ଆତ୍ମହତ୍ୟା କଲେ ‘ଲେଡି ସିଂଘମ’

ଅମରାବତୀ: ୨୮ ବର୍ଷୀୟ ଜଣେ ମହିଳା ରେଞ୍ଜ ଅଫିସର ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା ପୂର୍ବରୁ ସେ ଲେଖିଥିବା ଏକ ସୁଇସାଇଡାଲ ନୋଟକୁ ପୁଲିସ ଜବତ କରିଛି। ଯେଉଁଥିରେ ସେ ଇଣ୍ଡିଆନ ଫରେଷ୍ଟ ସର୍ଭିସ (ଆଇଏଫଏସ)ର ଜଣ ଅଫିସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ଅମରାବତୀ ସ୍ଥିତ ମେଲଘାଟ ଟାଇଗର ରିଜର୍ଭ (ଏମଆରଟି)ରେ। ମୃତ ଲେଡି ଅଫିସର ଜଣଙ୍କ ହେଲେ ଦିପାଳୀ ଚୌହ୍ୱାନ ମୋହିତେ। ଦିପାଳୀଙ୍କ ସ୍ୱାମୀ ରାଜେଶ ମୋହିତେ ଚିଖାଲଝରାରେ […]

LADY-SINGHAM-DIPALI

Subhransu Sekhar
  • Published: Friday, 26 March 2021
  • , Updated: 26 March 2021, 05:36 PM IST

ଅମରାବତୀ: ୨୮ ବର୍ଷୀୟ ଜଣେ ମହିଳା ରେଞ୍ଜ ଅଫିସର ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା ପୂର୍ବରୁ ସେ ଲେଖିଥିବା ଏକ ସୁଇସାଇଡାଲ ନୋଟକୁ ପୁଲିସ ଜବତ କରିଛି। ଯେଉଁଥିରେ ସେ ଇଣ୍ଡିଆନ ଫରେଷ୍ଟ ସର୍ଭିସ (ଆଇଏଫଏସ)ର ଜଣ ଅଫିସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ଅମରାବତୀ ସ୍ଥିତ ମେଲଘାଟ ଟାଇଗର ରିଜର୍ଭ (ଏମଆରଟି)ରେ।

ମୃତ ଲେଡି ଅଫିସର ଜଣଙ୍କ ହେଲେ ଦିପାଳୀ ଚୌହ୍ୱାନ ମୋହିତେ। ଦିପାଳୀଙ୍କ ସ୍ୱାମୀ ରାଜେଶ ମୋହିତେ ଚିଖାଲଝରାରେ ଜଣେ ଟ୍ରେଜରୀ ଅଫିସର। ଟାଇଗର ରିଜର୍ଭ ପଡ଼ିଆ ପାଖରେ ଥିବା ହରିଶାଲ ଗାଁରେ ଦିପାଳୀ ତାଙ୍କ ସରକାରୀ ବାସଭବନରେ ରହୁଥିଲେ। ନିଜ ସରକାରୀ ବାସଭବନରେ ମୁଣ୍ଡରେ ବନ୍ଧୁକ ଲଗାଇ ସେ ଆତ୍ମହତ୍ୟା କରିଛନ୍ତି। ଗୁରୁବାର ବିଳମ୍ୱିତ ରାତିରେ ଦିପାଳୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।  ତାଙ୍କ ମା ପାଖରେ ରହୁଥିଲେ। ହେଲେ ସେ ସମ୍ପର୍କୀୟଙ୍କ ଘରକୁ ସେହିଦିନ ଯାଇଥିବା ବେଳେ ଦିପାଳୀ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି। ଦିପାଳୀ ଜଙ୍ଗଲ ମାଫିଆଙ୍କ ବିରୋଧରେ ଖୋଲା ଖୋଲି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ। ତାଙ୍କର ସାହସିକତା ପାଇଁ ସେ ଲେଡି ସିଂଘମ ଭାବରେ ପରିଚିତ ଥିଲେ।

