ପରଲୋକରେ ୩୮ ମହିଳାଙ୍କ ସ୍ଵାମୀ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦୁନିଆରେ ସବୁଠୁ ବଡ଼ ପରିବାରର ମୁଖିଆ କୁହାଯାଉଥିବା ଜିଓନା ଚାନାଙ୍କର ୭୬ ବର୍ଷରେ ପରଲୋକ ହୋଇଛି। ମିଜୋରାମର ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଚାନା ୩୮ ଟି ବିବାହ କରି ସାରା ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଚାନାଙ୍କର  ୮୯ ଜଣ ଛୁଆ ରହିଛନ୍ତି। ଚାନାଙ୍କର ବଡ଼ ପରିବାର ହୋଇଥିବାରୁ ସେ ମିଜୋରାମ ପର୍ଯ୍ୟଟନର ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲେ। ମିଜୋରାମର ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, […]

Ziona Chana

Ziona Chana

Subhransu Sekhar
  • Published: Sunday, 13 June 2021
  • Updated: 13 June 2021, 09:27 PM IST

ନୂଆଦିଲ୍ଲୀ: ଦୁନିଆରେ ସବୁଠୁ ବଡ଼ ପରିବାରର ମୁଖିଆ କୁହାଯାଉଥିବା ଜିଓନା ଚାନାଙ୍କର ୭୬ ବର୍ଷରେ ପରଲୋକ ହୋଇଛି। ମିଜୋରାମର ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଚାନା ୩୮ ଟି ବିବାହ କରି ସାରା ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଚାନାଙ୍କର  ୮୯ ଜଣ ଛୁଆ ରହିଛନ୍ତି। ଚାନାଙ୍କର ବଡ଼ ପରିବାର ହୋଇଥିବାରୁ ସେ ମିଜୋରାମ ପର୍ଯ୍ୟଟନର ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲେ।

ମିଜୋରାମର ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ମିଜୋରାମର ବକଟାଗାଁ ତଲଂଗନୁମରେ ଜିଓନାଙ୍କ ଗାଁ। ପରିବାର ସଦସ୍ୟଙ୍କ ପାଇଁ ରାଜ୍ୟ ପର୍ଯ୍ୟଟନର ମୁଖ୍ୟ ଆକର୍ଷଣ ପାଲଟିଥିଲେ ସେ। ଜିଓନାଙ୍କ ପରିବାରର ମହିଳା ଚାଷ କରି ଘର ଚଳାନ୍ତି। ଜିଓନାଙ୍କ ପ୍ରଥମ ପତ୍ନୀ ଘରର ମୁଖିଆ ଭାବରେ ଦାୟିତ୍ୱ ତୁଲାନ୍ତି। ସେ ଘରର ସମସ୍ତ ସଦସ୍ୟଙ୍କ ମଧ୍ୟରେ କାମ ବାଣ୍ଟନ୍ତି।

ଜିଓନା ୧୯୪୫ରେ ୧୭ ବର୍ଷ ବୟସରେ ବିବାହ କରିଥିଲେ। ଜିଓନାଙ୍କ ପ୍ରଥମ ପତ୍ନୀ ତାଙ୍କ ଠାରୁ ତିନି ବର୍ଷ ବଡ଼। ୨୦୦୪ରେ ଜିଓନା ଅନ୍ତିମ ଥର ପାଇଁ ବିବାହ କରିଥିଲେ। ଜିଓନା ନିଜ ପରିବାର ସହିତ ଏକ ଚାରି ମହଲା ଘରେ ରହୁଥିଲେ। ଏହି ଘରେ ମୋଟ୍ ୧୦୦ଟି ଘର ରହିଛି। ଏହି ଚାରି ମହଲା ଘର ତାଙ୍କ ଗାଁରେ ସବୁଠୁ ଅତ୍ୟାଧୁନିକ ଘର ଥିଲା। ଜିଓନାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ଜିଓନା ତାଙ୍କ ପୁଅଙ୍କ ସହିତ ମିଶି ବଢ଼େଇ କାମ କରୁଥିଲେ।

https://twitter.com/ANI/status/1404047111163826176?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos