ପଦ ଛାଡ଼ିଲେ ମହିମା କାଉଲ୍

ନୂଆଦିଲ୍ଲୀ: ପଦ ଛାଡ଼ିଲେ ଟୁଇଟର୍ ଇଣ୍ଡିଆର ପବ୍ଲିକ ପଲିସି ମୁଖ୍ୟ ମହିମା କାଉଲ୍ । ଭାରତ ଓ ଦକ୍ଷିଣ ଏସିଆ ପାଇଁ ଟୁଇଟରର ପବ୍ଲିକ ପଲିସି ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି ମହିମା କାଉଲ୍ । ସେ ଜାନୁଆରୀରୁ କଂପାନୀକୁ ଇସ୍ତଫା ପତ୍ର ଦେଇଥିବା ଏବଂ ସୁରୁଖୁରରେ ଭାର ହସ୍ତାନ୍ତର କରିବାକୁ ମାର୍ଚ୍ଚ ପର୍ଯ୍ୟନ୍ତ ନିଜ ପଦରେ ରହିଥିବା ଟୁଇଟର୍ ପକ୍ଷରୁ କୁହାଯାଇଛି । ବ୍ୟକ୍ତିଗତ ଜୀବନକୁ ଗୁରୁତ୍ୱ ଦେଇ ସେ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି […]

mahima

Niharika Rout
  • Published: Monday, 08 February 2021
  • , Updated: 08 February 2021, 09:22 AM IST

ନୂଆଦିଲ୍ଲୀ: ପଦ ଛାଡ଼ିଲେ ଟୁଇଟର୍ ଇଣ୍ଡିଆର ପବ୍ଲିକ ପଲିସି ମୁଖ୍ୟ ମହିମା କାଉଲ୍ । ଭାରତ ଓ ଦକ୍ଷିଣ ଏସିଆ ପାଇଁ ଟୁଇଟରର ପବ୍ଲିକ ପଲିସି ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି ମହିମା କାଉଲ୍ । ସେ ଜାନୁଆରୀରୁ କଂପାନୀକୁ ଇସ୍ତଫା ପତ୍ର ଦେଇଥିବା ଏବଂ ସୁରୁଖୁରରେ ଭାର ହସ୍ତାନ୍ତର କରିବାକୁ ମାର୍ଚ୍ଚ ପର୍ଯ୍ୟନ୍ତ ନିଜ ପଦରେ ରହିଥିବା ଟୁଇଟର୍ ପକ୍ଷରୁ କୁହାଯାଇଛି ।

ବ୍ୟକ୍ତିଗତ ଜୀବନକୁ ଗୁରୁତ୍ୱ ଦେଇ ସେ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । ୫ ବର୍ଷ ଧରି ମହିମା ଏହି ପଦରେ ଥିଲେ । ତେବେ କିଛି ଦିନ ତଳେ ଟୁଇଟରକୁ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ନୋଟିସ୍ ହୋଇଥିବା ବେଳେ, ଏବେ ମହିମାଙ୍କ ଇସ୍ତଫା ଖବର ସାମ୍ନାକୁ ଆସିଛି। ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

କିଛି ଦିନ ପୂର୍ବେ, ଏକ ବିବାଦୀୟ ହାସଟ୍ୟାଗ୍‌କୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୫୦ଟି ଆକାଉଣ୍ଟ ବ୍ଲକ୍ କରିବାକୁ ଟୁଇଟରକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ବାକ୍ ସ୍ୱାଧୀନତା ଦର୍ଶାଇ ନିର୍ଦ୍ଦେଶ ମାନିନଥିଲା ଟୁଇଟର୍  । ଏହାପରେ ଭାରତୀୟ ଆଇନ ଉଲ୍ଲଂଘନ ଅଭିଯୋଗରେ ଟୁଇଟରକୁ କେନ୍ଦ୍ର ପକ୍ଷରୁ ନୋଟିସ୍  ହୋଇଥିଲା।

Related story