ଟ୍ରାକ୍ଟର ମାଡ଼ିଯିବାରୁ ଅଭିନେତ୍ରୀଙ୍କ ମୃତ୍ୟୁ

ମୁମ୍ବାଇ: ଟ୍ରାକ୍ଟର ମାଡ଼ିଯିବାରୁ ଅଭିନେତ୍ରୀଙ୍କ ମୃତ୍ୟୁ। ସ୍କୁଟିରେ ଯାଉଥିବା ଅଭିନେତ୍ରୀଙ୍କୁ ଏକ ଟ୍ରାକ୍ଟର ଧକ୍କା ଦେବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।  ଘଟଣାଟି ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାରେ ଘଟିଛି। ଏହି ଦୁର୍ଘଟଣାରେ ୩୨ ବର୍ଷୀୟ  ମରାଠା ଅଭିନେତ୍ରୀ କଲ୍ୟାଣୀ କୁର୍ଲେ ଯାଦବଙ୍କ ମୃତ୍ୟୁ ଘଟିଛି।  ଟିଭି ସିରିଏଲ ‘ତୁଜିହାଟ ଜୀଭ ରଙ୍ଗଲା’ରେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି କଲ୍ୟାଣୀ। ଶନିବାର ସନ୍ଧ୍ୟାରେ ସେ ଘରକୁ ଫେରୁଥିବା ବେଳେ ସାଙ୍ଗଲି-କୋହ୍ଲାପୁର ରାଜପଥରେ ହାଲୋଣ୍ଡି ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିବା ପୁଲିସ କହିଛି। କୋହ୍ଲାପୁର ପୁଳିସ ଅଧିକାରୀ କହିଛନ୍ତି, “ନିକଟସ୍ଥ ଡାକ୍ତରଖାନାରେ ପହଞ୍ଚିବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଟ୍ରାକ୍ଟର ଡ୍ରାଇଭରଙ୍କ ବିରୋଧରେ ଭାରତୀୟ ପେନାଲ କୋଡ ଏବଂ ମୋଟର ଯାନ ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।