ମହାଗଠବନ୍ଧନରେ ୭ ପାର୍ଟି, କାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର

ପାଟନା: ବିଜେପି ଠାରୁ ଅଲଗା ହେବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୀତୀଶ କୁମାର। ଏହାପରେ ସେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ସହ ମିଶି ରାଜ୍ୟପାଳ ଫଗୁ ଚୌହାନଙ୍କ ସହ ବୈଠକ କରିଛନ୍ତି। ଏଥିସହ ସରକାର ଗଠନ କରିବାକୁ ଦାବି ଜଣାଇଛନ୍ତି। ଆସନ୍ତାକାଲି ସେ ବିହାରରେ ୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସେହିପରି ତେଜସ୍ୱୀ ଯାଦବ ତାଙ୍କ ଡେପୁଟି ଭାବେ ପଦ ଓ ଗୋପନୀୟତାର ଶପଥ ନେବେ। ଅପରାହ୍ନ ୪ଟାରେ […]

Bihar1

Bihar1

Hemant Lenka
  • Published: Tuesday, 09 August 2022
  • Updated: 09 August 2022, 08:04 PM IST

Sports

Latest News

ପାଟନା: ବିଜେପି ଠାରୁ ଅଲଗା ହେବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୀତୀଶ କୁମାର। ଏହାପରେ ସେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ସହ ମିଶି ରାଜ୍ୟପାଳ ଫଗୁ ଚୌହାନଙ୍କ ସହ ବୈଠକ କରିଛନ୍ତି। ଏଥିସହ ସରକାର ଗଠନ କରିବାକୁ ଦାବି ଜଣାଇଛନ୍ତି। ଆସନ୍ତାକାଲି ସେ ବିହାରରେ ୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ସେହିପରି ତେଜସ୍ୱୀ ଯାଦବ ତାଙ୍କ ଡେପୁଟି ଭାବେ ପଦ ଓ ଗୋପନୀୟତାର ଶପଥ ନେବେ। ଅପରାହ୍ନ ୪ଟାରେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ନୀତୀଶ କୁମାରଙ୍କ ନୂଆ ସରକାରରେ କଂଗ୍ରେସକୁ ୩ଟି ମନ୍ତ୍ରୀ ପଦ ମିଳିବ। ବାଚସ୍ପତି କଂଗ୍ରେସରୁ ହୋଇ ପାରନ୍ତି। ଯଦି କଂଗ୍ରେସକୁ ବାଚସ୍ପତି ପଦ ନ ମିଳିବ, ତା’ହେଲେ ନୀତୀଶ ସରକାରରେ ଦଳର ୪ ଜଣ ସଦସ୍ୟ ମନ୍ତ୍ରୀ ଭାବେ କାମ କରିବେ ବୋଲି ଜଣାପଡ଼ିଛି।

ବିଜେପି ଠାରୁ ଅଲଗା ହୋଇ ନୀତୀଶ କୁମାର ବିହାରରେ ମହାଗଠବନ୍ଧନ ସରକାର ଚଳାଇବେ। ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ବେଳେ ଏହି ମହାମେଣ୍ଟରେ ୭ଟି ରାଜନୀତିକ ଦଳ ସାମିଲ ହେବେ। ଏଥିସହ ଜଣେ ସ୍ୱାଧୀନ ବିଧାୟକ ମଧ୍ୟ ନୀତୀଶ କୁମାରଙ୍କୁ ସମର୍ଥନ କରିବେ। ମହାଗଠବନ୍ଧନରେ କଂଗ୍ରେସ ଓ ବାମଦଳ ରହିଛନ୍ତି।

ରାଜ୍ୟପାଳଙ୍କୁ ଭେଟିବା ପରେ ନୀତୀଶ କୁମାର କହିଛନ୍ତି, “ଆମ ପାଖରେ ୭ ଦଳର ସମର୍ଥନ ରହିଛି। ସେହିପରି ଜଣେ ସ୍ୱାଧୀନ ବିଧାୟକ ଆମ ସହ ରହିଛନ୍ତି। ସମର୍ଥନ କରୁଥିବା ସଦସ୍ୟଙ୍କ ଦସ୍ତଖତ ରାଜ୍ୟପାଳଙ୍କ ପାଖରେ ଉପସ୍ଥାପନ କରାଯାଇଛି। ଆମ ପାଖରେ ଏବେ ୧୬୪ ଜଣ ବିଧାୟକ ରହିଛନ୍ତି। ସମର୍ଥନ କରୁଥିବା ବିଧାୟଙ୍କ ଦସ୍ତଖତ ଥିବା ଚିଠି ରାଜ୍ୟପାଳଙ୍କୁ ଦିଆଯାଇଛି। ଏବେ ନୂଆ ସରକାର କେବେ ଗଠନ ହେବ ତା’ର ନିଷ୍ପତ୍ତି ରାଜ୍ୟପାଳ ନେବେ। ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସାରିଛି। ଏ ସମ୍ପର୍କରେ ବିଧାୟକମାନଙ୍କୁ ଅବଗତ କରାଇ ସାରିଛି। ଦଳୀୟ ସାଂସଦ ଓ ବିଧାୟକଙ୍କ ସମର୍ଥନରେ ଏନଡିଏ ଠାରୁ ଜେଡିୟୁ ଅଲଗା ହୋଇଛି। ”

ସ୍ମିତ ହାସ୍ୟ ଦେଇ ନୀତୀଶ କୁମାର ଆହୁରି କହିଛନ୍ତି, “ରାଜନୀତି ଆରମ୍ଭରୁ ମୁଁ କେବେ ହେଲେ ଦୁର୍ନୀତିକୁ ପ୍ରଶୟ ଦେଇନାହିଁ। ଆମେ ସମାଜରେ ଭାଇଚାରା ଚାହୁଁ। ବର୍ତ୍ତମାନ ଓ ଭବିଷ୍ୟତରେ ଆମେ ଏକାଠି ରହିବୁ।”

ରାଜ୍ୟପାଳଙ୍କୁ ନୀତୀଶ କୁମାରଙ୍କ ସହ ତେଜସ୍ୱୀ ମଧ୍ୟ ଭେଟିଛନ୍ତି। ଉଭୟ ରାଜଭବନରୁ ବାହାରିବା ପରେ ତେଜସ୍ୱୀ କହିଛନ୍ତି, “ଦାଦା-ପୁତୁରା ସରକାର ପୁଣି କମବ୍ୟାକ କରିଛି। ନୀତୀଶ କୁମାର ଦେଶର ସବୁଠାରୁ ଅଭିଜ୍ଞ ମୁଖ୍ୟମନ୍ତ୍ରୀ। ବିଜେପି କେବଳ ଲୋକଙ୍କୁ କେମିତି ଧର୍ମ ନାଁରେ ବଣ୍ଟା ଯିବ, ସେକଥା ଜାଣିଛି। ଜେଡିୟୁ ସହ ମେଣ୍ଟ ବେଳେ ସେମାନେ କ’ଣ କଲେ ଥରେ ଦେଖନ୍ତୁ।

ସେ ଏହାକୁ ଶେଷ କରି ଦେବାକୁ ବସିଥିଲେ। ପଞ୍ଜାବ ଓ ମହାରାଷ୍ଟ୍ରକୁ ବି ଆପଣ ଉଦାହରଣ ଭାବେ ନେଇପାରିବେ। ସେମାନଙ୍କ ସହ ଯିଏ ବି ମେଣ୍ଟ କରିଛି, ସେମାନେ ତା’କୁ ହିଁ ଦୁର୍ବଳ କରିବାରେ ଲାଗନ୍ତି। ବିହାରରେ ବିଜେପି ଏଜେଣ୍ଡା ଯେମିତି କାର୍ଯ୍ୟକାରୀ ନ ହେବ, ସେକଥା ଆମେ ସମସ୍ତେ ଚାହୁଁଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story