ଏକାଧିକ ବାଇକ ଚାଳକଙ୍କୁ ଦଳି ଦେଲା ଦ୍ରୁତଗାମୀ କାର୍‌, ଭିଡିଓ ଭାଇରାଲ

ଜୟପୁର: ସମସ୍ତଙ୍କୁ ବିଚଳିତ କରିବା ଭଳି ଗୋଟିଏ ଭିଡିଓ ସାମ୍ନାକୁ ଆସିଛି। ରାଜସ୍ଥାନର ଯୋଧପୁରରେ ଗୋଟିଏ ସେଡାନ(ଦାମୀ କାର୍‌) ରାସ୍ତାରେ ଯାଉଥିବା ଏକାଧିକ ଲୋକ ଓ ବାଇକଗୁଡ଼ିକ ଉପରେ ମାଡ଼ି ଯାଇଛି। ପଛପଟୁ କାର୍‌ଟି ଲୋକଙ୍କ ଉପରେ ମାଡ଼ି ଯାଉଥିବା ବେଳର ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭରେ କଏଦ ହୋଇଛି। ଏହି ଘଟଣାରେ ଜଣଙ୍କର ଜୀବନ ଯାଇଥିବା ବେଳେ ଆଉ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଅତ୍ୟନ୍ତ […]

car

Hemant Lenka
  • Published: Tuesday, 09 November 2021
  • , Updated: 09 November 2021, 07:50 PM IST

ଜୟପୁର: ସମସ୍ତଙ୍କୁ ବିଚଳିତ କରିବା ଭଳି ଗୋଟିଏ ଭିଡିଓ ସାମ୍ନାକୁ ଆସିଛି। ରାଜସ୍ଥାନର ଯୋଧପୁରରେ ଗୋଟିଏ ସେଡାନ(ଦାମୀ କାର୍‌) ରାସ୍ତାରେ ଯାଉଥିବା ଏକାଧିକ ଲୋକ ଓ ବାଇକଗୁଡ଼ିକ ଉପରେ ମାଡ଼ି ଯାଇଛି। ପଛପଟୁ କାର୍‌ଟି ଲୋକଙ୍କ ଉପରେ ମାଡ଼ି ଯାଉଥିବା ବେଳର ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭରେ କଏଦ ହୋଇଛି।

ଏହି ଘଟଣାରେ ଜଣଙ୍କର ଜୀବନ ଯାଇଥିବା ବେଳେ ଆଉ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା କୁହାଯାଇଛି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିଚୟ ମିଳିନି।

ମିଳିଥିବା ସୂଚନା ଅନୁଯାୟୀ, ଯୋଧପୁର ସ୍ଥିତ ଗୋଟିଏ ବସ୍ତି ପାଖ ରାସ୍ତାରେ ଏପରି ଘଟଣା ଘଟିଛି। ସବୁ ଦିନ ଭଳି ଆଜି ମଧ୍ୟ ଲୋକମାନେ ଗାଡ଼ି ମୋଟରରେ ଯିବା ଆସିବା କରୁଥିଲେ। ସେହିପରି ଆଉ କିଛି ଚାଲି ଚାଲି ମଧ୍ୟ ଯିବା ଆସିବା କରୁଥିଲେ।

ତେବ ହଠାତ୍‌ ଗୋଟିଏ ଧଳା ରଙ୍ଗର ସେଡାନ ଦ୍ରୁତଗତିରେ ରାସ୍ତାରେ ଆସିବା ସହ ଗୋଟିଏ ପରେ ଗୋଟିଏ ବାଇକକୁ ଧକ୍କା ଦେଇ ଆଗକୁ ମାଡ଼ି ଚାଲିଥିଲା। ରାସ୍ତାରେ ଯାଉଥିବା କିଛି ଲୋକଙ୍କୁ ମଧ୍ୟ ଗାଡ଼ିଟି ପଛପଟୁ ଧକ୍କା ଦେଇଥିଲା। ସିରିଜ୍‌ ଦୁର୍ଘଟଣା କରିବା ପରେ ଶେଷରେ ରାସ୍ତା କଡ଼ରେ ଥିବା ଗୋଟିଏ ଉଠା ଦୋକାନରେ ଗାଡ଼ିଟି ପିଟି ହେବା ସହ ଅଟକି ଯାଇଥିଲା। ଡ୍ରାଇଭର ଜଣଙ୍କ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବା ପରେ ଏପରି ଘଟିଥିବା କୁହାଯାଉଛି। ପୁଲିସ୍ ଗାଡ଼ି ଚାଳକଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି।

Related story