ମହାରାଷ୍ଟ୍ରରେ ଗୋଟିଏ ନମ୍ବର ବଦଳାଇଦେବ ଶାସନର ଖେଳ

ନୂଆଦିଲ୍ଲୀ: ରୋଚକ ମୋଡ଼ରେ  ମହାରାଷ୍ଟ୍ର ରାଜନୀତି। ମହାରାଷ୍ଟ୍ରରେ କ୍ଷମତାସୀନ ଥିବା ଶିବସେନାର ଉଦ୍ଧବ ସରକାରଙ୍କୁ ଗାଦିଚ୍ୟୁତ  ପାଇଁ ଖୋଦ ନିଜ ଦଳର ଗୃହଶତ୍ରୁ ବିଭୀଷଣ ସାଜିଛନ୍ତି ଏକନାଥ ସିନ୍ଦେ। ଉଦ୍ଧବ ଠାକରେଙ୍କୁ ସିଂହାସନଚ୍ୟୁତ ପାଇଁ ସିନ୍ଦେଙ୍କ ରାଜନୈତିକ ଗୋଟିଚାଳନା ଏକ ପ୍ରକାର ସଫଳ ହୋଇଛି। ଦଳର ବିଦ୍ରୋହୀ ବିଧାୟକଙ୍କୁ ଧରି ନିଜେ ଶାସନ କ୍ଷମତାକୁ ଅକ୍ତିଆର କରିବାରେ ଲକ୍ଷ୍ୟରେ ଥିବା ସିନ୍ଦେଙ୍କୁ ଦଳ ଭାଙ୍ଗିବା ପାଇଁ ମାତ୍ର ଆଉ ଜଣେ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି। ଦଳବିରୋଧୀ […]

Shibsena

Shibsena

Tapas Behera
  • Published: Thursday, 23 June 2022
  • Updated: 23 June 2022, 01:56 PM IST

Sports

Latest News

ନୂଆଦିଲ୍ଲୀ: ରୋଚକ ମୋଡ଼ରେ  ମହାରାଷ୍ଟ୍ର ରାଜନୀତି। ମହାରାଷ୍ଟ୍ରରେ କ୍ଷମତାସୀନ ଥିବା ଶିବସେନାର ଉଦ୍ଧବ ସରକାରଙ୍କୁ ଗାଦିଚ୍ୟୁତ  ପାଇଁ ଖୋଦ ନିଜ ଦଳର ଗୃହଶତ୍ରୁ ବିଭୀଷଣ ସାଜିଛନ୍ତି ଏକନାଥ ସିନ୍ଦେ। ଉଦ୍ଧବ ଠାକରେଙ୍କୁ ସିଂହାସନଚ୍ୟୁତ ପାଇଁ ସିନ୍ଦେଙ୍କ ରାଜନୈତିକ ଗୋଟିଚାଳନା ଏକ ପ୍ରକାର ସଫଳ ହୋଇଛି। ଦଳର ବିଦ୍ରୋହୀ ବିଧାୟକଙ୍କୁ ଧରି ନିଜେ ଶାସନ କ୍ଷମତାକୁ ଅକ୍ତିଆର କରିବାରେ ଲକ୍ଷ୍ୟରେ ଥିବା ସିନ୍ଦେଙ୍କୁ ଦଳ ଭାଙ୍ଗିବା ପାଇଁ ମାତ୍ର ଆଉ ଜଣେ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି। ଦଳବିରୋଧୀ ଆଇନରୁ ବିର୍ତ୍ତିବା ପାଇଁ ସିନ୍ଦେଙ୍କୁ ମାତ୍ର ଜଣେ ବିଧାୟକଙ୍କ ସମର୍ଥନ ଆବଶ୍ୟକ କରୁଛି । ଦଳର ୫୫ ବିଧାୟକଙ୍କ ମଧ୍ୟରୁ ଏବେ ସିନ୍ଦେଙ୍କ କ୍ୟାମ୍ପରେ ୩୬ ଜଣ ବିଧାୟକ ଅଛନ୍ତି ।