ଶୁକ୍ରବାର ଦିପାଳୀଙ୍କର ଅନ୍ତିମ ସଂସ୍କାର ହୋଇଛି। ହେଲେ ଏହାପୂର୍ବରୁ ଅମରାବତୀ ପୁଲିସ ପହଞ୍ଚି ଘଟଣାସ୍ଥଳରୁ ସୁଇସାଇଡାଲ ନୋଟ୍ ଜବତ କରିଛି। ଯେଉଁଥିରେ ଆଇଏଫଏସ ଅଫିସର ଶିବକୁମାରଙ୍କ ନାମ ଉଲ୍ଲେଖ ରହିଛି। ଏଥିସହ ଦିପାଳୀଙ୍କୁ ଦିଆଯାଇଥିବା ସରକାରୀ ବନ୍ଧୁକକୁ ମଧ୍ୟ ପୁଲିସ ଜବତ କରିଛି। ପୁଲିସ ବର୍ତ୍ତମାନ ଘଟଣାର ତଦନ୍ତ କରି ଶିବକୁମାରଙ୍କୁ ଅଟକ ରଖିଛି। ସେ ବେଙ୍ଗାଲୁରୁ ଯିବା ପାଇଁ ନାଗପୁର ରେଳ ଷ୍ଟେସନରେ ଅପେକ୍ଷା କରିଥିବା ବେଳେ ପୁଲିସ ତାଙ୍କୁ ଅଟକ ରଖିଛି।

ଦିପାଳୀଙ୍କ ସହକର୍ମୀଙ୍କ ସୂଚନା ଅନୁଯାୟୀ ଶିବକୁମାର ବିଭିନ୍ନ ସମୟରେ ଦିପାଳୀଙ୍କୁ ଗାଳି ଗୁଲଜ କରୁଥିଲେ। ସର୍ବସାଧାରଣରେ ଦିପାଳୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହିତ ତାଙ୍କୁ ବ୍ୟକ୍ତିଗତ ଭାବରେ ଟିପ୍ପଣୀ କରୁଥିଲେ। ଯାହାକୁ ନେଇ ଦିପାଳୀ ଶିବକୁମାରଙ୍କ ଉପର ଅଫିସର ତଥା ଟାଇଗର ରିଜର୍ଭର ନିର୍ଦ୍ଦେଶକ ଏମ.ଏସ ରେଡ୍ଡୀଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ସେ ଏହି ଅଭିଯୋଗ ବାବଦରେ କୌଣସି କାର୍ଯ୍ୟାନୁଷ୍ଠାନ କି ତାଗିଦ କରିନଥିଲେ ବୋଲି ଦିପାଳୀଙ୍କ ସୁଇସାଇଡାଲ ନୋଟରୁ ଜଣାପଡ଼ିଛି।

ଦିପାଳୀଙ୍କୁ ବିଭିନ୍ନ ଅଡୁଆ କାମର ସମାଧାନ କରିବାକୁ ଶିବକୁମାର ନିର୍ଦ୍ଦେଶ ଦେବା ସହିତ ଗୋଟିଏ ମାସର ଦରମା ମଧ୍ୟ ରୋକି ଦେଇଥିଲେ ଶିବକୁମାର। ଦିପାଳୀ ୨୦୨୦ରେ ବିବାହ କରିଥିଲେ। ଫେବୃଆରୀରେ ପ୍ରେଗନେଣ୍ଟ ଥିଲେ। ଏହି ସମୟରେ ଶିବକୁମାର ପାଟ୍ରୋଲିଂ କରିବାତୁ ଜଙ୍ଗଲ ଭିତରକୁ ଦିପାଳୀଙ୍କୁ ନେଇଯାଉଥିଲେ। ଆଉ ଜଙ୍ଗଲରେ ପହଞ୍ଚିବା ପରେ ଚାଲି ଚାଲି ବିଭିନ୍ନ ସ୍ଥାନକୁ ଯାଉଥିଲେ ବୋଲି ଜଣାପଡ଼ିଛି। ଏବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାର। ଏକ ଉଚ୍ଚ ସ୍ତରୀୟ ତଦନ୍ତ ହେବ। ସମସ୍ତ ଦିଗରୁ ତଦନ୍ତ ହେବା ପରେ ଯିଏ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଜିତ ପାଓ୍ୱାର କହିଛନ୍ତି।

Related story