ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ଗାନ୍ଧି ପରିବାର ଓହରି ଯିବା ପରେ ବୋଧ ହୁଏ ବହୁ ଦିନପରେ କଡ଼ା ଟକ୍କାର ହେଉଛି। ମୈଦାନରେ ୨ ଷ୍ଟଲୱାଟ ତଥା ମଳ୍ଲିକାର୍ଜୁନ ଖାଡ଼ଗେ ଏବଂ ଶଶି ଥରୁରଙ୍କ ମଧ୍ୟରେ ତୀବ୍ର ଲଢ଼େଇ ହେଉଛି। ଏହିପରିପ୍ରେକ୍ଷୀରେ ଶଶି ଥରୁର କହିଛନ୍ତି ଯେ, ମଲ୍ଲିକାର୍ଜୁନ ଖାଡ଼ଗେଙ୍ଗ ଭଳି ନେତା ଦଳରେ ପରିବର୍ତ୍ତନ ଆଣିପାରିବେ ନାହିଁ। ଦଳରେ ପୁରୁଣା ବ୍ୟବସ୍ଥା ଜାରି ରହିବ। ଯଦି ସେ (ଥରୁର) ନିର୍ବାଚିତ ହୁଅନ୍ତି ତେବେ ଦଳୀୟ କର୍ମୀଙ୍କ ଆଶା ଅନୁଯାୟୀ ପରିବର୍ତ୍ତନ ହେବ ବୋଲି କହିଛନ୍ତି। ଥରୁର କହିଛନ୍ତି ଯେ, ଆମେ ପରସ୍ପର ଶତ୍ରୁ ନୁହଁନ୍ତି। ଏହା ମଧ୍ୟ ଯୁଦ୍ଧ ନୁହଁ। ଏହା ହେଉଛି ଆମ ଦଳର ଭବିଷ୍ୟତ ପାଇଁ ନିର୍ବାଚନ। କଂଗ୍ରେସର ତିନି ବରିଷ୍ଠ ନେତାଙ୍କ ତାଲିକାରେ ଖାଡ଼ଗେ ଆସୁଛନ୍ତି। ହେଲେ ତାଙ୍କ ଭଳି ନେତା ଦଳରେ କୌଣସି ପରିବର୍ତ୍ତନ ଆଣିପାରିବେ ନାହିଁ। ଦଳରେ ସେହି ପରୁଣା ବ୍ୟବସ୍ଥା ଜାରି ରହିବ।
ପୂର୍ବରୁ ଖାଡ଼ଗେ କହିଥିଲେ ଯେ କହାକୁ ବିରୋଧ କରିବା ପାଇଁ ସେ ଏହି ନିର୍ବାଚନରେ ଅବତୀର୍ଣ୍ଣ ହୋଇ ନାହାନ୍ତି। ବରଂ ଦଳକୁ ସଶକ୍ତ କରିବା ପାଇଁ ଛିଡ଼ା ହୋଇଛନ୍ତି। ସେ ଏହି ଧାରଣାକୁ ମଧ୍ୟ ଖାରଜ କରିଛନ୍ତି ଯେ, ତାଙ୍କ ପ୍ରତି ଗାନ୍ଧି ପରିବାରର ସମର୍ଥନ ରହିଛି। କଂଗ୍ରେସର ଅନେକ ବରିଷ୍ଠ ଏବଂ ଯୁବ ନେତାଙ୍କ କହିବାନୁସାରେ ହିଁ ମଇଦାନକୁ ଓହ୍ଲାଇଛି। ଥରୁର ରବିବାର କହିଛନ୍ତି ଯେ, ସାର୍ବଜନୀନ ମଞ୍ଚରେ ସେ ଖାଡଗେଙ୍କ ସହିତ ବିତର୍କ କରିବାକୁ ଚାହାନ୍ତି ଏବଂ ଏଥିପାଇଁ ପ୍ରସ୍ତୁତ ଅଛନ୍ତି। ଶଶି ଥରୁର ଆହୁରି କହିଛନ୍ତି, କଂଗ୍ରେସ ପାର୍ଟିର ସଦସ୍ୟଙ୍କ ହୃଦୟରେ ନେହରୁ-ଗାନ୍ଧି ପରିବାରଙ୍କ ପ୍ରତି ସର୍ବଦା ସ୍ଵତନ୍ତ୍ର ସ୍ଥାନ ରହିଛି।
କଂଗ୍ରେସର ବର୍ତ୍ତମାନର ଆହ୍ଵାନ ନେତୃତ୍ଵ ଏବଂ ସଂଗଠନାତ୍ମକ ସୁଧାର ସଂଯୋଜନରେ ନିହିତ ରହିଛି। ସଂଗଠନର ଉଚ୍ଚସ୍ତରରେ ନେତୃତ୍ଵ ନେବାରେ ମୋର ବିଶ୍ଵସନୀୟ ଟ୍ରାକ ରେକର୍ଡ ରହିଛି। ମିଳିତ ଜାତିସଂଘର ଜନ ସୂଚନା ବିଭାଗର ଉପ ପ୍ରଭାରୀ ସାଧାରଣ ସଂପାଦକ ଭାବେ ମୁଁ ସମଗ୍ର ଦୁନିଆରେ ୭୭ କାର୍ଯ୍ୟାଳୟରେ ୮୦୦ରୁ ଅଧିକ କର୍ମୀଙ୍କୁ ନେଇ ସବୁଠୁ ବଡ ବିଭାଗର ଦାୟିତ୍ଵ ସମ୍ଭାଳିଥିଲି। ଏହାକୁ ନଜରରେ ରଖି ଅନେକ ଲୋକ ମୋତେ ମିଳିତ ଜାତିସଂଘର ନେତୃତ୍ଵ ନେବା ଲାଗି ନିର୍ବାଚନ ଲଢିବାକୁ ଅପିଲ୍ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।