ତେବେ କ୍ଷମତା ହଡ଼ପ ପୂର୍ବରୁ ଶାସନ ଗାଦି ବଞ୍ଚାଇବାକୁ ଶିବସେନାର ସହଯୋଗୀର କଂଗ୍ରେସ ଓ ଏନସିପି ମଧ୍ୟ ପ୍ରୟାସ ଜାରି ରଖିଛନ୍ତି। ଏଥିପାଇଁ ସେ ମେଣ୍ଟ ଦଳ ପକ୍ଷରୁ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବାକୁ ପରାମର୍ଶ ଦେଇଛନ୍ତି। ଅନ୍ୟପଟେ ଶିବସେନାର ବିଦ୍ରୋହୀ ବିଧାକୟମାନେ ସେମାନଙ୍କ ନେତା ଏକନାଥ ସିନ୍ଦେ ବୋଲି ରାଜ୍ୟପାଳଙ୍କ ନିକଟରେ ଦାବି କରିଛନ୍ତି । ଏଥିପାଇଁ ସମ୍ପୃକ୍ତ ବିଧାୟକମାନେ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ସେପଟେ ବିଜେପି ଏହି ରାଜନୈତିକ ସଙ୍କଟକୁ ନେଇ ମାପିଚୁପି ମନ୍ତବ୍ୟ ଦେଇଛି।

ଦଳ କହିଛି ଯେ, ଏହା ହେଉଛି  ଶିବସେନାର ଆଭ୍ୟନ୍ତରୀଣ କନ୍ଦଳ। ଏଥିପାଇଁ ବିଜେପି ସରକାର ଗଠନ ପାଇଁ ନିଜ ତରଫରୁ ଦାବି କରି ନାହିଁ।  ଆମେ ଏନନାଥ ସିନ୍ଦେଙ୍କ ସହ ଆଲୋଚନା କରିନାହୁଁ। ଏହା ହେଉଛି ଶିବସେନାର ଆଭ୍ୟନ୍ତରୀଣ କନ୍ଦଳ। ଏଥିରେ ବିଜେପିର କିଛି କରିବାର ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ରାଓସାହେବ ପାଟିଲ ଦନଭେ କହିଛନ୍ତି । ଗତକାଲି ରାଓସାହେବ ପାଟିଲ  ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ୍‌ଙ୍କୁ ଭେଟିଛନ୍ତି।

ଗତକାଲି ସରକାର ଭାଙ୍ଗିବା ଆଶଙ୍କା କରି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରୀ ବାସଭବନ ‘ବର୍ଷା’ ଛାଡ଼ି ପରିବାର ସହ ମାତୋଶ୍ରୀ କୁ ଚାଲିଯାଇଛନ୍ତି।

ଅନ୍ୟପଟେ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କୁ ‘ଶିବସେନା ବିଧାୟକ ଦଳ ଦ୍ୱାରା ଅନୁମୋଦିତ ୩୪ଜଣ ବିଧାୟକଙ୍କ ସ୍ୱାକ୍ଷର ଥିବା ଏକ ପ୍ରସ୍ତାବନାରେ ଉଲ୍ଲେଖ ରହିଛି। ସେଥିରେ ବ‌ିଦ୍ରୋହୀ ନେତା ଏକନାଥ ସିନ୍ଦେ ସେମାନଙ୍କର ନେତା ବୋଲି ଉଲ୍ଲେଖ ରହିଛି । ମଙ୍ଗଳବାର ଗୃହୀତ ହୋଇଥିବା ଉକ୍ତ ପ୍ରସ୍ତାବନା‌ରେ ଉଲ୍ଲେଖ ଅଛି ଯେ, ୨୦୧୯ରେ ସର୍ବସମ୍ମତିକ୍ରମେ ‘ଶିବସେନା ବିଧାୟକ ଦଳ’ର ନେତା ନିର୍ବାଚିତ ହୋଇଥିବା ଏକନାଥ ସିନ୍ଦେ ବିଧାୟକ ଦଳର ନେତା ହୋଇ ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story