ବଜେଟ୍ ପରେ ମହଙ୍ଗା ମାଡ଼, ବଢ଼ିଲା ଏଲପିଜି ସିଲିଣ୍ଡର ଦାମ୍

ନୂଆଦିଲ୍ଲୀ: ବଜେଟ୍ ପରେ ଖାଉଟିଙ୍କୁ ଲାଗିଛି ଜୋରଦାର ଝଟକା। ଆରମ୍ଭ ହୋଇଛି ମହଙ୍ଗା ମାଡ। ଗୁରୁବାର ଏଲପିଜି ସିଲିଣ୍ଡର, ପେଟ୍ରୋଲ ଓ ଡିଜେଲ ଦାମରେ ବୃଦ୍ଧି ହୋଇଛି।  ପେଟ୍ରୋଲ ଓ ଡିଜେଲରେ ୩୫ ପଇସା ବୃଦ୍ଧି ଘଟିଛି। ସେହିପରି ଏଲପିଜି ସିଲିଣ୍ଡର ଦାମ୍ ୨୫ ଟଙ୍କା ବଢ଼ିଛି। ଇଣ୍ଡିଆନ ଅଏଲ ମୁତାବକ, ଏଲପିଜି ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି ହୋଇଛି। ଫଳରେ ଉପଭୋକ୍ତାଙ୍କୁ ୧୪ କିଲୋ ଓଜନର ଅଣ ସବସିଡି ଯୁକ୍ତ ଘରୋଇ ଗ୍ୟାସ୍ ସିଲିଣ୍ଡର […]

gas-cylender

Madhupriya Mistry
  • Published: Thursday, 04 February 2021
  • , Updated: 04 February 2021, 12:48 PM IST

ନୂଆଦିଲ୍ଲୀ: ବଜେଟ୍ ପରେ ଖାଉଟିଙ୍କୁ ଲାଗିଛି ଜୋରଦାର ଝଟକା। ଆରମ୍ଭ ହୋଇଛି ମହଙ୍ଗା ମାଡ। ଗୁରୁବାର ଏଲପିଜି ସିଲିଣ୍ଡର, ପେଟ୍ରୋଲ ଓ ଡିଜେଲ ଦାମରେ ବୃଦ୍ଧି ହୋଇଛି।  ପେଟ୍ରୋଲ ଓ ଡିଜେଲରେ ୩୫ ପଇସା ବୃଦ୍ଧି ଘଟିଛି। ସେହିପରି ଏଲପିଜି ସିଲିଣ୍ଡର ଦାମ୍ ୨୫ ଟଙ୍କା ବଢ଼ିଛି।

ଇଣ୍ଡିଆନ ଅଏଲ ମୁତାବକ, ଏଲପିଜି ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି ହୋଇଛି। ଫଳରେ ଉପଭୋକ୍ତାଙ୍କୁ ୧୪ କିଲୋ ଓଜନର ଅଣ ସବସିଡି ଯୁକ୍ତ ଘରୋଇ ଗ୍ୟାସ୍ ସିଲିଣ୍ଡର ପାଇଁ ଅଧିକ ଟଙ୍କା ଦେବାକୁ ପଡିବ। ବର୍ଦ୍ଧିତ ଦାମ ଅନୁଯାୟୀ ଦିଲ୍ଲୀରେ ୧୪ ଲିଟର ବିଶିଷ୍ଟ ସବସିଡିଯୁକ୍ତ ରୋଷେଇ ଗ୍ୟାସ ସିଲିଣ୍ଡର ଦାମ ୭୧୯ ଟଙ୍କା ହୋଇଛି। ସେହିପରି କୋଲକାତାରେ ୭୪୫.୫୦ ଟଙ୍କା, ମୁମ୍ବାଇରେ ୭୧୦ ଟଙ୍କା ଏବଂ ଚେନ୍ନାଇରେ ୭୩୫ ଟଙ୍କାରେ ପହଞ୍ଚିଛି।

ଅନ୍ୟପଟେ ପେଟ୍ରୋଲ ଏବଂ ଡିଜେଲ ଦାମ ବଢ଼ିଥିବା ଯୋଗୁଁ ପରିବହନ ଉପରେ ଏହାର ପ୍ରଭାବ ପଢ଼ିଛି। ଦିଲ୍ଲୀରେ ପେଟ୍ରୋଲ ଦାମ ଲିଟର ପିଛା ୮୬.୬୫ ଟଙ୍କା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୭୬.୮୩ ଟଙ୍କା ବୃଦ୍ଧି ହୋଇଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ୯୩.୨୦ ଟଙ୍କା ଓ ଡିଜେଲ ୮୩.୬୭ ଟଙ୍କା ଛୁଇଁଛି। ନଏଡାରେ ପେଟ୍ରୋଲ ୮୫.୯୧ ଟଙ୍କା ଓ ଡିଜେଲ ୭୭.୨୪ ଟଙ୍କା ରହିଛି। ସେହିପରି ଚେନ୍ନାଇରେ ଡିଜେଲ ଦାମ ୮୧.୦୪ ଟଙ୍କା ଏବଂ ପେଟ୍ରୋଲ ୮୯.୧୩ ଟଙ୍କା ହୋଇଛି। କୋଲକାତାରେ ପେଟ୍ରୋଲ ଦାମ ଲିଟର ପିଛା ୮୮.୦୧ ଥିବାବେଳେ ଡିଜେଲ ୮୦.୪୧ ଟଙ୍କା ରହିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦାମ ବଢ଼ୁଥିବା ଯୋଗୁଁ ଏହାର ପ୍ରଭାବ ଘରୋଇ ବଜାର ଉପରେ ପଡୁଛି।

ସୂଚନା ଯୋଗ୍ୟ ଯେ, ବଜେଟ ଘୋଷଣା ବେଳେ ଅର୍ଥମନ୍ତ୍ରୀ ପେଟ୍ରୋଲ ଏବଂ ଡିଜେଲରେ କୃଷି ସେସ୍ ଲାଗୁ କରାଯାଇଥିବା ନେଇ ଘୋଷଣା କରିଥିଲେ, କିନ୍ତୁ ଏହାର ପ୍ରଭାବ ଉପଭୋକ୍ତାଙ୍କ ଉପରେ ପଡିବ ନାହିଁ ବୋଲି କହିଥିଲେ।

Related story