ ଗ୍ରାମରେ ଥିବା ଏକ ସେଓ ବଗିଚାରେ ଆତଙ୍କବାଦୀମାନେ କଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏଥିରେ ତୁମେ ଭୟଭୀତ ହେବ କି ନାହିଁ  ବୋଲି ଡଲି ପ୍ରଶ୍ନ କରିଛନ୍ତି।

ଗାଁରେ ସବୁ ପଣ୍ଡିତ ଘର ଏବେ ତାଲା ପଡ଼ିଛି। ସେମାନେ ମଧ୍ୟ  ନିଜ ଜୀବିକା ଶେଉ ବିକିବାକୁ ନିଜ ଘରକୁ ଫେରୁ ନାହାନ୍ତି। ସେମାନେ ଗାଁରେ ହଜାର ହଜାର ସେଓ ବାକ୍ସ ନିଜ ମୁସଲମାନ ପଡ଼ୋଶୀମାନଙ୍କୁ ଦେଇ ପଳାଇଛନ୍ତି।  ଚୌଧାରୀ ଗୁଣ୍ଡ ଏବଂ ଛୋଟିପୋରା ଗ୍ରାମରେ ୧୧ ପଣ୍ଡିତ ପରିବାର ରହୁଥିଲେ। ସମସ୍ତେ ବର୍ତ୍ତମାନ ଜମ୍ମୁ ଚାଲିଯାଇଛନ୍ତି।  ପଣ୍ଡିମାନଙ୍କୁ କ୍ରମାଗତ ଟାର୍ଗେ  କରାଯାଉଥିବା ଅଭିଯୋଗକୁ  ସ୍ଥାନୀୟ ଜିଲ୍ଲା ପ୍ରଶାସନ ଖଣ୍ଡନ କରିଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, ଅଭିଯୋଗ ଭିତ୍ତିହୀନ। ପ୍ରଶାସନ ପକ୍ଷରୁ ସମସ୍ତଙ୍କ  ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜିଲ୍ଲା ପ୍ରାସନ କହିଛି ଯେ,  ଶୀତଦିନ ଆରମ୍ଭ ହେତୁ ଏବଂ ଅମଳ ସମୟ ସରିବା ପରେ ଅନେକ ଲୋକେ ଜମ୍ମୁକୁ ଚାଲିଯାଆନ୍ତି। ଜିଲ୍ଲାରେ ଭୟର ବାତାବରଣ ଆରଦୌ ନାହିଁ।  ସୂଚନା ଅନୁଯାୟୀ ୧୯୯୦ରେ  ହଜାର ହଜାର ପଣ୍ଡିତ ପରିବାର କଶ୍ମୀରରୁ ସ୍ଥାନାନ୍ତର ହୋଇଥିଲେ। ସେବେଠାରୁ ସରକାର କାଶ୍ମୀର ପଣ୍ଡିତମାନଙ୍କୁ ଭ୍ୟାଲିକୁ ଫେରାଇ ଆଣିବା ପାଇଁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି। ଗତ ଏକ ବର୍ଷ ମଧ୍ୟରେ ଭ୍ୟାଲିରେ ଆତଙ୍କବାଦୀ ଆକ୍ରମଣରେ ୫ ଜଣ କଶ୍ମୀର ପଣ୍ଡିତଙ୍କ ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story