୩ ବର୍ଷର ଶିଶୁ 'ଓମିକ୍ରନ'ରେ ଆକ୍ରାନ୍ତ, ସାମ୍ନାକୁ ଆସିଲା ୭ ନୂଆ ମାମଲା

ମୁମ୍ବାଇ: ଦେଶରେ ଦିନକୁ ଦିନ ବଢ଼ୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା। ମହାରାଷ୍ଟ୍ରରେ ଆଉ ୭ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯେଉଁଥିରୁ ୩ ମୁମ୍ବାଇରୁ ଏବଂ ପିମ୍ପୋରୀ ଚିଞ୍ଚଲୱାଡ ନଗରରୁ ୪ ଆକ୍ରାନ୍ତ ସାମ୍ନାକୁ ଆସିଛି। ଏହାକୁ ମିଶାଇ ମହାରାଷ୍ଟ୍ରରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୭ରେ ପହଞ୍ଚିଯାଇଛି। ଅନ୍ୟପକ୍ଷରେ ଦେଶରେ ଏବେ ଓମିକ୍ରନ ଆକ୍ତାନ୍ତଙ୍କ ସଂଖ୍ୟା ୩୨ ହୋଇଛି। ତେବେ ବଡ଼ କଥା ହେଉଛି ଏହି ୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ତିନି ବର୍ଷରୁ ଶିଶୁ […]

omicron

omicron

Ranjit Kumar Jena
  • Published: Friday, 10 December 2021
  • Updated: 10 December 2021, 09:06 PM IST

Sports

Latest News

ମୁମ୍ବାଇ: ଦେଶରେ ଦିନକୁ ଦିନ ବଢ଼ୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା। ମହାରାଷ୍ଟ୍ରରେ ଆଉ ୭ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯେଉଁଥିରୁ ୩ ମୁମ୍ବାଇରୁ ଏବଂ ପିମ୍ପୋରୀ ଚିଞ୍ଚଲୱାଡ ନଗରରୁ ୪ ଆକ୍ରାନ୍ତ ସାମ୍ନାକୁ ଆସିଛି। ଏହାକୁ ମିଶାଇ ମହାରାଷ୍ଟ୍ରରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୭ରେ ପହଞ୍ଚିଯାଇଛି। ଅନ୍ୟପକ୍ଷରେ ଦେଶରେ ଏବେ ଓମିକ୍ରନ ଆକ୍ତାନ୍ତଙ୍କ ସଂଖ୍ୟା ୩୨ ହୋଇଛି। ତେବେ ବଡ଼ କଥା ହେଉଛି ଏହି ୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ତିନି ବର୍ଷରୁ ଶିଶୁ ରହିଛି। ହେଲେ ଆଶ୍ୱସ୍ତିକର କଥା ହେଲା ଯେ ଶିଶୁ ଭିତରେ ହାଲୁକା ଲକ୍ଷଣ ଦେଖାଦେଇଛି।

ମୁମ୍ବାଇରେ ଚିହ୍ନଟ ହୋଇଥିବା ତିନିଜଣ ବ୍ୟକ୍ତିଙ୍କର ବୟସ ଯଥାକ୍ରମେ ୪୮, ୨୫ ଓ ୩୭ ହେବ। ମୁମ୍ବାଇର ଧାରାବୀରେ ଓମିକ୍ରନ ଭାରିଏଣ୍ଟର ମାମଲା ସାମ୍ନାକୁ ଆସିଛି। ସୂଚନା ମୁତାବକ, ଧାରାବୀର ଜଣେ ବାସିନ୍ଦା କରୋନା ପଜିଟିଜ୍ ଚିହ୍ନଟ ହୋଇଥିଲେ। ଯାହା ପରେ ସେହି ବ୍ୟକ୍ତିଙ୍କ ଭିତରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଥିବା ଜଣାପଡ଼ିଛି। ବ୍ୟକ୍ତି ଜଣକ ନିକଟରେ ତାଞ୍ଜାନିଆକୁ ଫେରିଥିଲେ। ସେହିପରି ମୁମ୍ବାଇର ଆଉ ଦୁଇ ଜଣ ୟୁକେ ଓ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ।

ମହାରାଷ୍ଟ୍ରରୁ ଚିହ୍ନଟ ହୋଇଥିବା ୭ ଜଣଙ୍କ ମଧ୍ୟରୁ ୪ ଜଣ ଟିକା ନେଇସାରିଛନ୍ତି। ଜଣେ କୋଭିଡ୍‌ ଟିକାର ଗୋଟିଏ ଡୋଜ୍ ନେଇଥିବା ବେଳେ ଅନ୍ୟଜଣେ ଟିକା ନେଇନାହାନ୍ତି। ସେହିପରି ଚିହ୍ନଟ ହୋଇଥିବା ଶିଶୁଟି ଟିକାକରଣ ପାଇଁ ଯୋଗ୍ୟ ହୋଇନାହିଁ। ଚିହ୍ନଟ ହୋଇଥିବା ୪ ଜଣଙ୍କ ଭିତରେ କୌଣସି ଲକ୍ଷଣ ଥିବା ବେଳେ ତିନିଜଣଙ୍କ ଭିତରେ ସାମାନ୍ୟ ଲକ୍ଷଣ ଦେଖା ଦେଇଛି।

କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନର ବର୍ତ୍ତମାନ ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଶୁକ୍ରବାର ପ୍ରେସ୍ କନଫରେନ୍ସ କରି କହିଛି ଯେ, ଏପର୍ଯ୍ୟନ୍ତ ୫୯ଟି ଦେଶରେ କରୋନାର ଏହି ନୂଆ ଭାରିଏଣ୍ଟ ବ୍ୟାପି ସାରିଛି। ଅନ୍ୟପକ୍ଷରେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ହେଲେ ମହାରାଷ୍ଟ୍ରରେ ଆଉ ୭ ଜଣ ଚିହ୍ନଟ ହେବା ପରେ ଏହି ସଂଖ୍ୟା ଏବେ ୩୨ରେ ପହଞ୍ଚି ଯାଇଛି।

ଆଜି ଗୁଜରାଟରୁ ୨ ଜଣଙ୍କ ଭିତରେ ଓମିକ୍ରନ ଭାରିଏଣ୍ଟ ଚିହ୍ନଟ ହୋଇଛି। ପୂର୍ବରୁ ଗୁଜରାଟର ଜାମନଗରରୁ ଜଣେ ଜିମ୍ବାୱେ ଫେରନ୍ତା ଓମିକ୍ରନରେ ଆକ୍ରାନ୍ତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story