ଛାତ୍ରଛାତ୍ରୀଙ୍କୁ ଡାକୁଛି ୟୁକ୍ରେନ୍‌: ସାର୍ଟିଫିକେଟ୍ ନେବତ ଏଠିକି ଆସ, ନଚେତ...

ନୂଆଦିଲ୍ଲୀ: ଯୁଦ୍ଧତ୍ରସ୍ତ ୟୁକ୍ରେନରୁ ଜୀବନ ବଂଚାଇ ଭାରତ ଫେରିଥିବା ଛାତ୍ରଛାତ୍ରୀଙ୍କ ବଢିଲା ସମସ୍ୟା । ଅରିଜିନାଲ ସାର୍ଟିଫିକେଟ୍ ପାଇଁ ସେମାନଙ୍କୁ ପୁଣି ଯିବାକୁ ପଡିପାରେ ୟୁକ୍ରେନ୍।  କାରଣ ସେଠାରେ ଥିବା ୟୁନିଭରସିଟି ଗୁଡିକ ରଖିଛନ୍ତି ଏଭଳି ସର୍ତ୍ତ । ସଫା ସଫା କହିଛନ୍ତି, ସାର୍ଟିଫିକେଟ୍ ଦରକାର ତ ବ୍ୟକ୍ତିଗତ ଭାବେ ଆସିବାକୁ ପଡିବ । ଲାଇବ୍ରେରୀରୁ ନେଇଥିବା ବହି, ହଷ୍ଟେଲ ସାମଗ୍ରୀ ଓ ଡକ୍ୟୁମେଂଟ୍ ଦାଖଲ କଲେ ହିଁ ସାର୍ଟିଫିକେଟ୍ ଦିଆଯିବ।  ୟୁନିଭରସିଟିର ଏଭଳି ଘୋଷଣା ଛାତ୍ରଛାତ୍ରୀଙ୍କ […]

Ukraine Rerurn Medical Student

Ukraine Rerurn Medical Student

Tapas Behera
  • Published: Thursday, 15 September 2022
  • Updated: 15 September 2022, 08:11 PM IST

Sports

Latest News

ନୂଆଦିଲ୍ଲୀ: ଯୁଦ୍ଧତ୍ରସ୍ତ ୟୁକ୍ରେନରୁ ଜୀବନ ବଂଚାଇ ଭାରତ ଫେରିଥିବା ଛାତ୍ରଛାତ୍ରୀଙ୍କ ବଢିଲା ସମସ୍ୟା । ଅରିଜିନାଲ ସାର୍ଟିଫିକେଟ୍ ପାଇଁ ସେମାନଙ୍କୁ ପୁଣି ଯିବାକୁ ପଡିପାରେ ୟୁକ୍ରେନ୍।  କାରଣ ସେଠାରେ ଥିବା ୟୁନିଭରସିଟି ଗୁଡିକ ରଖିଛନ୍ତି ଏଭଳି ସର୍ତ୍ତ । ସଫା ସଫା କହିଛନ୍ତି, ସାର୍ଟିଫିକେଟ୍ ଦରକାର ତ ବ୍ୟକ୍ତିଗତ ଭାବେ ଆସିବାକୁ ପଡିବ । ଲାଇବ୍ରେରୀରୁ ନେଇଥିବା ବହି, ହଷ୍ଟେଲ ସାମଗ୍ରୀ ଓ ଡକ୍ୟୁମେଂଟ୍ ଦାଖଲ କଲେ ହିଁ ସାର୍ଟିଫିକେଟ୍ ଦିଆଯିବ।  ୟୁନିଭରସିଟିର ଏଭଳି ଘୋଷଣା ଛାତ୍ରଛାତ୍ରୀଙ୍କ ପାଇଁ ଚିନ୍ତା ବଢାଇଛି । କାରଣ ସାର୍ଟିଫିକେଟ୍ ନଥିଲେ ଅନ୍ୟ ସ୍ଥାନରେ ଆଡମିଶନ ହେବନି । ଛାତ୍ରଛାତ୍ରୀ କହିଛନ୍ତି, ଭୟଙ୍କର ଯୁଦ୍ଧ ଭିତରେ ଭାରତ ଫେରିବା ବେଳେ ସେମାନେ ହଷ୍ଟେଲରେ ସବୁ କିଛି ଛାଡିଆସିଛନ୍ତି । ବହି, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସବୁକିଛି ହଷ୍ଟେଲରେ ଥିଲା। ଏବେ ଆଣିବେ କେଉଁଠୁ।   ତେଣୁ ଅରିଜିନାଲ ସାର୍ଟିଫିକେଟ୍ ପାଇଁ ଶୀଘ୍ର ବ୍ୟବସ୍ଥା କରନ୍ତୁ ସରକାର।

ୟୁକ୍ରେନ୍‌ ପଶ୍ଚିମାଂଚଳରେ ଥିବା ଉଝୋର୍ଦ୍ଦ ନ୍ୟାସନାଲ ମେଡିକାଲ ୟୁନିଭରସିଟି ଓ ଇଭାନୋ-ଫ୍ରାଙ୍କିସ୍କ ନ୍ୟାସନାଲ ମେଡିକାଲ ୟୁନିଭରସିଟି ପୁଣି ଥରେ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ଫେରିବାକୁ କହୁଛନ୍ତି ।  ବର୍ତ୍ତମାନ ସ୍ଥିତି ସ୍ୱାଭାବିକ ହୋଇଥିବା କହି, ପୁଣି ଥରେ ସେଠାରେ ପଢିବାକୁ ଡାକୁଛନ୍ତି । ନଚେତ୍ ଅରିଜିନାଲ୍ ସାର୍ଟିଫିକେଟ୍ ଦେବେ କଣ, ଟ୍ରାନ୍ସଫର ପାଇଁ ବି ସିଧାସଳଖ ମନା  କରୁଛନ୍ତି।

ସେପଟେ ଗତ ସେପଟେମ୍ବର ୫ ତାରିଖରେ ୟୁକ୍ରେନରେ ପଢୁଥିବା ଭାରତୀୟ ମେଡିକାଲ୍ ଛାତ୍ରଛାତ୍ରୀଙ୍କୁ ବିଶ୍ୱର ଯେକୌଣସି ୟୁନିଭରସିଟିକୁ ସାମୟିକ ଟ୍ରାନ୍ସଫର ପାଇଁ ଅନୁମତି ଦେଇଛି ।  ନ୍ୟାସନାଲ ମେଡିକାଲ କମିଶନ ଫଳରେ ୟୁକ୍ରେନରୁ ଫେରିଥିବା ପ୍ରାୟ ୧୮ ହଜାର ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି ମିଳିଛି । ତେବେ ଏହା ଏତେ ସହଜ ମନେ ହେଉନାହିଁ । କାରଣ ୟୁକ୍ରେନରେ ଏବେବି ସ୍ଥିତି ସ୍ୱାଭାବିକ ହୋଇନି।  ଯୁଦ୍ଧରେ ଧ୍ୱଂସ ପାଇଥିବା ୟୁନିଭରସିଟିରୁ ଛାତ୍ରଛାତ୍ରୀଙ୍କ ଡକ୍ୟୁମେଂଟ୍ ଅନ୍ୟ ୟୁନିଭରସିଟିକୁ ଯିବ କେମିତି? ସାର୍ଟିଫିକେଟ୍ ନଥିଲେ ପିଲାଙ୍କ ଆଡମିଶନ ହେବ କେମିତି? ତାକୁ ନେଇ ଚିନ୍ତା ବଢ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos