ଅଦାଲତରେ ଗଡ଼ୁଛି ଶତାଧିକ ଘରୋଇ ହିଂସା ମାମଲା

ନୂଆଦିଲ୍ଲୀ : ଅଦାଲତରେ ମାମଲା ବୋଝ। ସମାଧାନ ନହୋଇପାରି ବର୍ଷ ବର୍ଷ ଧରି ଗଡ଼ୁଛି ଶହ ଶହ ମାମଲା।  ଦେଶରେ ମୋଟ ୪,୭୧,୬୮୪ଟି ଘରୋଇ ହିଂସା ମାସଲା ବିଚାରାଧୀନ ରହିଛି । ଏଗୁଡିକ ଘରୋଇ ହିଂସା (ଡିଭି) ଆଇନ ଅଧୀନରେ ପଞ୍ଜିକୃତ ହୋଇଥିବା ସୁପ୍ରିମକୋର୍ଟଙ୍କ ନିକଟରେ ଜାତୀୟ ଆଇନ ସେବା ପ୍ରାଧିକରଣ (ଏନ୍‍ଏଏଲଏସ୍‍ଏ) ପକ୍ଷରୁ ଦାଖଲ ତଥ୍ୟରୁ ଜଣାଯାଇଛି। ଏନ୍‍ଏଏଲଏସ୍‍ଏ ପକ୍ଷରୁ ରାଜ୍ୟୱାରୀ ଏ ସମ୍ପର୍କିତ ତଥ୍ୟ ସର୍ବୋଚ୍ଚ ଅଦାଲତକୁ ପ୍ରଦାନ କରାଯାଇଛି। ଏହି ତଥ୍ୟରୁ ଜଣାଯାଇଛି […]

Court

  • Published: Saturday, 03 September 2022
  • , Updated: 03 September 2022, 08:46 PM IST

ନୂଆଦିଲ୍ଲୀ : ଅଦାଲତରେ ମାମଲା ବୋଝ। ସମାଧାନ ନହୋଇପାରି ବର୍ଷ ବର୍ଷ ଧରି ଗଡ଼ୁଛି ଶହ ଶହ ମାମଲା।  ଦେଶରେ ମୋଟ ୪,୭୧,୬୮୪ଟି ଘରୋଇ ହିଂସା ମାସଲା ବିଚାରାଧୀନ ରହିଛି । ଏଗୁଡିକ ଘରୋଇ ହିଂସା (ଡିଭି) ଆଇନ ଅଧୀନରେ ପଞ୍ଜିକୃତ ହୋଇଥିବା ସୁପ୍ରିମକୋର୍ଟଙ୍କ ନିକଟରେ ଜାତୀୟ ଆଇନ ସେବା ପ୍ରାଧିକରଣ (ଏନ୍‍ଏଏଲଏସ୍‍ଏ) ପକ୍ଷରୁ ଦାଖଲ ତଥ୍ୟରୁ ଜଣାଯାଇଛି। ଏନ୍‍ଏଏଲଏସ୍‍ଏ ପକ୍ଷରୁ ରାଜ୍ୟୱାରୀ ଏ ସମ୍ପର୍କିତ ତଥ୍ୟ ସର୍ବୋଚ୍ଚ ଅଦାଲତକୁ ପ୍ରଦାନ କରାଯାଇଛି। ଏହି ତଥ୍ୟରୁ ଜଣାଯାଇଛି ଯେ ଡିଭି ଆଇନ, ୨୦୨୨ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ଦେଶରେ ମୋଟ ୧,୧୯,୩୩୫୯ଟି ଘରୋଇ ହିଂସା ମାମଲା ପଞ୍ଜିକୃତ ହୋଇଛି।

ଉତ୍ତର ପ୍ରଦେଶରେ ସର୍ବାଧିକ ୨,୦୨,୮୮୦ ଏହିଭଳି ମାମଲା ପଞ୍ଜିକୃତ ହୋଇଥିବାବେଳେ ମହାରାଷ୍ଟ୍ରରେ ୧,୯୬,୭୧୭ଟି ମାମଲା ପଞ୍ଜିକୃତ ହୋଇଛି। ସେହି ସମୟରେ ଉତ୍ତର ପ୍ରଦେଶରେ ସର୍ବାଧିକ ୧,୧୯,୬୮୪ ଏବଂ ମହାରାଷ୍ଟ୍ରରେ ୮୪,୬୩୭ ମାମଲା ବିଚାରାଧୀନ ଅବସ୍ଥାରେ ରହିଛି। ରାଜସ୍ଥାନ ଓ ଦିଲ୍ଲୀରେ ବିଚାରାଧୀନ ଥିବା ଘରୋଇ ହିଂସା ମାମଲା ସଂଖ୍ୟା ଯଥାକ୍ରମେ ୨୭,୨୧୨ ଓ ୨୭,୦୪୩ ରହିଛି।

ଓଡ଼ିଶାରେ ଘରୋଇ ହିଂସା ମାମଲା ୨୦୨୧ରେ ୩୩.୬୨% ବୃଦ୍ଧିପାଇଥିବା ଏନ୍‍ସିଆରବି ରିପୋର୍ଟରୁ ଜଣାଯାଇଛି। କୋଭିଡ-୧୯ ଜନିତ ତାଲାବନ୍ଦ ସମୟରେ ଏହିଭଳି ହିଂସା ସଂଖ୍ୟା ଯଥେଷ୍ଟ ବୃଦ୍ଧିପାଇଛି। ଏଥିସହିତ ରାଜ୍ୟରେ ଗତବର୍ଷ ୨୯୩ ଯୌତୁକ ଜନିତ ମୃତ୍ୟୁ, ୫୧୭୫ ଅପହରଣ (୩୭.୧% ବୃଦ୍ଧି) ଘଟଣା ଘଟିଥିବାବେଳେ ମହିଳାଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧ ମାମଲାର ଫଇସଲା ପ୍ରକ୍ରିୟା ନୈରାଶ୍ୟଜନକ ରହିଛି।

 

Related story