ସିଡିଏସ୍‌ ବିପିନ ରାୱତଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇ ଶିବଭାଇ ରାମ ଗିରଫ

ଅହମଦାବାଦ: ଦେଶର ପ୍ରଥମ ସିଡିଏସ୍‌ ଜେନେରାଲ ବିପିନ ରାୱତ ହେଲିକପ୍ଟର କ୍ରାଶରେ ପ୍ରାଣ ହରାଇଥିବା ପରେ ପୂରା ଦେଶ ସ୍ତବ୍ଧ ହୋଇ ଯାଇଛି। ହେଲେ ତାଙ୍କ ମୃତ୍ୟୁକୁ ନେଇ ଗୁଜରାଟର ଜଣେ ୪୪ ବର୍ଷୀୟ ବ୍ୟକ୍ତି ଫେସବୁକରେ ଅରୁଚିକର ବୟାନ ଦେଇଛନ୍ତି। ଏହାକୁ ନେଇ ବିଭିନ୍ନ ସ୍ଥାନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିବାଦ ବଢ଼ୁଥିବା ବେଳେ ଗୁଜରାଟ ପୁଲିସ୍‌ର ସାଇବର ସେଲ ସଂପୃକ୍ତ ବ୍ୟକ୍ତିକୁ ଗିରଫ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବ୍ୟକ୍ତି ଜଣକ […]

cds1

Hemant Lenka
  • Published: Friday, 10 December 2021
  • , Updated: 10 December 2021, 01:59 PM IST

ଅହମଦାବାଦ: ଦେଶର ପ୍ରଥମ ସିଡିଏସ୍‌ ଜେନେରାଲ ବିପିନ ରାୱତ ହେଲିକପ୍ଟର କ୍ରାଶରେ ପ୍ରାଣ ହରାଇଥିବା ପରେ ପୂରା ଦେଶ ସ୍ତବ୍ଧ ହୋଇ ଯାଇଛି। ହେଲେ ତାଙ୍କ ମୃତ୍ୟୁକୁ ନେଇ ଗୁଜରାଟର ଜଣେ ୪୪ ବର୍ଷୀୟ ବ୍ୟକ୍ତି ଫେସବୁକରେ ଅରୁଚିକର ବୟାନ ଦେଇଛନ୍ତି। ଏହାକୁ ନେଇ ବିଭିନ୍ନ ସ୍ଥାନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ବିବାଦ ବଢ଼ୁଥିବା ବେଳେ ଗୁଜରାଟ ପୁଲିସ୍‌ର ସାଇବର ସେଲ ସଂପୃକ୍ତ ବ୍ୟକ୍ତିକୁ ଗିରଫ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବ୍ୟକ୍ତି ଜଣକ ପୂର୍ବରୁ ମଧ୍ୟ ଏପରି ବିବାଦୀୟ ବୟାନ ଫେସବୁକରେ ଦେଇଥିଲା। ଏଥର ସିଡିଏସ୍‌ଙ୍କ ମୃତ୍ୟୁ ସମ୍ପର୍କରେ ବିବାଦୀୟ ବୟାନ ଦେବାରୁ ତା’ର ପୂର୍ବ ଇତିହାସ ମଧ୍ୟ ପୁଲିସ୍‌ ଜାଣିବାକୁ ପାଇଛି। ଏହାପରେ ହିଁ ତା’କୁ ଗିରଫ କରାଯାଇଛି।

ସାଇବଲ ସେଲ୍‌ ରିଲିଜ୍‌ କରିଥିବା ବିବୃତି ଅନୁଯାୟୀ, ଗିରଫ ବ୍ୟକ୍ତି ଜଣକ ହେଲା ଶିବଭାଇ ରାମ। ତାଙ୍କ ଘର ଗୁଜରାଟ ଅମରେଲୀ ଜିଲ୍ଲାରେ ଥିବା ବେହରାଇ ଗାଁରେ। ତେବେ ସେ ବିପିନ ରାୱତଙ୍କ ନାଁରେ କେଉଁ ପ୍ରକାରର ବୟାନ ଦେଇଥିଲା, ସେକଥା ବିବୃତିରେ ଉଲ୍ଲେଖ କରାଯାଇନି।

ଆସିସଷ୍ଟାଣ୍ଟ କମିଶନର ଅଫ ପୁଲିସ୍‌ ଜିତେନ୍ଦ୍ର ଯାଦବ କହିଛନ୍ତି, ରାମ ପୂର୍ବରୁ ହିନ୍ଦୁ ଦେବାଦେବୀ ଓ ନିର୍ବାଚିତ ପ୍ରତିନିଧିଙ୍କ ସମ୍ପର୍କରେ ଫେସବୁକରେ ବିବାଦୀୟ ବୟାନ ଦେଇଥିଲା। ଶିବଭାଇ ଅହିର ନାଁରେ ତାଙ୍କର ଗୋଟିଏ ଫେସବୁକ ପେଜ୍ ରହିଛି। ତାଙ୍କୁ ସେକସନ ୧୫୩-ଏ ଓ ଆଇପିସିର ୨୯୫-ଏ ଅନୁଯାୟୀ ଗିରଫ କରାଯାଇଛି।

ସିଡିଏସ୍‌ ବିପିନ ରାୱତଙ୍କ ସମ୍ପର୍କରେ ଅଭିଯୁକ୍ତ ଜଣକ କିଛି ବିବାଦୀୟ ପୋଷ୍ଟ ଶେୟାର କରିବା ପରେ ସେ ପୁଲିସ୍‌ ରାଡରକୁ ଆସିଥିଲା। ତା’ ଟାଇମଲାଇନକୁ ଯାଞ୍ଚ କରିବା ପରେ ସେ ପୂର୍ବରୁ ମଧ୍ୟ ଅନେକ ବିବାଦୀୟ ବୟାନ ଦେଇଥିବା ଜଣାପଡ଼ିଥିଲା। ଏହାକୁ ଆଧାର କରି ତା’କୁ ଗିରଫ କରାଯାଇଛି।

୨୦୧୦ରୁ ୨୦୧୪ ଯାଏ ଶିବଭାଇ ରାମ ତା’ ଗାଁର ସରପଞ୍ଚ ଭାବେ କାମ କରୁଥିଲା। ଏବେ ସେ ସୋଶାଲ ମିଡିଆରେ ବିବାଦୀୟ ପୋଷ୍ଟ କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରୁଥିବା ଶ୍ରୀ ଯାଦବ କହିଛନ୍ତି।

Related story