ସଚିନ୍ ବାନ୍ଧିଲେ ପଗଡ଼ି, ସାରା ଲଗାଇଲେ ମେହେନ୍ଦି

ନୂଆଦିଲ୍ଲୀ: ସଚିନ୍‌ ତେନ୍ଦୁଲକର ବାନ୍ଧିଲେ ପଗଡ଼ି। ଝିଅ ସାରା ହାତରେ ଲଗାଇଲେ ମେହେନ୍ଦି। ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଓ ଫଟୋ ଏବେ ଅଲୋଚନାର ବିଷୟ ହୋଇଛି। ଭାରତର ଏହି ମହାନ କ୍ରିକେଟର ସୋସିଆଲ ମିଡିଆରେ ଏହି ଫଟୋ ଓ ଭିଡ଼ିଓ  ଛାଡ଼ି ପରିବାରରେ ଜଣଙ୍କ ବିବାହ ଉତ୍ସବ ହେଉଥିବା ଉଲ୍ଲେଖ କରିଥିଲେ। ଯାହା ପରେ ତାଙ୍କ ଫ୍ୟାନ୍ ଓ କ୍ରିକେଟ ଜଗତରେ ଆଲୋଚନା ଆରମ୍ଭ ହୋଇଯାଇଥିଲା। ସେ ପୋଷ୍ଟ କରିଥିବା ଏକ ଭିଡିଓରେ ସେ ପଗଡ଼ି […]

sachin

  • Published: Wednesday, 10 August 2022
  • , Updated: 10 August 2022, 07:44 PM IST

ନୂଆଦିଲ୍ଲୀ: ସଚିନ୍‌ ତେନ୍ଦୁଲକର ବାନ୍ଧିଲେ ପଗଡ଼ି। ଝିଅ ସାରା ହାତରେ ଲଗାଇଲେ ମେହେନ୍ଦି। ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଓ ଫଟୋ ଏବେ ଅଲୋଚନାର ବିଷୟ ହୋଇଛି। ଭାରତର ଏହି ମହାନ କ୍ରିକେଟର ସୋସିଆଲ ମିଡିଆରେ ଏହି ଫଟୋ ଓ ଭିଡ଼ିଓ  ଛାଡ଼ି ପରିବାରରେ ଜଣଙ୍କ ବିବାହ ଉତ୍ସବ ହେଉଥିବା ଉଲ୍ଲେଖ କରିଥିଲେ। ଯାହା ପରେ ତାଙ୍କ ଫ୍ୟାନ୍ ଓ କ୍ରିକେଟ ଜଗତରେ ଆଲୋଚନା ଆରମ୍ଭ ହୋଇଯାଇଥିଲା। ସେ ପୋଷ୍ଟ କରିଥିବା ଏକ ଭିଡିଓରେ ସେ ପଗଡ଼ି ବାନ୍ଧିଥିବା ବେଳେ ପଛରେ ମରାଠୀ ଗୀତ ବାଜୁଛି।

ପରେ ଭିଡ଼ିଓ ଶୁଣିବାରୁ ଜଣାପଡ଼ିଥିଲା, ଏହା ସାରାଙ୍କ ବିବାହା ସମ୍ପର୍କିତ କୌଣସି ଉତ୍ସବ ନ ଥିଲା। ସଚିନ୍‌ ତାଙ୍କ ବଡ଼ ଭାଇ ନୀତୀନ ତେନ୍ଦୁଲକରଙ୍କ ଝିଅ କରିଶ୍ମାଙ୍କ ବିବାହ ଉତ୍ସବରେ ଯୋଗ ଦେଇଛନ୍ତି। ସେ କରିଥିବା ଭିଡ଼ିଓରେ ଏନେଇ କହିଥିଲେ। ସଚିନ୍‌ଙ୍କ ଏହି ଦେଶୀ ଲୁକ୍‌ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଆଦର ପାଇଛି। ଭାରତୀୟ ପୂର୍ବତନ କ୍ରିକେଟର ଯୁବରାଜ ସିଂହ ଏହି ଫଟୋକୁ ଲାଇକ୍ କରିବା ସହ କମେଣ୍ଟ କରି ଲେଖିଥିଲେ `ଆୟ ସଚିନ କୁମାର ଆହେ।'

ଏହି ବିବାହ ଉତ୍ସବରେ ସଚିନ୍‌ଙ୍କ ବ୍ୟତୀତ ସାରା ତେନ୍ଦୁଲକର ମଧ୍ୟ ଦେଶୀ ଲୁକ୍‌ରେ ନଜର ଆସିଥିଲେ। ସାରା ତାଙ୍କ ଇନ୍‌ଷ୍ଟାଗ୍ରାମରେ କିଛି ଫଟୋ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ଦେଶୀ ପୋଷାକ ପିନ୍ଧି ମେହେନ୍ଦି ଲଗାଉଥିଲେ। ସେ ତାଙ୍କ ଭଉଣୀ ବାହାଘରରେ ଯୋଗଦେଇଥିବା ବେଳେ ପୂରା ପରିବାର ଖସିରେ ଉତ୍ସବ ପାଳନ କରୁଛି ବୋଲି ପୋଷ୍ଟରେ ଲେଖିଥିଲେ।

ତେବେ ଏହି ବିବାହ ଉତ୍ସବରେ ସଚିନଙ୍କ ପୁଅ ଅର୍ଜୁନଙ୍କ ଉପସ୍ଥିତି ନଜର ଆସି ନ ଥିଲା। ସେ ଏହି ସମୟରେ ତାଙ୍କ ଇନ୍‌ଷ୍ଟଗ୍ରାମରେ ଏକ ଫଟୋ ପୋଷ୍ଟ କରି ଷ୍ଟାଡିୟମରେ ଇଣ୍ଡୋର ଅଭ୍ୟାସ କରୁଥିବା ଉଲ୍ଲେଖ କରିଥିଲେ।

ସୂଚନା ଥାଉକି, ସଚିଙ୍କ ବାପା ଜଣେ ସ୍କୁଲ ଶିକ୍ଷକ ଥିଲେ। ସଚିନ ଚାରି-ଭାଇ ଭଉଣୀ। ଯାହା ମଧ୍ୟରେ ନୀତୀନ ବଡ଼। ତାଙ୍କ ପରେ ଅଜିତ୍। ଯିଏ କି ସଚିନ୍‌ଙ୍କୁ କ୍ରିକେଟ ଦୁନିଆକୁ ଆଣିବାରେ ସବୁଠାରୁ ବେଶୀ ଚେଷ୍ଟା କରିଥିବାର ଶ୍ରେୟ ଦିଆଯାଏ। ସେମାନଙ୍କ ଏକମାତ୍ର ଭଉଣୀଙ୍କ ନାମ ସବିତା।

 

View this post on Instagram

 

A post shared by Sachin Tendulkar (@sachintendulkar)

Related story