ରାଜନୀତିରେ ମେଟ୍ରୋ ମ୍ୟାନ୍‌ଙ୍କ ବ୍ରେକ୍‌ ଫେଲ୍‌

ନୂଆଦିଲ୍ଲୀ: କେରଳରେ ବିଜେପିକୁ ଶକ୍ତ ଝଟ୍‌କା। ରାଜନୀତିରୁ ସନ୍ୟାସ ନେଲେ ମେଟ୍ରୋ ମ୍ୟାନ୍‌ ଶ୍ରୀଧରନ। ଗୁରୁବାର ସେ ରାଜନୀତିରୁ ଅବସର ନେଇଥିବା ନେଇ ଘୋଷଣା କରିଛନ୍ତି। ଗତ କେରଳ ବିଧାନସଭା ନିର୍ବାଚନରେ ପଲକ୍କଡ ଆସନରୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ନିର୍ବାଚନ ଲଢିଥିଲେ ଶ୍ରୀଧରନ। ଦେଶରେ ମେଟ୍ରୋ ମ୍ୟାନ୍‌ ଭାବେ ପରିଚିତ ଶ୍ରୀଧରନ୍‌ ଅବସର ନେବା ପରେ କହିଛନ୍ତି, ‘ନିର୍ବାଚନରେ ପରାଜିତ ହେବା ପରେ ଶିକ୍ଷା ପାଇଛି । ମୁଁ କେବେ ବି ନେତା ନଥିଲି । […]

Metro man

Metro man

Madhupriya Mistry
  • Published: Thursday, 16 December 2021
  • Updated: 16 December 2021, 06:23 PM IST

Sports

Latest News

ନୂଆଦିଲ୍ଲୀ: କେରଳରେ ବିଜେପିକୁ ଶକ୍ତ ଝଟ୍‌କା। ରାଜନୀତିରୁ ସନ୍ୟାସ ନେଲେ ମେଟ୍ରୋ ମ୍ୟାନ୍‌ ଶ୍ରୀଧରନ। ଗୁରୁବାର ସେ ରାଜନୀତିରୁ ଅବସର ନେଇଥିବା ନେଇ ଘୋଷଣା କରିଛନ୍ତି। ଗତ କେରଳ ବିଧାନସଭା ନିର୍ବାଚନରେ ପଲକ୍କଡ ଆସନରୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ନିର୍ବାଚନ ଲଢିଥିଲେ ଶ୍ରୀଧରନ।

ଦେଶରେ ମେଟ୍ରୋ ମ୍ୟାନ୍‌ ଭାବେ ପରିଚିତ ଶ୍ରୀଧରନ୍‌ ଅବସର ନେବା ପରେ କହିଛନ୍ତି, 'ନିର୍ବାଚନରେ ପରାଜିତ ହେବା ପରେ ଶିକ୍ଷା ପାଇଛି । ମୁଁ କେବେ ବି ନେତା ନଥିଲି । ନିର୍ବାଚନ ଲଢିବା ପରେ ଏବେ ତାହାକୁ ଅନୁଭବ କରୁଛି। ରାଜନୀତି ମୋ ପାଇଁ ନାହିଁ।'

ଶ୍ରୀଧରନ୍ ଆହୁରି କହିଛନ୍ତି, 'ମୋତେ ୯୦ ଛୁଇଁଲାଣି। ଏହି ବୟସରେ ରାଜନୀତି କରିବା କିମ୍ବା​‌ ଆଗକୁ ଜାରି ରଖିବା ସମ୍ଭବପର ନୁହେଁ କିମ୍ବା ରାଜନୀତିରେ ରହିବା ମୋର ସ୍ୱପ୍ନ ନୁହେଁ । ଜନସେବା ପାଇଁ ରାଜନୀତି ଆବଶ୍ୟକତା ନାହିଁ । ଲୋକସେବା ପାଇଁ ଇଚ୍ଛା ଶକ୍ତି ଥିବା ଆବଶ୍ୟକ।’

ବିଧାନସଭା ନିର୍ବାଚନରେ ​​ପରାଜୟ ମୋତେ ଚିନ୍ତା କରିବାକୁ ବାଧ୍ୟ କରିଦେଇଥିଲା। ଏହା ପରେ ମୁଁ ଅନେକ ଗୁରୁତ୍ୱପୂର୍ଣ୍ଣ ଜିନିଷ ଉପରେ ଚିନ୍ତା କରିଛି। ମୋ ପରାଜୟ ମୋତେ ଭାଙ୍ଗି ଦେଇଥିଲା, କିନ୍ତୁ ବର୍ତ୍ତମାନ ମୁଁ ଅନୁଭବ କରୁଛି ଯେ ମୁଁ ଜିତିଲେ ମଧ୍ୟ କିଛି କରିପାରି ନଥା'ନ୍ତି। ମୁଁ କଦାପି ରାଜନେତା ନଥିଲି, ମୁଁ କିଛି ସମୟ ପାଇଁ ଅମଲାତାନ୍ତ୍ରିକ ରାଜନେତା ହୋଇଥିଲି ବୋଲି ସେ କହିଛନ୍ତି।

ମେଟ୍ରୋ ମ୍ୟାନ୍‌ ଶ୍ରୀଧରନ୍‌ ହେଉଛନ୍ତି ସିଏ ଯିଏକି ଦେଶରେ ପ୍ରଥମେ ମେଟ୍ରୋ ସେବା ଆରମ୍ଭ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପ​‌ରେ ବିଜେପି ତାଙ୍କୁ ନିର୍ବାଚନରେ ଟିକେଟ୍‌ ଦେଇଥି​‌ଲେ ସୁଦ୍ଧା ସେ ପରାଜିତ ହୋଇଥିଲେ। ତାଙ୍କୁ କଂଗ୍ରେସର ସଫି ପରମଭିଲ ୩ ହଜାରରୁ ଅଧିକ ଭୋଟ୍‌ରେ ହରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos