ଭଲ ଖବର: କରୋନା ହଟସ୍ପଟରେ କମିଲା ସଂକ୍ରମଣ

ମୁମ୍ବାଇ: ମହମାରୀ କରୋନା ସଂକ୍ରମଣ ଭିତରେ ଆଶ୍ୱସ୍ତ କରିବା ଭଳି ଖବର ଆସିଛି। ଦେଶର କରୋନା ହଟସ୍ପଟ ପାଲଟିଥିବା ମହାରାଷ୍ଟ୍ର ସମେତ ରାଜଧାନୀ ମୁମ୍ବାଇରେ କ୍ରମାଗତ ଭାବେ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଏକଦା ମହାରାଷ୍ଟ୍ରରେ ଦୈନିକ ୭୦ ହଜାର ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ଏହା ୪୧ ହଜାରକୁ ଖସି ଆସିଛି। ସେହିପରି ରାଜଧାନୀ ମୁମ୍ବାଇରେ ମଧ୍ୟ ଗତ ୨ ମାସ ମଧ୍ୟରେ ସବୁଠାରୁ କମ ସଂକ୍ରମିତ ଆଜି ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ […]

Corona2

Hemant Lenka
  • Published: Tuesday, 11 May 2021
  • , Updated: 11 May 2021, 08:27 PM IST

ମୁମ୍ବାଇ: ମହମାରୀ କରୋନା ସଂକ୍ରମଣ ଭିତରେ ଆଶ୍ୱସ୍ତ କରିବା ଭଳି ଖବର ଆସିଛି। ଦେଶର କରୋନା ହଟସ୍ପଟ ପାଲଟିଥିବା ମହାରାଷ୍ଟ୍ର ସମେତ ରାଜଧାନୀ ମୁମ୍ବାଇରେ କ୍ରମାଗତ ଭାବେ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଏକଦା ମହାରାଷ୍ଟ୍ରରେ ଦୈନିକ ୭୦ ହଜାର ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ଏହା ୪୧ ହଜାରକୁ ଖସି ଆସିଛି। ସେହିପରି ରାଜଧାନୀ ମୁମ୍ବାଇରେ ମଧ୍ୟ ଗତ ୨ ମାସ ମଧ୍ୟରେ ସବୁଠାରୁ କମ ସଂକ୍ରମିତ ଆଜି ଚିହ୍ନଟ ହୋଇଛନ୍ତି।

୨୪ ଘଣ୍ଟାରେ ୧୭୧୭ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ତେବେ ମୁମ୍ବାଇରେ ଗୋଟିଏ ଦିନରେ ୫୧ ଜଣଙ୍କ ମୁଣ୍ଡ ଗଢ଼ିବାରୁ ସାମାନ୍ୟ ଚିନ୍ତା ବଢ଼ିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୁମ୍ବାଇରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬,୭୯,୯୮୬କୁ ବୃଦ୍ଧି ପାଇଛି। ସେହିପରି ଆର୍ଥିକ ରାଜଧାନୀର ମୋଟ ମୃତ୍ୟୁସଂଖ୍ୟା ୧୩,୯୪୨ ଛୁଇଁଛି।

୨୪ ଘଣ୍ଟାରେ ୬,୦୮୨ ଜଣ ସୁସ୍ଥ ହେବାରୁ ଆକ୍ଟିଭ କେସ୍‌ ସଂଖ୍ୟା ୪୧,୧୦୨କୁ ହ୍ରାସ ପାଇଛି। ମୁମ୍ବାଇରେ ପଜିଟିଭିଟି ରେଟ୍‌ ୬% ରହିଥିବା ବେଳେ ଡବଲିଂ ରେଟ୍‌ ୧୭୦ ଦିନ ରହିଛି। ସେହିପରି ଆରୋଗ୍ୟ ହାର ୯୨%କୁ ବୃଦ୍ଧି ପାଇଛି।


ଅନ୍ୟପକ୍ଷରେ ପୂରା ମହାରାଷ୍ଟ୍ରରେ ୨୪ ଘଣ୍ଟାରେ ୪୦,୯୫୬ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି ଓ ୭୯୩ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମହାରାଷ୍ଟ୍ରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୧,୭୯,୯୨୯ ଓ ମୃତ୍ୟୁସଂଖ୍ୟା ୭୭,୧୯୧ ଛୁଇଁଛି। ଗୋଟିଏ ଦିନରେ ୭୧,୯୬୬ ଜଣଙ୍କ ସୁସ୍ଥ ହୋଇ ଘରକୁ ଫେରିଥିବାରୁ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪୫,୪୧,୩୯୧ରେ ପହଞ୍ଚି ଯାଇଛି। ଏବେ ରାଜ୍ୟରେ ଆକ୍ଟିଭ କେସ୍‌ ସଂଖ୍ୟା ୫,୫୮,୯୯୬ ରହିଛି।

Related story