୧୨ କୋଟି ଲୁଟିବା ପରେ ବେଶ ବଦଳାଇ ଲୁଚିଥିଲା, ଅଢ଼େଇ ମାସ ପରେ ଧରିଲା ପୁଲିସ

ପୁଣେ: ପୁଲିସ ପଞ୍ଝାରେ ପଡ଼ିଛି କୁଖ୍ୟାତ ବ୍ୟାଙ୍କ ଲୁଟେରା। ଆଇସିଆଇସିଆଇ ବ୍ୟାଙ୍କରୁ ୧୨ କୋଟି ଟଙ୍କା ଲୁଟ କରି ପରେ ଫେରାର ହୋଇ ଯାଇଥିବା ମୁଖ୍ୟ ଅଭିଯୁକ୍ତକୁ ପୁଣେରୁ ଧରିବାକୁ ସକ୍ଷମ ହୋଇଛି ପୁଲିସ୍‌। ଥାନେର ମନପଡ଼ା ଠାରେ ଆଇସିଆଇସିଆଇ ବ୍ୟାଙ୍କରୁ ଅଢ଼େଇ ମାସ ତଳେ ୧୨ କୋଟି ଟଙ୍କା ଲୁଟ ହୋଇଥିଲା। ଘଟଣା ପରେ ଲୁଟେରା ଜଣକ ନିଜର ବେଶ ବଦଳାଇ ପୁଲିସ୍‌କୁ ଚକମା ଦେଇ ଚାଲିଥିଲା। ହେଲେ ଶେଷରେ ପୁଲିସ୍‌ ତା’କୁ ସୋମବାର ପୁଣେରୁ […]

bank

bank

Hemant Lenka
  • Published: Wednesday, 05 October 2022
  • Updated: 05 October 2022, 08:43 PM IST

Sports

Latest News

ପୁଣେ: ପୁଲିସ ପଞ୍ଝାରେ ପଡ଼ିଛି କୁଖ୍ୟାତ ବ୍ୟାଙ୍କ ଲୁଟେରା। ଆଇସିଆଇସିଆଇ ବ୍ୟାଙ୍କରୁ ୧୨ କୋଟି ଟଙ୍କା ଲୁଟ କରି ପରେ ଫେରାର ହୋଇ ଯାଇଥିବା ମୁଖ୍ୟ ଅଭିଯୁକ୍ତକୁ ପୁଣେରୁ ଧରିବାକୁ ସକ୍ଷମ ହୋଇଛି ପୁଲିସ୍‌। ଥାନେର ମନପଡ଼ା ଠାରେ ଆଇସିଆଇସିଆଇ ବ୍ୟାଙ୍କରୁ ଅଢ଼େଇ ମାସ ତଳେ ୧୨ କୋଟି ଟଙ୍କା ଲୁଟ ହୋଇଥିଲା। ଘଟଣା ପରେ ଲୁଟେରା ଜଣକ ନିଜର ବେଶ ବଦଳାଇ ପୁଲିସ୍‌କୁ ଚକମା ଦେଇ ଚାଲିଥିଲା। ହେଲେ ଶେଷରେ ପୁଲିସ୍‌ ତା’କୁ ସୋମବାର ପୁଣେରୁ ଗିରଫ କରିବାକୁ ସକ୍ଷମ ହୋଇଛି।

ଗିରଫ ବ୍ୟକ୍ତି ଜଣକ ହେଉଛି ୪୩ ବର୍ଷୀୟ ଅଲତାଫ ଶେଖ। ତା’ ଠାରୁ ପୁଲିସ୍‌ ନଗଦ ୯ କୋଟି ଟଙ୍କା ଜବତ କରିଛି। ପୁଲିସ୍‌ ତା’କୁ ସୋମବାର ଠାରୁ ଗିରଫ କରିଥିବା ବେଳେ ଆଜି ସାମ୍ବାଦିକ ସମ୍ମିଳନୀ କରି ପୂରା ଘଟଣା ଉପରୁ ପରଦା ହଠାଇଛି। ସେହିପରି ଜୁଲାଇ ୧୨ ତାରିଖ ଆଇସିଆଇସିଆଇ ବ୍ୟାଙ୍କ ଲୁଟ ଘଟଣାରେ ଗିରଫଦାରୀ ସଂଖ୍ୟା ୫କୁ ବଢ଼ିଛି। ଏହି ୫ ଅଭିଯୁକ୍ତଙ୍କ ମଧ୍ୟରେ ଅଲତାଫର ଭଉଣୀ ନୀଲୋଫର ମଧ୍ୟ ରହିଛି।

