ରାଗିଗଲେ ଦିଦି, କହିଲେ- ଶାହରୁଖ ଖାନଙ୍କୁ ଫସାଇଛି ବିଜେପି

ମୁମ୍ବାଇ: ରାଗିଗଲେ ଦିନି ଓରଫ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ପୁଣି ବିଜେପି କଲେ ଟାର୍ଗେଟ। ବଲିଉଡର କିଙ୍ଗ ଖାନ୍‌ ଶାହାରୁଖ ଖାନ୍‌ଙ୍କ ସମର୍ଥନରେ ବାହାରି ସେ ବିଜେପିକୁ ମାରିଲେ ବାଣ। ଡ୍ରଗ୍ସ କେସ୍‌ରେ ଶାହରୁଖ ଖାନ୍‌ଙ୍କୁ ଫସାଇ ଦିଆଯାଇଛି। ଅଯଥା ତାଙ୍କ ପରିବାରକୁ ଟାର୍ଗେଟ କରାଯାଉଛି। ଶାହାରୁଖ ଖାନ୍‌ ଏକ ଆକ୍ରୋଶର ଶିକାର ହୋଇଛନ୍ତି ବୋଲି ଆଜି ମୁମ୍ବାଇ ଗସ୍ତରେ ଆସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ ଆଣିଛନ୍ତି। ରାଜନେତା, ସାମାଜିକକର୍ମୀ, ହାଇକୋର୍ଟର […]

Mamata And Sharukh Khan

Mamata And Sharukh Khan

Madhupriya Mistry
  • Published: Wednesday, 01 December 2021
  • Updated: 01 December 2021, 04:14 PM IST

Sports

Latest News

ମୁମ୍ବାଇ: ରାଗିଗଲେ ଦିନି ଓରଫ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ପୁଣି ବିଜେପି କଲେ ଟାର୍ଗେଟ। ବଲିଉଡର କିଙ୍ଗ ଖାନ୍‌ ଶାହାରୁଖ ଖାନ୍‌ଙ୍କ ସମର୍ଥନରେ ବାହାରି ସେ ବିଜେପିକୁ ମାରିଲେ ବାଣ।

ଡ୍ରଗ୍ସ କେସ୍‌ରେ ଶାହରୁଖ ଖାନ୍‌ଙ୍କୁ ଫସାଇ ଦିଆଯାଇଛି। ଅଯଥା ତାଙ୍କ ପରିବାରକୁ ଟାର୍ଗେଟ କରାଯାଉଛି। ଶାହାରୁଖ ଖାନ୍‌ ଏକ ଆକ୍ରୋଶର ଶିକାର ହୋଇଛନ୍ତି ବୋଲି ଆଜି ମୁମ୍ବାଇ ଗସ୍ତରେ ଆସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ ଆଣିଛନ୍ତି। ରାଜନେତା, ସାମାଜିକକର୍ମୀ, ହାଇକୋର୍ଟର ପୂର୍ବତନ ବିଚାରପତି ଓ ସେଲେବ୍ରିଟିଙ୍କ ଉପସ୍ଥିତିରେ ମମତା ଏ ପ୍ରସଙ୍ଗକୁ ନେଇ ବିଜେପି ଉପରେ ବର୍ଷିଛନ୍ତି। ସେ ବିଜେପିକୁ ନିଷ୍ଠୁର ଓ ଅଗଣତାନ୍ତ୍ରିକ ଦଳ ବୋଲି କହିଛନ୍ତି।

ତୃଣମୂଳ ସୁପ୍ରିମୋ ମମତା ବାନାର୍ଜୀ ମୁମ୍ବାଇରେ ଆୟୋଜିତ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେଇ କହିଛନ୍ତି, 'ଆମେ ଏକ ନିଷ୍ଠୁର ଅଗଣତାନ୍ତ୍ରିକ ଦଳର ସମ୍ମୁଖୀନ ହୋଇଛୁ। ଚଳଚ୍ଚିତ୍ର ନିର୍ଦ୍ଦେଶକ ମହେଶ ଭଟ୍ଟ ଏବଂ ମେଗାଷ୍ଟାର ଶାହରୁଖ ରାଜନୈତିକ ଆକ୍ରୋଶର ଶିକାର ହୋଇଛନ୍ତି। ଏପ୍ରକାର ସ୍ଥିତିକୁ ଯଦି ଆମକୁ ଜିତିବାକୁ ପଡିବ, ତେବେ ଆମକୁ ସ୍ୱର ଉଠାଇବାକୁ ପଡିବ। ଆପଣମାନଙ୍କୁ ଯେଉଁଠାରେ ସମ୍ଭବ ଯାହା ସତ୍ୟ ତାହା କହିବାକୁ ପଡିବ। ଆପଣ ଆମର ମାର୍ଗଦର୍ଶନ କରନ୍ତୁ ଏବଂ ଏକ ରାଜନୈତିକ ଦଳ ଭାବରେ ଆମକୁ ପରାମର୍ଶ ଦିଅନ୍ତୁ ବୋଲି କହିଛନ୍ତି।' ଏଭଳି ବୟାନ ଦେଇ ସିଧାସଳଖ ମମତା କିଙ୍ଗ ଖାନ୍‌ଙ୍କ ସମର୍ଥନରେ ବାହାରିଛନ୍ତି।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ପଶ୍ଚିମବଙ୍ଗରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ବିଜେପି ବିରୋଧରେ ମମତା ବାନାର୍ଜୀଙ୍କ ବଡ ବିଜୟ ହାସଲ କରିଛନ୍ତି। ଏହି ଚମତ୍କାର ବିଜୟ ପରେ, ଅନେକ ଦଳର ନେତା ମମତାଙ୍କ ଦଳ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି, ଯେଉଁଥିରେ ବହୁ ସଂଖ୍ୟକ କଂଗ୍ରେସ ନେତା ଅଛନ୍ତି। ବିଜେପି ବିରୋଧରେ ଜାତୀୟ ସ୍ତରରେ ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ମମତା ବର୍ତ୍ତମାନ ଏକ ଅଭିଯାନ ଚଳାଇଛନ୍ତି। ବିରୋଧୀଙ୍କୁ ଏକଜୁଟ କରିବା ଏବଂ ୨୦୨୪ର ସାଧାରଣ ନିର୍ବାଚନରେ ​​ବିଜେପିକୁ ଏକ ଚ୍ୟାଲେଞ୍ଜ ଦେବା ତାଙ୍କର ଟାର୍ଗେଟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story