କୁଶିନଗର (ଉତ୍ତର ପ୍ରଦେଶ): ପାକିସ୍ତାନ ପତାକା ଲଗାଇ ଜଣେ ଗିରଫ ହୋଇଛନ୍ତି। ନିଜ ଘରେ ପାକିସ୍ତାନର ଜାତୀୟ ପତାକା ଉତ୍ତୋଳନ ଅଭିଯୋଗରେ ଉତ୍ତରପ୍ରଦେଶର କୁଶିନଗରେ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ହେଉଛନ୍ତି ସଲମାନ (୨୧)।
ଅତିରିକ୍ତ ପୁଲିସ ଅଧୀକ୍ଷକ ରିତେଶ କୁମାର ସିଂହ କହିଛନ୍ତି ଯେ, ଶୁକ୍ରବାର ପ୍ରାୟ ୧୧ଟା ବେଳେ କୁଶିନଗର ଜିଲ୍ଲାର ତାରିଆ ସୁଜନ ପୁଲିସ ଷ୍ଟେସନ ଅଧୀନ ବେଦପୁର ମୁସ୍ତାକିଲ ଗାଁର ସଲମାନଙ୍କ ଘରେ ଏହି ପତାକା ଉତ୍ତୋଳନ କରାଯାଇଥିଲା। ପୁଲିସ ଏ ବିଷୟରେ ସୂଚନା ପାଇବା ମାତ୍ରେ ସେଠାରେ ପହଞ୍ଚି ପତାକାଟିକୁ ହଟାଇ ଦେଇଥିଲା।
ପତାକା ତିଆରି କରିଥିବା ସଲମାନ ଏବଂ ତାଙ୍କ ମାଉସୀ ଶାହନାଜଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହା ବ୍ୟତୀତ ସଲମାନଙ୍କୁ ସାହାଯ୍ୟ କରିବାରେ ସମ୍ପର୍କୀୟ ଇମ୍ରାନଙ୍କୁ ଜୁଭେନାଇଲ ଜଷ୍ଟିସ ଆକ୍ଟ ଅନୁଯାୟୀ ବୁକ୍ କରାଯିବ ବୋଲି ଅତିରିକ୍ତ ପୁଲିସ ଅଧୀକ୍ଷକ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଜାଲିଆତି ଅର୍ଡର ଦେଖାଇ ଥାନାରୁ ନେଇଗଲେ ଜବତ ଗାଡ଼ି, ବନ୍ଧା ହେଲେ ଓକିଲ
ଅବୈଧ ଖନନ ମାମଲାରେ ପୁଲିସ୍ ଜବତ କରିଥିବା ବାଇକ୍କୁ ଅଦାଲତର ଜାଲି ଆଦେଶ ଦେଖାଇ ଛଡ଼ାଇ ନେଇଥିବା ଅଭିଯୋଗରେ ବନ୍ଧା ହୋଇଛନ୍ତି ଓକିଲଜଣକ ।
National
ଏସିଡ୍ ଆକ୍ରମଣ ଓ ଦୁଷ୍କର୍ମ ପୀଡିତାଙ୍କଠୁ ଚିକିତ୍ସା ଫି' ନେବା ଅପରାଧ
ଦୁଷ୍କର୍ମ ପୀଡ଼ିତା, ପୋକ୍ସୋ ମାମଲାର ପୀଡ଼ିତା ତଥା ଯୌନ ନିର୍ଯାତନାର ଶିକାର ହୋଇଥିବା ପୀଡ଼ିତାଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ସମସ୍ତ ଡାକ୍ତରଖାନା, ନର୍ସିଂହୋମ୍, କ୍ଲିନିକ୍, ମେଡିକାଲ୍ ସେଣ୍ଟରର ଦାୟିତ୍ୱ ବୋଲି କୋର୍ଟ କହିଛନ୍ତି।
National
ମିଲିଟାରୀ କଲୋନୀରୁ ମିଳିଥିଲା ନାବାଳିକାଙ୍କ ମୃତଦେହ, ବନ୍ଧା ହେଲେ ପଡ଼ୋଶୀ ଯୁବକ
ଏହି ମାମଲାର ଖୋଳତାଡ଼ କରି ପୁଲିସ୍ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଜଣକ ମୃତା ନାବାଳିକାଙ୍କ ପଡ଼ୋଶୀ ବୋଲି ଜଣାଯାଇଛି।
National
ପୂର୍ବତନ ଗୃହ ସଚିବ ଅଜୟ ଭଲ୍ଲା ମଣିପୁର ରାଜ୍ୟପାଳ
କେରଳ ଓ ବିହାର ରାଜ୍ୟପାଳଙ୍କୁ ଅଦଳବଦଳ କରାଯାଇଛି। କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ବିହାରକୁ ବଦଳି କରାଯାଇଥିବା ବେଳେ ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ କେରଳର ରାଜ୍ୟପାଳ କରାଯାଇଛି।
National
ମିଲିଟାରୀ ଅଞ୍ଚଳରୁ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ, ପରିବାର ଲୋକ ଆଣିଲେ ଦୁଷ୍କର୍ମ ଅଭିଯୋଗ
ଗତକାଲି ସନ୍ଧ୍ୟାରୁ ନାବାଳିକା ଜଣଙ୍କ ନିଖୋଜ ରହିଥିଲେ। ବାପା ମା’ ରାତି ତମାମ ନିଖୋଜ ଝିଅକୁ ଖୋଜିଥିଲେ ହେଁ କୌଣସି ପ୍ରକାରର ସୁଫଳ ପାଇ ନଥିଲେ।