ଜଗନ୍ନାଥଙ୍କ ଶରଣରେ ମମତା ବାନାର୍ଜୀ

କୋଲକାତା: ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ଘରେ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିଛନ୍ତି। ମମତା ତାଙ୍କ କାଳିଘାଟ ବାସଭବନରେ ଘଗବାନ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିଥିବା ଜଣାପଡ଼ିଛି। ମମତା ବାନାର୍ଜୀ ଏ ନେଇ ତାଙ୍କ ସୋଶାଲ ମିଡିଆ ପୋଷ୍ଟରେ ପୂଜାର୍ଚ୍ଚନାର ଏକ କ୍ଲିପ ଶେୟାର କରିଛନ୍ତି। ଏହି ପୂଜା ସମୟରେ ପୁରୀ ଜଗନ୍ନାଥ ମନ୍ଦିରର ସେବାୟତ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗରେ ନିର୍ବାଚନ ଏଥର ମମତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ। ମମତାଙ୍କ […]

mamata

Subhransu Sekhar
  • Published: Friday, 26 February 2021
  • , Updated: 26 February 2021, 04:50 PM IST

କୋଲକାତା: ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ଘରେ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିଛନ୍ତି। ମମତା ତାଙ୍କ କାଳିଘାଟ ବାସଭବନରେ ଘଗବାନ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିଥିବା ଜଣାପଡ଼ିଛି।

ମମତା ବାନାର୍ଜୀ ଏ ନେଇ ତାଙ୍କ ସୋଶାଲ ମିଡିଆ ପୋଷ୍ଟରେ ପୂଜାର୍ଚ୍ଚନାର ଏକ କ୍ଲିପ ଶେୟାର କରିଛନ୍ତି। ଏହି ପୂଜା ସମୟରେ ପୁରୀ ଜଗନ୍ନାଥ ମନ୍ଦିରର ସେବାୟତ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।

ପଶ୍ଚିମବଙ୍ଗରେ ନିର୍ବାଚନ ଏଥର ମମତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ। ମମତାଙ୍କ ଦଳରୁ ଗୋଟିଏ ଗୋଟିଏ ନେତା ବିଜେପି ମୁହାଁ ହୋଇଛନ୍ତି। ଅନ୍ୟପଟେ ସାଧାରଣ ନିର୍ବାଚନ ବେଳେ 18 ସାଂସଦ ବିଜୟୀ ହେବାରେ ସଫଳ ହୋଇଥିବା ବିଜେପି ଚଳିତଥର ରାଜ୍ୟରେ ସରକାର ଗଢ଼ିବ ବୋଲି ହୁଙ୍କାର ଭରିଛି। ସେହିପରି ରାଜ୍ୟରେ ସିବିଆଇ ଏବଂ ଇଡି ମଧ୍ୟ କୋଇଲା ଦୁର୍ନୀତି ପ୍ରସଙ୍ଗରେ ଟିଏମସି ନେତାଙ୍କ ଘରେ ରେଡ୍ କରିଛି। ଯାହାକି ମମତାଙ୍କ ଭାବମୂର୍ତ୍ତିକୁ ମଳିନ କରିଛି।

Related story