ଆଉ ମାସେ ବଢ଼ିଲା କୋଭିଡ୍ ଗାଇଡଲାଇନ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକୁ କୋଭିଡ୍-୧୯ର ବର୍ତ୍ତମାନ ଗାଇଡଲାଇନକୁ ଜୁନ୍ ୩୦ ତାରିଖ ଯାଏ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଜିଲ୍ଲାରେ କରୋନା ଭାଇରସ୍ ମାମଲା ଅଧିକ ଅଛି, ସେଠାରେ କଟକଣାକୁ କଡ଼ାକଡ଼ି ଓ କଣ୍ଟେନମେଣ୍ଟ ଜୋନ୍ ଜାରି ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ନୂଆ ଗାଇଡଲାଇନ୍ ଜାରି କରି କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା କହିଛନ୍ତି, କଟକଣାକୁ କଡ଼ାକଡ଼ି କରିବା ପରେ ଦକ୍ଷିଣ ଓ ପୂର୍ବାଞ୍ଚଳର କିଛି […]

covid19

Ranjit Kumar Jena
  • Published: Thursday, 27 May 2021
  • , Updated: 27 May 2021, 11:17 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକୁ କୋଭିଡ୍-୧୯ର ବର୍ତ୍ତମାନ ଗାଇଡଲାଇନକୁ ଜୁନ୍ ୩୦ ତାରିଖ ଯାଏ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଜିଲ୍ଲାରେ କରୋନା ଭାଇରସ୍ ମାମଲା ଅଧିକ ଅଛି, ସେଠାରେ କଟକଣାକୁ କଡ଼ାକଡ଼ି ଓ କଣ୍ଟେନମେଣ୍ଟ ଜୋନ୍ ଜାରି ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

ନୂଆ ଗାଇଡଲାଇନ୍ ଜାରି କରି କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା କହିଛନ୍ତି, କଟକଣାକୁ କଡ଼ାକଡ଼ି କରିବା ପରେ ଦକ୍ଷିଣ ଓ ପୂର୍ବାଞ୍ଚଳର କିଛି ସ୍ଥାନକୁ ଛାଡ଼ି ଦେଲେ ପ୍ରାୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳେର ନୂଆ ମାମଲାରେ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ମାମଲା ହ୍ରାସ ପାଇବା ସତ୍ତ୍ୱେ ବର୍ତ୍ତମାନ ଚିକିତ୍ସାଧୀନ ମାମଲା ସଂଖ୍ୟା ବହୁତ ଅଧିକ। ତେଣୁ ନିୟନ୍ତ୍ରଣ ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ ପାଳନ କରାଯିବା ନିହାତି ଜରୁରୀ।

ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ଦିଆଯାଇଥିବା ଗାଇଡଲାଇନକୁ ନେଇ କେନ୍ଦ୍ର ଗୃହ ସଚିବ କହିଛନ୍ତି ଯେ ସ୍ଥାନୀୟ ଅବସ୍ଥା, ଆବଶ୍ୟକତା ଏବଂ ଉତ୍ସର ଆକଳନ କରିବା ପରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଚାହିଁଲେ ପର୍ଯ୍ୟାୟକ୍ରମେ କଟକଣାକୁ ସାମାନ୍ୟ କୋହଳ କରିପାରିବେ। ସେ କହିଛନ୍ତି ଯେ ମେ ମାସ ପାଇଁ ଏପ୍ରିଲ୍ ୨୯ ରେ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଜୁନ୍ ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ।

ଗାଇଡଲାଇନ୍ ମୁତାବକ, ଅକ୍ସିଜେନ୍ ଠାରୁ ଆରମ୍ଭ କରି ବେଡ୍‌, ଆଇସିୟୁ, ଭେଣ୍ଟିଲେଟର, ଆମ୍ବୁଲାନ୍ସର ପର୍ଯ୍ୟାପ୍ତ ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଗୃହ ମନ୍ତ୍ରାଳୟ ରାଜ୍ୟଗୁଡ଼ିକୁ କହିଛି। ଏହାସହ ଆବଶ୍ୟକ ପଡ଼ିଲେ ଅସ୍ଥାୟୀ ହସ୍ପିଟାଲ ମଧ୍ୟ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ପର୍ଯ୍ୟାପ୍ତ ପୃଥକ କେନ୍ଦ୍ରର ବନ୍ଦୋବସ୍ଥ କରିବାକୁ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକୁ ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି।

ଦେଶରେ କରୋନା ଭାଇରସ ସଂକ୍ରମଣର ଦୈନିକ ମାମଲା ହ୍ରାସ ପାଉଛି ଏବଂ ରାଜଧାନୀ ଦିଲ୍ଲୀ ସମେତ କିଛି ସ୍ଥାନରେ ବେଡ୍‌, ଆଇସିୟୁ ଓ ଅକ୍ସିଜେନର ଉପଲବ୍ଧତାରେ ଉନ୍ନତି ଆସିବା ପରେ କୋଭିଡ୍-୧୯ ପରିଚାଳନା ପାଇଁ ନୂଆ ଗାଇଡଲାଉନ୍ ଜାରି ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ, ଭାରତରେ ମୋଟ କରୋନା ମାମଲା ୨,୭୩,୬୯,୦୯୩ରେ ପହଞ୍ଚିଥିବା ବେଳେ ୩,୧୫,୨୩୫ ଜଣଙ୍କର ମୃତ୍ୟୁ ହୋଇଛି।

Related story