ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ: ଶାରୀରିକ ପରିଶ୍ରମ କରି ବି ପତ୍ନୀ ଓ ପିଲାଙ୍କୁ ପୋଷିବାକୁ ସ୍ୱାମୀ ବାଧ୍ୟ

ନୂଆଦିଲ୍ଲୀ: ପତ୍ନୀ ଓ ପିଲାଙ୍କ ପ୍ରତି ଜଣେ ପୁରୁଷର କର୍ତ୍ତବ୍ୟ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି ସୁପ୍ରିମକୋର୍ଟ। ନିଜର ପତ୍ନୀ ଓ ଛୋଟ ପିଲାଙ୍କୁ ଆର୍ଥିକ ସହଯୋଗ କରିବାକୁ ଜଣେ ପୁରୁଷ ବା ସ୍ୱାମୀ ବାଧ୍ୟ। ପତ୍ନୀ ଓ ପିଲାଙ୍କୁ ପୋଷିବା ପାଇଁ ସ୍ୱାମୀ ଟଙ୍କା ରୋଜଗାର କରିବା ଦରକାର। ଏଥିପାଇଁ ସ୍ୱାମୀ ଦରକାର ପଡ଼ିଲେ ଶାରୀରିକ ପରିଶ୍ରମ ମଧ୍ୟ କରିବେ। ସେ କେବେ ହେଲେ ନିଜ କର୍ତ୍ତବ୍ୟ କିମ୍ବା ଦାୟିତ୍ୱକୁ ଅଣଦେଖା କରିପାରିବେ ନାହିଁ ବୋଲି […]

sc

  • Published: Thursday, 06 October 2022
  • , Updated: 06 October 2022, 04:59 PM IST

ନୂଆଦିଲ୍ଲୀ: ପତ୍ନୀ ଓ ପିଲାଙ୍କ ପ୍ରତି ଜଣେ ପୁରୁଷର କର୍ତ୍ତବ୍ୟ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି ସୁପ୍ରିମକୋର୍ଟ। ନିଜର ପତ୍ନୀ ଓ ଛୋଟ ପିଲାଙ୍କୁ ଆର୍ଥିକ ସହଯୋଗ କରିବାକୁ ଜଣେ ପୁରୁଷ ବା ସ୍ୱାମୀ ବାଧ୍ୟ। ପତ୍ନୀ ଓ ପିଲାଙ୍କୁ ପୋଷିବା ପାଇଁ ସ୍ୱାମୀ ଟଙ୍କା ରୋଜଗାର କରିବା ଦରକାର। ଏଥିପାଇଁ ସ୍ୱାମୀ ଦରକାର ପଡ଼ିଲେ ଶାରୀରିକ ପରିଶ୍ରମ ମଧ୍ୟ କରିବେ। ସେ କେବେ ହେଲେ ନିଜ କର୍ତ୍ତବ୍ୟ କିମ୍ବା ଦାୟିତ୍ୱକୁ ଅଣଦେଖା କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଜଷ୍ଟିସ ଦିନେଶ ମାହେଶ୍ୱରୀ ଓ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୋଟିଏ ପାରିବାରିକ ଭରଣପୋଷଣ ମାମାଲାର ଶୁଣାଣି କରି ଏପରି କହିଛନ୍ତି। ଖଣ୍ଡପୀଠ କହିଛନ୍ତି, ଅଲଗା ହୋଇ ସାରିଥିବା ପତ୍ନୀ ଓ ୧୮ ବର୍ଷରୁ କମ ପିଲାଙ୍କୁ ମଧ୍ୟ ଶାରୀରିକ ପରିଶ୍ରମ କରି ଆର୍ଥିକ ସହାୟତା ପ୍ରଦାନ କରିବା ସ୍ୱାମୀର କର୍ତ୍ତବ୍ୟ।

ସେ ନିଜ ଦାୟିତ୍ୱରୁ ଓହରି ପାଇପାରିବେ ନାହିଁ। ଯଦି ସେ ଶାରୀରିକ ଭାବରେ କାମ କରିବାକୁ ସକ୍ଷମ ନୁହନ୍ତି, ତେବେ ସ୍ୱାମୀଙ୍କୁ ଆଇନଗତ ସୁରକ୍ଷା ଦିଆଯାଇ ପାରିବ। CrPCର ଧାରା ୧୨୫ ଅନୁଯାୟୀ ଭରଣପୋଷଣର ପ୍ରାବଧାନ ସାମାଜିକ ନ୍ୟାୟର ଏକ ମାପଦଣ୍ଡ, ଯାହା ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି।

