ଘରେ ଫାଶୀ ଲଗାଇ ଝୁଲି ପଡିଲେ ଶିକ୍ଷାମନ୍ତ୍ରୀଙ୍କ ବୋହୂ
ଭୋପାଲ: ଆତ୍ମହତ୍ୟା କଲେ ଶିକ୍ଷାମନ୍ତ୍ରୀଙ୍କ ବୋହୂ। ଘରେ ଫାଶୀ ଲଗାଇ ଝୁଲି ପଡିଲେ ମଧ୍ୟ ପ୍ରଦେଶ ସ୍କୁଲ ଶିକ୍ଷା ମନ୍ତ୍ରୀ ଇନ୍ଦର ସିଂହ ପରମାରଙ୍କ ବୋହୂ। କାଲାପିପଲ୍ ତହସିଲ୍ ଅନ୍ତର୍ଗତ ପୋଞ୍ଚାନେର୍ ଗାଁରେ ଶିକ୍ଷାମନ୍ତ୍ରୀ ଇନ୍ଦର୍ ସିଂହ ପରମାରଙ୍କ ବୋହୂ ସବିତା ପରମାରଙ୍କ ଝୁଲନ୍ତା ଅବସ୍ଥାରେ ଘର ଭିତରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହକୁ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫.୩୦ରେ ଶାଜାପୁର ଗ୍ରାମରେ ଥିବା ମନ୍ତ୍ରୀଙ୍କ ପୈତୃକ ବାସଭବନରେ ଏହି ଘଟଣା ଘଟିଛି। ୨୨ ବର୍ଷୀୟ ସବିତା ଗତ ୩ ବର୍ଷ ପୂର୍ବେ ଇନ୍ଦର୍ ସିଂହ ପରମାର୍ଙ୍କ ପୁଅ ଦେବରାଜ ସିଂହଙ୍କୁ ବିବାହ କରିଥିଲେ। ପାରିବାରିକ ସମସ୍ୟା ହେତୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ତେବେ ଘଟଣାଟି ହାଇପ୍ରୋଫାଇଲ୍ ହୋଇଥିବା ଯୋଗୁଁ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ପୁଲିସ କିଛି ସ୍ପଷ୍ଟ କରି କହିନାହିଁ। ଘଟଣାସ୍ଥଳରୁ କୌଣସି ସୁ-ସାଇଟ୍ ନୋଟ୍ ମଧ୍ୟ ମିଳିନାହିଁ।
Madhya Pradesh Minister Inder Singh Parmar's daughter-in-law was found hanging at their residence in Shajapur. The body is being sent for postmortem this morning. Details awaited.
— ANI MP/CG/Rajasthan (@ANI_MP_CG_RJ) May 11, 2022
ଯେଉଁ ସମୟରେ ଏହି ଅଘଟଣ ଘଟିଥିଲା ସେତେବେଳେ ମନ୍ତ୍ରୀ ଇନ୍ଦର ସିଂହ ପରମାର ଭୋପାଳରେ ଥିବାଲେ। ସେପଟେ ସବିତାଙ୍କ ସ୍ୱାମୀ ଦେବରାଜ ସିଂହ ମଧ୍ୟ ପାଖ ଗାଁକୁ ଏକ ବିବାହ ଅନୁଷ୍ଠାନରେ ଯୋଗ ଦେବାକୁ ଯାଇଥିଲେ ବୋଲି କୁହାଯାଉଛି। ଘରେ ଅନ୍ୟ ଆତ୍ମୀୟସ୍ୱଜନମାନେ ଉପସ୍ଥିତ ଥିଲେ। ଖବର ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।
ଅଘଟଣ ଘଟିବାର କିଛି ସମୟ ପରେ ମନ୍ତ୍ରୀ ଓ ତାଙ୍କ ପୁଅ ମଧ୍ୟ ସେଠାରେ ପହଞ୍ଚିଥିଲେ। ଆଜି ସବିତାଙ୍କର ଶବ ବ୍ୟବଚ୍ଛେଦ କରାଯିବ। ଏ ସଂକ୍ରାନ୍ତରେ ମଧ୍ୟପ୍ରଦେଶ ପୁଲିସ କୌଣସି ମନ୍ତବ୍ୟ ଦେଉନାହିଁ। ଆତ୍ମହତ୍ୟା ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରଖିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।