ଯେଉଁଠୁ ଜିତୁଥିଲେ, ସେଇଠୁ ପୁଣି ଲଢ଼ିବେ ମମତା

କୋଲକାତା: ବିଧାନସଭା ନିର୍ବାଚନରେ ହାରିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପନିର୍ବାଚନ ଲଢ଼ିବେ। ତୃଣମୂଳ କଂଗ୍ରେସ (ଟିଏମସି)ର ସୁପ୍ରିମୋ ମମତା ଉପନିର୍ବାଚନରେ ଭବାନୀପୁର ଆସନରୁ ପ୍ରାର୍ଥୀ ହେବେ। ଏ ନେଇ ଆଜି ଟିଏମସି ଘୋଷଣା କରିଛି। ରବିବାର ପାର୍ଟି ପକ୍ଷରୁ ଜାରି କରାଯାଇଥିବା ଆନୁଷ୍ଠାନିକ ବିବୃତ୍ତିରେ କୁହାଯାଇଛି, ଟିଏମସିର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ଲଢ଼ିବେ। ଅନ୍ୟପକ୍ଷରେ ଜାକିର ହୁସେନ୍ ଓ ଅମିରୁଲ୍ ଇସଲାମ୍ ଯଥାକ୍ରମେ ଜଙ୍ଗିପୁର ଓ ସମସେରଗଞ୍ଜରୁ ପ୍ରାର୍ଥୀ ହେବେ। ଭବାନୀପୁରରୁ […]

mamata-banarjee

mamata-banarjee

Ranjit Kumar Jena
  • Published: Sunday, 05 September 2021
  • Updated: 05 September 2021, 08:39 PM IST

Sports

Latest News

କୋଲକାତା: ବିଧାନସଭା ନିର୍ବାଚନରେ ହାରିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପନିର୍ବାଚନ ଲଢ଼ିବେ। ତୃଣମୂଳ କଂଗ୍ରେସ (ଟିଏମସି)ର ସୁପ୍ରିମୋ ମମତା ଉପନିର୍ବାଚନରେ ଭବାନୀପୁର ଆସନରୁ ପ୍ରାର୍ଥୀ ହେବେ। ଏ ନେଇ ଆଜି ଟିଏମସି ଘୋଷଣା କରିଛି।

ରବିବାର ପାର୍ଟି ପକ୍ଷରୁ ଜାରି କରାଯାଇଥିବା ଆନୁଷ୍ଠାନିକ ବିବୃତ୍ତିରେ କୁହାଯାଇଛି, ଟିଏମସିର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ଲଢ଼ିବେ। ଅନ୍ୟପକ୍ଷରେ ଜାକିର ହୁସେନ୍ ଓ ଅମିରୁଲ୍ ଇସଲାମ୍ ଯଥାକ୍ରମେ ଜଙ୍ଗିପୁର ଓ ସମସେରଗଞ୍ଜରୁ ପ୍ରାର୍ଥୀ ହେବେ।

ଭବାନୀପୁରରୁ ମମତାଙ୍କ ନିର୍ବାଚନ ଲଢ଼ିବା ଖବର ଶୁଣି ଟିଏମସିର କର୍ମକର୍ତ୍ତାଙ୍କ ଭିତରେ ଆତ୍ମବିଶ୍ୱାସ ବଢ଼ିଯାଇଛି। ଏଥିପାଇଁ ଭବାନୀପୁରରେ ମମତାଙ୍କ ପୋଷ୍ଟର ଲଗାଯାଇଛି। ଏହାସହ ଟିଏମସି କାର୍ଯ୍ୟକର୍ତ୍ତା ଜନସମ୍ପର୍କ ଯାତ୍ରା ମଧ୍ୟ ଆରମ୍ଭ କରିଦେଇଛି। କେବଳ ଏତିକି ନୁହେଁ, ପାର୍ଟିର ନେତା ମଦନ ମିତ୍ର ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି ଯେ ଉପନିର୍ବାଚନ ଏକତରଫା ହେବ, ତେଣୁ ବିଜେପିକୁ ଅର୍ଥ ଖର୍ଚ୍ଚ କରିବାର ଆବଶ୍ୟକ ନାହିଁ।

https://twitter.com/AITCofficial/status/1434500018380021769?s=20

ଭାରତୀୟ ନିର୍ବାଚନ କମିଶନ ପଶ୍ଚିମବଙ୍ଗରେ ତିନୋଟି ବିଧାନସଭା ଆସନ ପାଇଁ ଉପନିର୍ବାଚନର ତାରିଖ ଘୋଷଣା କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ମମତାଙ୍କ ଗଡ଼ ଭବାନୀପୁର ସାମିଲ୍ ଅଛି, ଯେଉଁଠାରୁ ସେ ଉପନିର୍ବାଚନ ଲଢ଼ିବେ। ପଶ୍ଚିମବଙ୍ଗରେ ନିର୍ବାଚନ ସେପ୍ଟେମ୍ବର ୩୦ ତାରିଖରେ ହେବ। ଏହା ପରେ ଅକ୍ଟୋବର ୩ ତାରିଖରେ ଭୋଟ ଗଣତି ହେବ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ଚଳିତ ବର୍ଷ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଶୁଭେନ୍ଦୁ ଅଧିକାରୀଙ୍କୁ ଠାରୁ ପରାସ୍ତ ହୋଇଥିଲେ। ମମତା ହାରିଥିଲେ ହେଁ ତାଙ୍କ ପାର୍ଟି ଟିଏମସି ବିଧାନସଭା ନିର୍ବାଚନରେ ବମ୍ପର ବିଜୟ ହାସଲ କରିଥିଲା। ନିୟମ ମୁତାବକ ୬ ମାସ ଭିତରେ ବିଧାନସଭାର ସଦସ୍ୟ ବିଧାୟକ ହେବା ଜରୁରୀ ଥିଲା। ଯେହେତୁ ମମତା ବିଧାନସଭାରେ ହାରିଥିଲେ, ତେଣୁ ମୁଖ୍ୟମନ୍ତ୍ରୀ ପଦରେ ରହିବା ପାଇଁ ତାଙ୍କୁ ବିଧାୟକ ହେବାକୁ ପଡ଼ିବ। ଏହା ପୂର୍ବରୁ ଭବାନୀପୁର ଆସନରୁ ଟିଏମସି ବିଧାୟକ ଶୋଭନଦେବ ଚଟ୍ଟୋପାଧ୍ୟାୟ ମେ’ ୨୧ ତାରିଖରେ ଇସ୍ତଫା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story