ଏଲଜେପିରେ ଆର୍ ପାର୍ ଲଢ଼େଇ, ପାଞ୍ଚ ସାଂସଦଙ୍କୁ ପାର୍ଟିରୁ ବହିଷ୍କାର କଲେ ଚିରାଗ

ପାଟନା: ଲୋକ ଜନଶକ୍ତି ପାର୍ଟି (ଏଲଜେପି)ରେ ନେତୃତ୍ୱ ଲଢ଼େଇକୁ ନେଇ ଆର୍ ପାର୍ ସ୍ଥିତି ଦେଖା ଦେଇଛି। ବିଦ୍ରୋହୀ ସାଂସଦମାନଙ୍କ ଦ୍ୱାରା ଚିରାଗ ପାସୱାନଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟାଯିବା ଦାବି ପରେ ଏବେ ଅନ୍ୟ ଗୋଷ୍ଠୀରୁ ଜବାବ ଆସିବା ଆରମ୍ଭ ହୋଇଛି। ପାର୍ଟି ପକ୍ଷରୁ ଜାରି ଏକ ଚିଠିରେ କୁହାଯାଇଛି ଯେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦର ବୈଠକରେ ଏଲଜେପିର ପାଞ୍ଚ ବିଦ୍ରୋଦୀ ସାଂସଦଙ୍କୁ ପାର୍ଟିରୁ ବିଦା କରିଦିଆଯାଇଛି। ତେବେ ଏଲଜେପିର ଲେଟର୍ ହେଡରେ ଚିରାଗ ପାସୱାନଙ୍କୁ […]

chirag-paswan

chirag-paswan

Ranjit Kumar Jena
  • Published: Tuesday, 15 June 2021
  • Updated: 15 June 2021, 07:01 PM IST

Sports

Latest News

ପାଟନା: ଲୋକ ଜନଶକ୍ତି ପାର୍ଟି (ଏଲଜେପି)ରେ ନେତୃତ୍ୱ ଲଢ଼େଇକୁ ନେଇ ଆର୍ ପାର୍ ସ୍ଥିତି ଦେଖା ଦେଇଛି। ବିଦ୍ରୋହୀ ସାଂସଦମାନଙ୍କ ଦ୍ୱାରା ଚିରାଗ ପାସୱାନଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟାଯିବା ଦାବି ପରେ ଏବେ ଅନ୍ୟ ଗୋଷ୍ଠୀରୁ ଜବାବ ଆସିବା ଆରମ୍ଭ ହୋଇଛି। ପାର୍ଟି ପକ୍ଷରୁ ଜାରି ଏକ ଚିଠିରେ କୁହାଯାଇଛି ଯେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦର ବୈଠକରେ ଏଲଜେପିର ପାଞ୍ଚ ବିଦ୍ରୋଦୀ ସାଂସଦଙ୍କୁ ପାର୍ଟିରୁ ବିଦା କରିଦିଆଯାଇଛି। ତେବେ ଏଲଜେପିର ଲେଟର୍ ହେଡରେ ଚିରାଗ ପାସୱାନଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦର୍ଶାଯାଇଛି।

ଏଥିରେ କୁହାଯାଇଛି ଯେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ କମିଟି ଏକମତରେ ପାର୍ଟି ସାଂସଦ ପଶୁପତି କୁମାର ପାରସ, ବୀଣା ଦେବୀ, ଚୌଧୁରୀ ମେହବୁବ୍ ଅଲୀ କ୍ୟାସର, ଚନ୍ଦନ ସିଂହ ଓ ପ୍ରିନ୍ସ ରାଜଙ୍କୁ ପାର୍ଟିର ପ୍ରାଥମିକ ସଦସ୍ୟତାରୁ ତତ୍କାଳ ପ୍ରଭାବରେ ବହିଷ୍କାର କରିଦିଆଯାଇଛି। ଏଲଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ପାର୍ଟି ପକ୍ଷରୁ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ନିଷ୍ପତ୍ତି ନେବା ପାଇଁ ଅନୁମତି ଦିଆଯାଇଛି।

ଅନ୍ୟପକ୍ଷରେ ଚିରାଗ ପାସୱାନଙ୍କୁ ପାର୍ଟିର ସାଂସଦଙ୍କ ଦ୍ୱାରା ଅଧ୍ୟକ୍ଷ ପଦରୁ ହଟାଯିବା ଘୋଷଣା ପରେ ମଙ୍ଗଳବାର ସନ୍ଧ୍ୟାରେ ପାଟଣାରେ ଏଲଜେପି ଅଫିସରେ ଖୁବ୍ ହଙ୍ଗାମା ହୋଇଛି। ଚିରାଗଙ୍କ ସମର୍ଥକ ପାର୍ଟିର ଅନ୍ୟ ସାଂସଦଙ୍କ ପୋଷ୍ଟରରେ କଳା ବୋଳି ଥିଲେ ଏବଂ ଖୁବ୍ ନାରାବାଜି କରିଥିଲେ।

ଚିରାଗଙ୍କ ସମର୍ଥକ ଅଭଯୋଗ କରିଛନ୍ତି ଯେ ନୀତୀଶ କୁମାର ଏଲଜେପିରେ ବିବାଦ ସୃଷ୍ଟି କରିଛନ୍ତି। ଆମେ କେବଳ ଚିରାଗଙ୍କୁ ହିଁ ନେତା ମାନୁଛୁ। ରାମବିଳାସ ପାସୱାନ ପଶୁପତି ପାରସଙ୍କୁ ବିଧାୟକ-ସାଂସଦ କରିଥିଲେ ଏବଂ ସେ ନିଜ ପୁଅ ପିଠି ପଛରେ ଛୁରାମାଡ଼ କରିଛନ୍ତି। ଯଦି କୌଣସି ଅସନ୍ତୋଷ ଥିଲା, ତାହେଲେ ତାଙ୍କୁ ଚିରାଗଙ୍କ ସହ ସିଧାସଳଖ କଥା ହେବାର ଥିଲା।

ଏହା ପୂର୍ବରୁ ଚିରାଗ ଟୁଇଟ୍ କରିଥିଲେ ଯେ ବାପାଙ୍କ ଦ୍ୱାରା ଗଠନ କରାଯାଇଥିବା ଏହି ପାର୍ଟି ଓ ନିଜ ପରିବାରକୁ ସାଥୀରେ ରଖିବା ପାଇଁ ମୁଁ ପ୍ରୟାସ କଲି, କିନ୍ତୁ ଏଥିରେ ବିଫଳ ହେଲି। ପାର୍ଟି ମୋର ମା’ ସମାନ ଏବଂ ମା’ ସହ ଧୋକା କରିବା ଉଚିତ୍ ନୁହେଁ। ଲୋକତନ୍ତ୍ରରେ ଜନତା ହିଁ ସର୍ବଶକ୍ତି। ପାର୍ଟିରେ ଆସ୍ଥା ରଖିଥିବା ଲୋକଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଏହାସହ ଏକ ପୁରୁଣା ଚିଠି ଶେଆର୍ କରୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story