‘ମାଲେଗାଁଓ ବିସ୍ଫୋରଣ ମାମଲାରେ ଯୋଗୀଙ୍କ ନାମ ନେବାକୁ ଧମକ ଦିଆଯାଇଥିଲା’

ମୁମ୍ବାଇ: ମାଲେଗାଁଓ ବିସ୍ଫୋରଣ ମାମଲାରେ ସାକ୍ଷୀଙ୍କ ଚାଞ୍ଚଲ୍ୟକର ବୟାନ। ଏହି ବିସ୍ଫୋରଣ ମାମଲାରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ୪ ଜଣ ଆରଏସ୍‌ଏସ୍ ନେତାଙ୍କ ନାମ ନେବାକୁ ମହାରାଷ୍ଟ୍ର ଏଟିଏସ ଧମକ ଦେଇଥିଲା। ଶୁଣାଣି ବେଳେ ମଙ୍ଗଳବାର ସ୍ୱତନ୍ତ୍ର ଏନ୍‌ଆଇଏ କୋର୍ଟରେ ଏମିତି ଅଭିଯୋଗ ଆଣିଛନ୍ତି ସାକ୍ଷୀ। ହାଜର ବେଳେ ସାକ୍ଷୀ ଜଣକ କହିଛନ୍ତି ଯେ, ତତ୍କାଳୀନ ଏଟିଏସ୍ ଅଧିକାରୀ ପରମ ବୀର୍ ସିଂ ଏବଂ ଅନ୍ୟ ଜଣେ ଅଧିକାରୀ ଯୋଗୀ ଆଦିତ୍ୟନାଥ (ବର୍ତ୍ତମାନର ୟୁପି […]

Yogi

Tapas Behera
  • Published: Tuesday, 28 December 2021
  • , Updated: 28 December 2021, 06:39 PM IST

ମୁମ୍ବାଇ: ମାଲେଗାଁଓ ବିସ୍ଫୋରଣ ମାମଲାରେ ସାକ୍ଷୀଙ୍କ ଚାଞ୍ଚଲ୍ୟକର ବୟାନ। ଏହି ବିସ୍ଫୋରଣ ମାମଲାରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ୪ ଜଣ ଆରଏସ୍‌ଏସ୍ ନେତାଙ୍କ ନାମ ନେବାକୁ ମହାରାଷ୍ଟ୍ର ଏଟିଏସ ଧମକ ଦେଇଥିଲା। ଶୁଣାଣି ବେଳେ ମଙ୍ଗଳବାର ସ୍ୱତନ୍ତ୍ର ଏନ୍‌ଆଇଏ କୋର୍ଟରେ ଏମିତି ଅଭିଯୋଗ ଆଣିଛନ୍ତି ସାକ୍ଷୀ।

ହାଜର ବେଳେ ସାକ୍ଷୀ ଜଣକ କହିଛନ୍ତି ଯେ, ତତ୍କାଳୀନ ଏଟିଏସ୍ ଅଧିକାରୀ ପରମ ବୀର୍ ସିଂ ଏବଂ ଅନ୍ୟ ଜଣେ ଅଧିକାରୀ ଯୋଗୀ ଆଦିତ୍ୟନାଥ (ବର୍ତ୍ତମାନର ୟୁପି ମୁଖ୍ୟମନ୍ତ୍ରୀ ) ଏବଂ ଚାରିଜଣ ଆରଏସସ ସଙ୍ଗଠନର ନେତାଙ୍କ ନାମ ନେବାକୁ ବାଧ୍ୟ କରିଥିଲେ। ଏମିତିକି ଏଟିଏସ ତାଙ୍କୁ ନିର୍ଯାତନା ଦେଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି ।  ସମ୍ପୃକ୍ତ ସାଖୀଙ୍କ ଏହି ବୟାନ ଆସିବା ପରେ ବିଜେପି ବିଧାୟକ ରାମ କାଡ଼ାମ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ହିନ୍ଦୁମାନଙ୍କୁ ବଦନାମ ଏବଂ ‘ହିନ୍ଦୁ ଆତଙ୍କବାଦ’ ନାମିତି କରିବା  କଂଗ୍ରେସ ସରକାରଙ୍କ ଷଡ଼ଯନ୍ତ୍ର ସ୍ପଷ୍ଟ ହୋଇଛି। ତତ୍କାଳୀନ ସରକାର ଯୋଗୀ ଆଦିତ୍ୟନାଥ ଏବଂ ଆରଏସଏସ କର୍ମୀଙ୍କୁ ଫସେଇବା ପାଇଁ ଉଦ୍ୟମ କରିଥିଲେ।

ଏହି ପ୍ରସଙ୍ଗରେ ଶିବସେନା ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ ବୋଲି ସେ କହିଛନ୍ତି। ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ଏହା ଏକ ପଲଟିକାଲ ଷ୍ଟଣ୍ଟ ବୋଲି କଂଗ୍ରେସର ଆରିଫ ନସିମ ଖାନ ଏବଂ ଏସପି ବିଧାୟକ ଅବି ଅସୀମ ଆଜମୀ କହିଛନ୍ତି । ୨୦୦୮, ସେପ୍ଟେମ୍ୱର ୨୯ରେ ମାଲେଗାଁଓରେ ହୋଇଥିବା  ବିସ୍ଫୋରଣ ରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୯ ଜଣ ଆହତ ହୋଇଥିଲେ।

Related story