ରାଜଧାନୀରେ ୨୪ ଯାଏ ବଢ଼ିଲା ଲକଡାଉନ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନାକୁ କାବୁ କରିବା ପାଇଁ ଲଗାଯାଇଥିବା ଲକଡାଉନକୁ ଆଉ ସପ୍ତାହେ ବଢ଼ାଇ ଦିଆଯାଇଛି । କରୋନା ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ମେ’ ୧୭ ତାରିଖରେ ଶେଷ ହେବାକୁଥିବା ଲକଡାଉନକୁ ଆଉ ସାତ ଦିନ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ୍ ରାଜଧାନୀ ଦିଲ୍ଲୀରେ ମେ’ ୨୪ ତାରିଖ ସକାଳ ୫ଟା ଯାଏ ଲକଡାଉନ୍ ଜାରି ରହିବ । ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ଭ୍ୟାକସିନର ଅଭାବକୁ ନେଇ କେନ୍ଦ୍ର ସରକାରଙ୍କୁ ଚିଠି […]

Lockdown In Delhi

Ranjit Kumar Jena
  • Published: Sunday, 16 May 2021
  • , Updated: 16 May 2021, 12:41 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନାକୁ କାବୁ କରିବା ପାଇଁ ଲଗାଯାଇଥିବା ଲକଡାଉନକୁ ଆଉ ସପ୍ତାହେ ବଢ଼ାଇ ଦିଆଯାଇଛି । କରୋନା ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ମେ’ ୧୭ ତାରିଖରେ ଶେଷ ହେବାକୁଥିବା ଲକଡାଉନକୁ ଆଉ ସାତ ଦିନ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ୍ ରାଜଧାନୀ ଦିଲ୍ଲୀରେ ମେ’ ୨୪ ତାରିଖ ସକାଳ ୫ଟା ଯାଏ ଲକଡାଉନ୍ ଜାରି ରହିବ । ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ଭ୍ୟାକସିନର ଅଭାବକୁ ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଦିଲ୍ଲୀରେ ଲକଡାଉନ୍ ଭଲ ପ୍ରଭାବ ଦେଖିବାକୁ ମିଳିଛି । ୧ ଏପ୍ରିଲ୍ ୨୬ ତାରିଖ ପରେ କରୋନାର ନୂଆ ମାମଲା ଧିରେ ଧିରେ କମିବାରେ ଲାଗିଛି ଏବଂ ଗତ ତିନିଦିନ ଧରି ସଂକ୍ରମଣ ହାର ମଧ୍ୟ ଲଗାତର ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ କରୋନାର ୬୫୦୦ ନୂଆ ମାମଲା ସାମ୍ନାକୁ ଆସିଛି । ଏହାସହ ପଜିଟିଭିଟି ରେଟ୍ ଆଉ ୧%ରୁ କମ୍ ହୋଇ ୧୦ ପ୍ରତିଶତ ହୋଇଛି । ଆଶା କରୁଛି ଆଗାମୀ ସପ୍ତାହେ ଭିତରେ ରିକଭରୀ ଅଧିକ ବଢ଼ିବ । ଧିରେ ଧିରେ ଦିଲ୍ଲୀ ଟ୍ରାକକୁ ଫେରୁଛି । ହେଲେ କଟକଣା ପୂର୍ବଭଳି ବଳବତ୍ତର ରହିବ ।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଟ୍ୱିଟ କରି କହିଛନ୍ତି ଯେ କରୋନା କହର ଚାରିଆଡ଼େ ବ୍ୟାପିଛି। ଲୋକମାନେ ବହୁତ ଦୁଃଖିତ ଅଛନ୍ତି। ଏହି ସମୟ ପରସ୍ପର ଉପରକୁ ଆଙ୍ଗୁଳି ନ ଉଠାଇ ପରସ୍ପରକୁ ସମର୍ଥନ କରିବା ଦରକାର । ମୁଁ ପ୍ରତ୍ୟେକ ’ଆପ୍’ କର୍ମୀଙ୍କୁ ନିବେଦନ କରୁଛି ଯେ ସେମାନେ ଯେଉଁଠାରେ ଅଛନ୍ତି, ନିଜ ଆଖା ପାଖରେ ଥିବା ଲୋକଙ୍କୁ ପୂରା ସହଯୋଗ କରନ୍ତୁ। ବର୍ତ୍ତମାନ ସମୟରେ ଏହା ହିଁ ପ୍ରକୃତ ଦେଶପ୍ରେମ, ଏହା ହିଁ ଧର୍ମ।

Related story