ଜଣେ ବ୍ୟକ୍ତି ନିଜ ପିଲା ଓ ଅଲଗା ହୋଇ ସାରିଥିବା ପତ୍ନୀଙ୍କ ଭରଣପୋଷଣ କରିବାକୁ ଅକ୍ଷମତା ପ୍ରକାଶ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ପାଖରେ ରୋଜଗାରର କୌଣସି ଉତ୍ସ ନଥିବାରୁ ସେ ନିଜ ଦାୟିତ୍ୱରୁ ସୁରକ୍ଷା ପାଇଁ ଆବେଦନ କରିଥିଲେ। କିନ୍ତୁ କୋର୍ଟ ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି।

ଖଣ୍ଡପୀଠ କହିଛନ୍ତି, ଆବେଦନକାରୀ (ସ୍ୱାମୀ) ଶାରୀରିକ ଭାବେ ଦକ୍ଷ। ତେଣୁ ଆଇନ ଅନୁଯାୟୀ ଯେ ସେ ରୋଜଗାର କରିବାକୁ ଓ ତାଙ୍କ ପତ୍ନୀ ଏବଂ ନାବାଳକ ପିଲାଙ୍କ ଭରଣପୋଷଣ କରିବାକୁ ବାଧ୍ୟ। ଫ୍ୟାମିଲି କୋର୍ଟରେ ଆବେଦନକାରୀ ପତ୍ନୀ ପ୍ରମାଣ ଉପସ୍ଥାପନ କରିଛନ୍ତି ଯେ ତାଙ୍କ ସ୍ୱାମୀଙ୍କର ରୋଜଗାରର ଉତ୍ସ ରହିଛି। ସେ ରୋଜଗାର କ୍ଷମ ଥାଇ ମଧ୍ୟ ନିଜ ଦାୟିତ୍ୱ ସଂପାଦନ କରିନାହାନ୍ତି। ତେଣୁ ବ୍ୟକ୍ତି ଜଣଙ୍କ ନିଜ ଦାୟିତ୍ୱରୁ ଓହରି ପାରିବେ ନାହିଁ। ସୁପ୍ରିମକୋର୍ଟ ଉକ୍ତ ବ୍ୟକ୍ତି ପତ୍ନୀଙ୍କୁ ମାସିକ ୧୦,୦୦୦ ଟଙ୍କା ଓ ନାବାଳକ ପୁଅକୁ ମାସିକ ୬ ହଜାର ଟଙ୍କା ଭରଣପୋଷଣ ପାଇଁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଖଣ୍ଡପୀଠ ଆହୁରି କହିଛନ୍ତି, ସିଆରପିସିର ଧାରା ୧୨୫ରେ ସ୍ୱାମୀଙ୍କ ଘର ଛାଡ଼ିବାକୁ ବାଧ୍ୟ ହେଉଥିବା ଜଣେ ମହିଳାଙ୍କ ଦୁଃଖ, ଯନ୍ତ୍ରଣା ଓ ଆର୍ଥିକ ସହାୟତାକୁ ନିଶ୍ଚିତ କରିବାକୁ ବ୍ୟବସ୍ଥା କରାଯାଇଛି। ତେଣୁ ସେପରି ମହିଳା ଓ ତାଙ୍କ ପିଲାମାନଙ୍କ ସୁରକ୍ଷା ପାଇଁ ଉପଯୁକ୍ତ ବ୍ୟବସ୍ଥା ହେବା ଜରୁରୀ। ପତ୍ନୀ ଓ ପିଲାଙ୍କୁ ଆର୍ଥିକ ସହାୟତା କରିବା ସ୍ୱାମୀଙ୍କ କର୍ତ୍ତବ୍ୟ। ଯଦି କୌଣସି ଆୟର ଉତ୍ସ ନାହିଁ, ତା’ହେଲେ ସ୍ୱାମୀ ଶାରୀରିକ ପରିଶ୍ରମ କରି ମଧ୍ୟ ରୋଜଗାର କରିପାରିବେ। ଆଇନରେ ଥିବା କିଛି ବ୍ୟବସ୍ଥାକୁ ବାଦ ଦେବା ପରେ ସ୍ୱାମୀ କେବେ ହେଲେ ନିଜ ଦାୟିତ୍ୱରୁ ଖସି ପାରିବେ ନାହିଁ।

ପଞ୍ଜାବ-ହରିଆଣା ହାରଇକୋର୍ଟ ସ୍ୱାମୀ ସପକ୍ଷରେ ଦେଇଥିବା ରାୟକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ୨୦୧୦ ମସିହାରେ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ଘର ଛାଡ଼ି ପିଲାମାନଙ୍କ ସହିତ ଅଲଗା ରହୁଥିଲେ। ସେ ଚଳିବାରେ ସମସ୍ୟା ହେବାରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଦୀର୍ଘ ଗୋଟିଏ ଦଶନ୍ଧିର ଆଇନଗତ ଯୁଦ୍ଧ ପରେ ମହିଳାଙ୍କ ବିଜୟ ହୋଇଛି।

Related story