ମନପଡ଼ା ପୁଲିସ୍‌ ଷ୍ଟେସନର ଅଧିକାରୀ କହିଛନ୍ତି, “ଅଲତାଫର ଘର ମୁମ୍ବ୍ରାରେ। ସେ ଆଇସିଆଇସିଆଇ ବ୍ୟାଙ୍କରେ କଷ୍ଟୋଡିଆନ ଭାବେ କାମ କରୁଥିଲା। କଷ୍ଟୋଡିଆନ ହୋଇଥିବାରୁ ସେ ବ୍ୟାଙ୍କରେ ଥିବା ଲକରଗୁଡ଼ିକ ଚାବି ରଖୁଥିଲା। ଏହାର ସୁଯୋଗ ନେଇ ସେ ଲୁଟ ପାଇଁ ଯୋଜନା କରିଥିଲା। ନିଜର କିଛି ସହଯୋଗୀଙ୍କ ସହ ମିଶି ସେ ବର୍ଷ ତଳୁ ଲୁଟ ପାଇଁ ବ୍ଲୁ ପ୍ରିଣ୍ଟ ତିଆରି କରିବା ଆରମ୍ଭ କରିଥିଲା। ବ୍ୟବସ୍ଥାରେ ଥିବା ତ୍ରୁଟିକୁ ସେ ଅନୁଧ୍ୟାନ କରି ଶେଷରେ ଜୁଲାଇ ୧୨ରେ ୧୨.୨୦ କୋଟି ଟଙ୍କା ଲୁଟ କରି ନେଇଥିଲା।”

ତଦନ୍ତ ବେଳେ ପୁଲିସ୍‌ ଜାଣିବାକୁ ପାଇଛି ଯେ ଅଲତାଫ ଯୋଜନା ଅନୁଯାୟୀ, ଏସି ଲାଇନ ପଟେ ନଗଦ ଟଙ୍କାକୁ ଅଳିଆ ରଖାଯାଉଥିବା ଡଷ୍ଟବିନକୁ ଚାଲାଣ କରିଥିଲା। ଏଥିସହ ସିସିଟିଭିକୁ ଫୁଟେଜକୁ ମଧ୍ୟ ହେରଫେର କରିଥିଲା। ପ୍ରଥମେ ସେ ଆଲାରାମ ସିଷ୍ଟିମକୁ ନଷ୍ଟ କରି ଦେଇଥିଲା। ଏହାପରେ ସିସିଟିଭିକୁ ବନ୍ଦ କରି ବ୍ୟାଙ୍କ ଲକର ଖୋଲିଥିଲା। ସେଥିରୁ ଟଙ୍କା ଭିଡ଼ା ବାହାର କରି ଡଷ୍ଟିବନରେ ରଖି ବାହାରକୁ ଚାଲାଣ କରିଥିଲା।

ପ୍ରାଥମିକ ଅବସ୍ଥାରେ କେହି ବି ଲୁଟ କଥା ଜାଣି ନଥିଲେ। ହେଲେ ସିକ୍ୟୁରିଟି ଟଙ୍କାର ପତ୍ତା ନ ମିଳିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଯାଞ୍ଚ ଟିମକୁ ଡାକିଥିଲେ। ଯାଞ୍ଚ ବେଳେ ପ୍ରଥମେ ସିସିଟିଭିରେ ହେରଫେର ହୋଇଥିବା ଜଣାପଡ଼ିଥିଲା।

ଏକଥା ଜଣାପଡ଼ିବା ପରେ ଅଲତାଫ ଫେରାର ହୋଇ ଯାଇଥିଲା। ଏଥିସହ ନିଜର ପରିଚୟକୁ ଗୋପନ ରଖିବା ପାଇଁ ସେ ବୁର୍ଖା ପିନ୍ଧି ସମସ୍ତ ଆଖିରେ ଧୂଳି ଦେଇ ଲୁଚିବାକୁ ସକ୍ଷମ ହୋଇଥିଲା। ଅଲତାଫର ଭଉଣୀ ନୀଲୋଫର ସବୁ କଥା ଜାଣିଥିଲା। ଏଥିସହ ତା’ ଘରେ ମଧ୍ୟ କିଛି ଲୁଟ ଟଙ୍କା ଲୁଚାଇ ରଖିଥିଲା। ପୁଲିସ୍‌ ଏହି ଲୁଟ ଘଟଣାରେ ନୀଲଫୋରକୁ ସହ ଅଭିଯୁକ୍ତ ଭାବେ ବିବେଚନା କରି ଗିରଫ କରିଛି।

ଘଟଣାର ତଦନ୍ତ ଅଢ଼େଇ ମାସ ହେଲା ଚାଲିଥିବା ବେଳେ ଶେଷରେ ପୁଲିସ ସୋମବାର ମୁଖ୍ୟ ଅଭିଯୁକ୍ତ ଅଲତାଫ ଶେଖକୁ ପୁଣେରୁ ଗିରଫର କରିଛି। ଲୁଟ ହୋଇଥିବା ମୋଟ ୧୨.୨୦ କୋଟି ମଧ୍ୟରୁ ପୁଲିସ୍‌ ୯ କୋଟି ଟଙ୍କା ଜବତ କରିବାରେ ସକ୍ଷମ ହୋଇଛି। ବାକି ଟଙ୍କା ଖୁବଶୀଘ୍ର ଉଦ୍ଧାର କରାଯିବ ବୋଲି ମଧ୍ୟ କହିଛି।

ଥାନେ ଓ ନଭି ମୁମ୍ବାଇ ପୁଲିସ୍‌ର ମିଳିତ ଅପରେସନ ଦ୍ୱାରା ଶେଖକୁ ଗିରଫ କରାଯାଇଛି। ଅଲତାଫ ପୂର୍ବରୁ ପୁଲିସ ନୀଲୋଫର, ଅବରାର କ୍ୟୁରେଶୀ, ଅହମଦ ଖାନ ଓ ଅନୁଜ ଗିରିକୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story